
Kerala Hit and Run : ହିଟ୍ ଆଣ୍ଡ ରନ୍, ବାଇକ୍ ଚାଳକଙ୍କୁ ଧକ୍କା ଦେଲା ଜଜଙ୍କ କାର୍
କେରଳର ଏର୍ଣ୍ଣାକୁଲମ୍ ଜିଲ୍ଲାରେ ଏକ ମର୍ସିଡିଜ୍-ବେଞ୍ଜ୍ କାର୍ ଧକ୍କାରେ ଜଣେ ବାଇକ୍ ଚାଳକଙ୍କ ମୃତ୍ୟୁ ହୋଇଛି । ଚେରାନଲ୍ଲୁରର କଣ୍ଟେନର ରୋଡ୍ ଅନ୍ତର୍ଗତ ମାରାପରମ୍ବୁ ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଥିବା ପୋଲିସ କହିଛି ।
ସୂଚନା ଅନୁଯାୟୀ, ଦୁର୍ଘଟଣାରେ ମୃତ ବ୍ୟକ୍ତିଙ୍କ ନାମ ଜୟା ବାଲକୃଷ୍ଣନ । ସେ ଚେରାନଲ୍ଲୁରର ଦକ୍ଷିଣ ଚିତ୍ତୁର ଅଞ୍ଚଳର ନେଲ୍ଲୁଭେଲିଲରେ ରହୁଥିଲେ । ଦୋକାନରୁ ଘରକୁ ଫେରୁଥିବା ସମୟରେ ତାଙ୍କ ବାଇକକୁ ପଛପଟୁ ଆସୁଥିବା ଏକ କାର୍ ଧକ୍କା ଦେଇଥିଲା । ଧକ୍କା ଯୋଗୁଁ ସେ ବାଇକ୍ ସହ ଛିଟିକି ପଡ଼ିଥିଲେ ଏବଂ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା ।
କାରଟି ଜଣେ ବିଚାରପତିଙ୍କ ନାମରେ ପଞ୍ଜୀକୃତ ହୋଇଛି ଏବଂ ଏହାକୁ ଚଳାଉଥିବା ବ୍ୟକ୍ତି ତାଙ୍କ ନାବାଳକ ପୁଅ । ପ୍ରାଥମିକ ତଦନ୍ତ ଅନୁସାରେ, ନାବାଳକ ଜଣକ ବାପାଙ୍କ ଅନୁମତି ନନେଇ କାରଟି ନେଇ ବଲ୍ଲାରପଦମରୁ କଲାମାସେରି ଅଭିମୁଖେ ଯାଉଥିଲେ । ଘଟଣାର ସିସିଟିଭି ଫୁଟେଜ୍ ମଧ୍ୟ ସାମ୍ନାକୁ ଆସିଛି । ଏହି ମାମଲାରେ ମାମଲା ରୁଜୁ କରି ନାବାଳକକୁ ଅଟକ ରଖିଛି । ଘଟଣାର ଅଧିକ ତଦନ୍ତ ଜାରି ରହିଛି ।