
India u19 squad : ରାହୁଲ ଦ୍ରାବିଡ ଏବଂ ବୀରେନ୍ଦ୍ର ସେହ୍ବାଗଙ୍କ ପୁଅ ଖେଳିବେ ଦିନିକିଆ ମ୍ୟାଚ, ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍ ପାଇଁ ଟିମ୍ ଘୋଷଣା
ସିନିଅର ଇଣ୍ଡିଆ ଟିମ୍ ପାଇଁ ଏକାଠି ଖେଳିଥିବା ପୂର୍ବତନ ଖେଳାଳି ରାହୁଲ ଦ୍ରାବିଡ ଏବଂ ବୀରେନ୍ଦ୍ର ସେହ୍ବାଗଙ୍କ ପୁଅ ଏବେ ଏକାଠି ଜୁନିଅର ଇଣ୍ଡିଆ ପାଇଁ ଖେଳିବେ । ଜୁନିଅର ନ୍ୟାସନାଲ ଚୟନ ସମିତି ପକ୍ଷରୁ ଅଷ୍ଟ୍ରେଲିଆ ଅଣ୍ଡର-୧୯ ଟିମ୍ ପାଇଁ ଭାରତୀୟ ଟିମ ଘୋଷଣା ହୋଇଛି । ଏଥିରେ ୩ଟି ଦିନିକିଆ ମ୍ୟାଚ ଏବଂ ଦୁଇଟି ବହୁ-ଦିନିଆ ମ୍ୟାଚ ଖେଳାଯିବ । ଦ୍ରାବିଡଙ୍କ ପୁଅ ଅନଭୟ ଦ୍ରାବିଡ ଏବଂ ସେହ୍ବାଗଙ୍କ ପୁଅ ଆର୍ଯ୍ୟବୀର ସେହ୍ବାଗଙ୍କୁ ଦିନିକିଆ ଟିମରେ ସ୍ଥାନ ମିଳିଛି ।
୩ ଏକଦିବସୀୟ ମ୍ୟାଚ ଏବଂ ପ୍ରଥମ ବହୁ-ଦିନିଆ ମ୍ୟାଚ ରାଜକୋଟରେ ଖେଳାଯିବ । ଦ୍ବିତୀୟ ବହୁତ-ଦିବସୀୟ ମ୍ୟାଚ ଅହମଦାବାଦରେ ଆୟୋଜିତ ହେବ । BCCI ସଚିବ ଦେବଜିତ ସାଇକିଆ ଏହି ଘୋଷଣା କରିଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷ ଅଣ୍ଡର-୧୯ ବିରୋଧରେ ମଜବୁତ ପ୍ରଦର୍ଶନ ପାଇଁ ପ୍ରସ୍ତୁତି ହେଉଛି ।
ଦିନିକିଆ ମ୍ୟାଚ ପାଇଁ ଲକ୍ଷ୍ୟ ରାୟଚନ୍ଦାନୀ ଅଧିନାୟକ ହୋଇଛନ୍ତି । ସେହିପରି ୟଶବର୍ଦ୍ଧନ ଚୌହାନ ଉପ ଅଧିନାୟକ ରହିଛନ୍ତି । ମଲ୍ଟି ଡେ ମ୍ୟାଚ୍ ପାଇଁ ୟଶବର୍ଦ୍ଧନ ଚୌହ୍ବାନ ଅଧିନାୟକ ରହିଥିବା ବେଳେ ଲକ୍ଷ୍ୟ ରାୟଚନ୍ଦାନୀ ଉପ ଅଧିନାୟକ ରହିଛନ୍ତି ।
ଦିନିକିଆ ସ୍କ୍ବାଡ୍ : ଲକ୍ଷ୍ୟ ରାୟଚନ୍ଦାନୀ, ୟଶବର୍ଦ୍ଧନ ଚୌହ୍ବାନ, ରଜତ ବଘେଲ, ଆର୍ୟ୍ଯବୀର ସେହ୍ବାଗ, ବିକେ ବିନୀତ, କୁଶାଗ୍ରେ ଓଝା, ଅର୍ଜୁନ ରାଜପୁତ, ମନାଲ ଚୌହ୍ବାନ, ଅନଭୟ ଦ୍ରାବିଡ, ବି ୟଶବୀର, ରୋହିତ ଯାଦବ, ଶାବିନ ବିନୋଜ, ମୋହିତ ଉଲବା, ଚିଗୁରୁପତି ଭେଙ୍କଟା ଏବଂ କାବ୍ୟା ପଟେଲ ।
ମଲ୍ଟି ଡେ ସ୍କ୍ବାଡ୍ : ୟଶବର୍ଦ୍ଧନ ଚୌହ୍ବାନ, ଲକ୍ଷ୍ୟ ରାୟଚନ୍ଦାନୀ, ସାଗର ବିର୍କ, କୁଶାଗ୍ରେ ଓଝା, ମନାଲ ଚୌହ୍ବାନ, କୁଶ ପଟେଲ, ମାନବ କ୍ରିଷ୍ଣା, ଅଭିପ୍ରାୟ ବିଶ୍ବାସ, ରୋହିତ ଯାଦବ, ଈଶାନ ଓମ, ଅୟାନ ଅକ୍ରମ, ପ୍ରଣବ ରାଘବେନ୍ଦ୍ର, ପ୍ରିୟାଂଶୁ ସିଂହ, ମୋହିତ ଉଲବା ଏବଂ ଆର୍ୟନ ଯାଦବ ।