
Ranbir Kapoor Ramayana: ଶ୍ରୀରାମଙ୍କ ଭୂମିକାରେ ରଣବୀରଙ୍କୁ ଗ୍ରହଣ କରିପାରୁନାହିଁ, କିଛି ଏମିତି କହିଲେ ରାମାନନ୍ଦ ସାଗରଙ୍କ ନାତି
ବହୁ ପ୍ରତୀକ୍ଷିତ ଫିଲ୍ମ ରାମାୟଣ ରିଲିଜକୁ ଆଉ ବେଶୀ ସମୟ ବାକି ନାହିଁ । ନିତେଶ ତିୱାରୀଙ୍କ ଏହି ଫିଲ୍ମରେ ରଣବୀର କପୁର ଭଗବାନ ଶ୍ରୀରାମଙ୍କ ଭୂମିକାରେ ନଜର ଆସିବାକୁ ଯାଉଛନ୍ତି । ଫିଲ୍ମର ଟ୍ରେଲର ସାମ୍ନାକୁ ଆସିବା ପରେ ଅନେକ ଲୋକ ରଣବୀରଙ୍କୁ ଏହି ଭୂମିକାରେ ପସନ୍ଦ କରୁଥିବାବେଳେ, କିଛି ଲୋକଙ୍କ ମତ ଏବେ ବି ଭିନ୍ନ ରହିଛି ।
ଏହାରି ମଧ୍ୟରେ ଟିଭି ସିରିଏଲ ରାମାୟଣର ନିର୍ମାତା ରାମାନନ୍ଦ ସାଗରଙ୍କ ନାତି ଶିବ ସାଗରଙ୍କ ବୟାନ ଏବେ ଚର୍ଚ୍ଚାରେ । ସେ ରଣବୀରଙ୍କ କାଷ୍ଟିଂକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ଶିବ ସାଗର ନିକଟରେ ଶ୍ରୀରାମଙ୍କ ଭୂମିକା ପାଇଁ ରଣବୀର କପୁରଙ୍କ ଚୟନ ଉପରେ ଅସହମତି ପ୍ରକାଶ କରିଛନ୍ତି । ସେ ଏକ ସାକ୍ଷାତକାରରେ କହିଛନ୍ତି, କେବଳ ଏହି ଗୋଟିଏ କାଷ୍ଟିଂକୁ ଛାଡ଼ିଦେଲେ ମୋତେ ଫିଲ୍ମର ବାକି ଷ୍ଟାରକାଷ୍ଟ ଭଲ ଲାଗିଛି ।
ବ୍ୟକ୍ତିଗତ ଭାବେ ସେ ରଣବୀର କପୁରଙ୍କୁ ରାମଙ୍କ ଭୂମିକାରେ ଗ୍ରହଣ କରିପାରୁନଥିବା କହିଛନ୍ତି । କାରଣ ଦର୍ଶାଇ ସେ କରିଛନ୍ତି କି, ଆନିମଲ ଭଳି ଫିଲ୍ମ ଦେଖିବା ପରେ ରଣବୀରଙ୍କୁ ଏହି ରୂପରେ ଦେଖିବା ତାଙ୍କ ପାଇଁ କଷ୍ଟକର । ତାଙ୍କର ଏକ ପୁରୁଣା ଛବି ମଧ୍ୟ ରହିଛି । ଏହା ସହ ସେ କହିଛନ୍ତି, ଯେତେବେଳେ ଆମେ ପରଦାରେ ଶ୍ରୀରାମଙ୍କୁ ଦେଖୁଛୁ ସେତେବେଳେ ଏହି ଭୂମିକା ପାଇଁ ଏକ ସମ୍ପୂର୍ଣ୍ଣ ନୂଆ ମୁହଁକୁ ସୁଯୋଗ ଦିଆଯିବା ଉଚିତ ଥିଲା । ନୂଆ ମୁହଁକୁ ଦିଆଯିବା ଉଚିତ ଥିଲା ସୁଯୋଗ ।
ନିଜ କଥାକୁ ଆଗକୁ ବଢ଼ାଇ ସେ କହିଛନ୍ତି, ଆମେ ରଣବୀରଙ୍କୁ ବିଭିନ୍ନ ଭୂମିକାରେ ଦେଖିଛୁ ଏବଂ ଏଥିରେ କୌଣସି ସନ୍ଦେହ ନାହିଁ ଯେ ସେ ଜଣେ ଚମତ୍କାର ଅଭିନେତା । ବ୍ୟକ୍ତିଗତ ଭାବେ ତାଙ୍କ ସହ କୌଣସି ଅଭିଯୋଗ ନାହିଁ ବୋଲି ସେ କହିଛନ୍ତି । ଏହା ସହ ସେ କହିଛନ୍ତି, ତାଙ୍କୁ ଲାଗୁଛି, ମେକର୍ସ ରଣବୀରଙ୍କୁ ଏହି ପ୍ରୋଜେକ୍ଟରେ ସାମିଲ କରିବାର ଏକ କାରଣ ହୋଇପାରେ ଫିଲ୍ମର ମାର୍କେଟିଂକୁ ବଡ଼ ସହାୟତା ମିଳିବା । ହୁଏତ ରଣବୀରଙ୍କୁ ନେଇନଥିଲେ ଫିଲ୍ମର ପ୍ରମୋସନ୍ ସେହି ସ୍ତରରେ ହୋଇପାରିନଥାନ୍ତା । ଏହି ଦିଗଟି ମଧ୍ୟ ଚିନ୍ତା କରିବା ଯୋଗ୍ୟ । କିନ୍ତୁ ବ୍ୟକ୍ତିଗତ ଭାବେ ଏଭଳି ପୌରାଣିକ ଚରିତ୍ର ପାଇଁ କୌଣସି ନୂଆ ମୁହଁକୁ ସୁଯୋଗ ଦେବା ଅଧିକ ଭଲ ବୋଲି ସେ କହିଛନ୍ତି ।