ଦେଶ ବିଦେଶ

rai Recruitment: ବିନା ଏକ୍ସପିରିଏନ୍ସରେ ମିଳିବ TRAIରେ ନିଯୁକ୍ତି, ୮୦ ହଜାର ଯାଏଁ ମିଳିବ ସ୍ୟାଲାରୀ

ଭାରତୀୟ ଟେଲିକମ୍ ପ୍ରାଧିକରଣ ଇଞ୍ଜିନିୟରିଂ ପାସ୍ କରି ଚାକିରି ଖୋଜୁଥିବା ପିଲାଙ୍କ ପାଇଁ ନିଯୁକ୍ତି ଭର୍ତ୍ତି ସୁଯୋଗ ଆଣିଛି ।  ଖାସ୍ କଥା ହେଉଛି ଯେ, ଏହି ଭର୍ତ୍ତି ପାଇଁ କୌଣସି ଅଭିଜ୍ଞତାର ଆବଶ୍ୟକତା ନାହିଁ । ଫ୍ରେସର୍ସମାନେ ମଧ୍ୟ ଏଥିପାଇଁ ଆବେଦନ କରିପାରିବେ । TRAI ର ନୂଆଦିଲ୍ଲୀସ୍ଥିତ ମୁଖ୍ୟାଳୟରେ ଆସୋସିଏଟ୍ କନସଲଟାଣ୍ଟ ପଦବୀ ପାଇଁ ନିଯୁକ୍ତି କରାଯାଉଛି । ଅଧିକ ବିବରଣୀ ପାଇଁ ଏହାର ଅଫିସିଆଲ ୱେବସାଇଟକୁ ଯାଇ ଚେକ୍ କରିପାରିବେ ।

ଆବେଦନ ତାରିଖ : ଆବେଦନ ପ୍ରକ୍ରିୟା ଅଗଷ୍ଟ ୬ ତାରିଖରୁ ଆରମ୍ଭ ହୋଇଛି । ଇଚ୍ଛୁକ ପ୍ରାର୍ଥୀମାନେ ଏହି ଭର୍ତ୍ତି ପାଇଁ ଅଗଷ୍ଟ ୨୭ ତାରିଖ ପର୍ଯ୍ୟନ୍ତ ଆବେଦନ କରିପାରିବେ । ଆବେଦନ କେବଳ ଟ୍ରାଇର ସରକାରୀ ପୋର୍ଟାଲ୍ ମାଧ୍ୟମରେ ଅନଲାଇନରେ କରାଯାଇପାରିବ ।

ବୟସ ସୀମା: ଆବେଦନକାରୀଙ୍କ ବୟସ ସୀମା ୩୦ ବର୍ଷରୁ କମ୍ ହୋଇଥିବା ଜରୁରୀ ।

ଶିକ୍ଷାଗତ ଯୋଗ୍ୟତା: ଏହି ପଦବୀ ପାଇଁ ପ୍ରାର୍ଥୀମାନେ କୌଣସି ସଂସ୍ଥାରୁ ଇଲେକ୍ଟ୍ରୋନିକ୍ସ, କମ୍ୟୁନିକେସନ୍, ଟେଲିକମ୍ୟୁନିକେସନ୍ ତଥା ଏହା ସହିତ ସମ୍ବନ୍ଧୀତ ବିଷୟରେ B.E କିମ୍ବା B.Tech ଡିଗ୍ରୀ ହାସଲ କରିଥିବା ଜରୁରୀ । ME, MTech, MBA, କିମ୍ବା PhD ଭଳି ଯୋଗ୍ୟତା ଥିବା ପ୍ରାର୍ଥୀମାନେ ଯୋଗ୍ୟ ବିବେଚିତ ହେବେ ।

ଦରମା ଏବଂ TA ବାବଦରେ ଅଲଗା ପଇସା: ଚୟନ ହୋଇଥିବା ପ୍ରାର୍ଥୀଙ୍କର ପ୍ରତିମାସର ଦରମା ୮୦,୦୦୦ଟଙ୍କା ରଖାଯାଇଛି । ଏହା ବ୍ୟତୀତ ପ୍ରତି ମାସରେ ୮୦୦୦ ଟ୍ରାନ୍ସପୋର୍ଟ ଭତ୍ତା ମିଳିବ । ସେହିପରି ପ୍ରାର୍ଥୀମାନଙ୍କୁ ପ୍ରତି ମାସରେ ମୋଟ୍ ୮୮,୦୦୦ଟଙ୍କା ମିଳିବ । ନିଯୁକ୍ତି ପ୍ରାରମ୍ଭରେ ଗୋଟିଏ ବର୍ଷ ପାଇଁ ହେବ । ପ୍ରାର୍ଥୀଙ୍କ ପ୍ରଦର୍ଶନ ଏବଂ TRAI ର ଆବଶ୍ୟକତା ଉପରେ ଆଧାର କରି ଏହି ଅବଧିକୁ ଆଗକୁ ବଢାଯାଇପାରିବ ।

ଚୟନ ପ୍ରକ୍ରିୟା : ଇଚ୍ଛୁକ ପ୍ରାର୍ଥୀମାନଙ୍କୁ TRAI ର ଚୟନ କମିଟି ଦ୍ୱାରା ଚୟନ କରାଯିବ । ଚୟନ ପ୍ରକ୍ରିୟାରେ ଶିକ୍ଷାଗତ ଯୋଗ୍ୟତା, କମ୍ୟୁନିକେସନ୍ ସ୍କିଲ୍ ଏବଂ ଇଣ୍ଟରଭ୍ୟୁ ପ୍ରଦର୍ଶନ ସମେତ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ମାନଦଣ୍ଡକୁ ବିଚାରକୁ ନିଆଯିବ । ତଥାପି, ଏହି ନିଯୁକ୍ତି ପାଇଁ କୌଣସି ଅଭିଜ୍ଞତାର ଆବଶ୍ୟକତା ନାହିଁ, ତେଣୁ ସମ୍ବନ୍ଧିତ କ୍ଷେତ୍ରରେ ପାଠପଢ଼ା ସମାପ୍ତ କରିଥିବା ଫ୍ରେସର୍ସମାନେ ମଧ୍ୟ ଆବେଦନ କରିପାରିବେ । ଚୟନ ପରେ ପ୍ରାର୍ଥୀମାନଙ୍କୁ TRAIର ନୂଆଦିଲ୍ଲୀ କାର୍ଯ୍ୟାଳୟରେ ନିଯୁକ୍ତି ଦିଆଯିବ ।

କିପରି ଆବେଦନ କରିବେ :

ପ୍ରଥମେ ଏହି ଭର୍ତ୍ତି ପାଇଁ TRAIର ଅଫିସିଆଲ ପୋର୍ଟାଲକୁ ଯିବାକୁ ପଡ଼ିବ । ଅନଲାଇନରେ ଆବେଦନ କରିବା ସମୟରେ ଇଚ୍ଛୁକ ପ୍ରାର୍ଥୀଙ୍କୁ ଜରୁରୀ ସୂଚନା ସହିତ ପାଠପଢା ସହ ଜଡିତ ଡକ୍ୟୁମେଣ୍ଟ ଅପଲୋଡ କରିବାକୁ ପଡ଼ିବ । ଡାକ, ଇମେଲ କିମ୍ବା ଅନ୍ୟ କୌଣସି ମାଧ୍ୟମ ଦ୍ବାରା କରାଯାଇଥିବା ଆବେଦନକୁ ସ୍ବୀକାର କରାଯିବ ନାହିଁ ।

Leave a Reply

Your email address will not be published. Required fields are marked *

Back to top button