
Kotia : କୋଟିଆକୁ ନେଇ ଓଡ଼ିଶା-ଆନ୍ଧ୍ର ମୁହାଁମୁହି, ବିଜେପିକୁ ଟାର୍ଗେଟ କଲା ବିଜେଡି
କୋଟିଆକୁ ନେଇ ଆନ୍ଧ୍ର ପ୍ରଦେଶ – ଓଡ଼ିଶା ମୁହାଁମୁହିଁ । ଏଣେ ଏହାକୁ ନେଇ ଥମୁନି ରାଜନୀତି। କୋଟିଆ ଗସ୍ତ ରେ ଯିବା ବେଳେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରାଧାନଙ୍କ ଭିଡିଓ ଦେଖାଇବା ସହ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପୂର୍ବ ପ୍ରତିକ୍ରିୟା ଶୁଣାଇ ବିଜେପି କୁ ଟାର୍ଗେଟ କଲା ବିଜେଡି। କୋଟିଆ ଆଜି ଅସହାୟ। ନିର୍ବାଚନ ପୂର୍ବରୁ ଓ ପରେ ମାଳ ମାଳ ପ୍ରତିଶ୍ରୁତି ଦିଆଯାଇଥିଲା। ଧର୍ମେନ୍ଦ୍ର ପ୍ରଧାନ ଆନ୍ଧ୍ର ଗୋ ବ୍ୟାକ କହିବା ସହ ମା କୁ ମାଉସୀ ବୋଲି ଡାକିବୁ ନାହିଁ କହିଥିଲେ।
ସିଧା ସଳଖ ହସ୍ତକ୍ଷେପ କରିଥିଲେ ଏହି ସମସ୍ୟାର ସମାଧାନ ହେଇପାରିଥାନ୍ତା। ହେଲେ ଏହା ନ କରି ଏପ୍ରିଲ ଫୁଲ କରିଦେଲେ ବୋଲି ବିଜେଡି କହିଛି। ଗଣ୍ଡା ଗଣ୍ଡା ମନ୍ତ୍ରୀ କୋଟିଆ ଗସ୍ତରେ ଯାଇଛନ୍ତି ହେଲେ ଫଳ ଶୂନ। କୋଟିଆ ପାଇଁ ବିଜୁଳି ରୁ ପିଇବା ପାଣି ପର୍ଯ୍ୟନ୍ତ ଯାହା ହୋଇଛି ବିଜେଡି ସରକାର ବେଳେ ହୋଇଛି। ଅଢେଇ ବର୍ଷ ରେ ନୂଆ ସରକାର ଚୂନ ମଧ୍ୟ ମାରି ନାହାନ୍ତି ବୋଲି ବିଜେଡି ଅଭିଯୋଗ କରିଛି।
ମୁଖ୍ୟମନ୍ତ୍ରୀ ରାଜଧର୍ମ ପାଳନ କରନ୍ତୁ ବୋଲି କହିଛି ବିଜେଡି। YSR କଂଗ୍ରେସ ର ୧୫୦ କର୍ମୀ କୋଟିଆରେ ପ୍ରଚାରରେ ମାତିଛନ୍ତି। ୩ ତାରିଖରେ ନିର୍ବାଚନ ହେଲେ ମୁଖ୍ୟମନ୍ତ୍ରୀ ଦାୟୀ ରହିବେ ବୋଲି ବିଜେଡି କହିଛି। କୋଟିଆକୁ ସୁରକ୍ଷିତ ରଖିବା ପାଇଁ ଏକ ସ୍ବତନ୍ତ୍ର ବିକାଶମୂଳକ ପ୍ରକଳ୍ପ ଏବଂ ପ୍ରତି ପରିବାରର ଉନ୍ନତି ତଥା ସମୂହିକ ବିକାଶ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହେବା ଜରୁରୀ ବୋଲି କହିଛି କଂଗ୍ରେସ। ବିରୋଧୀଙ୍କ ଜବାବ ରଖିଛନ୍ତି ରାଜସ୍ବ ମନ୍ତ୍ରୀ।