ରାଜ୍ୟ

Ratna Bhandar: ସୁରକ୍ଷା ପାଇଁ ରତ୍ନଭଣ୍ଡାର ଗଣତି ରିପୋର୍ଟ ହେବନି ସାର୍ବଜନୀନ: ଆଇନ ମନ୍ତ୍ରୀ

: ସାର୍ବଜନୀନ ହେବନି ରତ୍ନଭଣ୍ଡାର ଗଣତି ମଣତି ରିପୋର୍ଟ । ରତ୍ନଭଣ୍ଡାର ଗଣତି ମଣତି ତାଲିକା ଏକ ଗୁପ୍ତ ସେବା, ଏହା କୌଣସି ରିଲ୍ସ ନୁହେଁ । ସଂପୂର୍ଣ୍ଣ ସ୍ୱଚ୍ଛତାର ସହ ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି ମଣତି କରାଯାଉଛି । ମହାପ୍ରଭୁଙ୍କ ନୀତି ବହୁଳତାକୁ ଦେଖି ରତ୍ନଭଣ୍ଡାର ଗଣତି ମଣତି କରାଯାଉଛି । ମହାପ୍ରଭୁଙ୍କ ରତ୍ନ ଅଳଙ୍କାରରେ ଅନେକ ଦୁର୍ମୂଲ୍ୟ ମୋତି,ମାଣିକ୍ୟ ରହିଛି । ଏଣୁ ସୁରକ୍ଷା ଦୃଷ୍ଟିରୁ ଏହି ତାଲିକା ପବ୍ଲିକ ଡୋମେନରେ ଉପଲବ୍ଧ ହେବ ନାହିଁ। ଏହି ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ।

ତେବେ ୧୯୭୮ ମସିହା ତାଲିକା ଅନୁସାରେ ସମ୍ପୂର୍ଣ୍ଣ ଗଣତି ମଣତି ପ୍ରକ୍ରିୟା ସରିବା ପରେ ତାଲିକା ପ୍ରସ୍ତୁତ କରାଯିବ। ସମସ୍ତ ଦୁର୍ଲ୍ଲଭ ଓ ଦୁର୍ମୂଲ୍ୟ ଅଳଙ୍କାରର 3D ମ୍ୟାପିଂ ,ଫଟୋଗ୍ରାଫି ଓ ଭିଡ଼ିଓଗ୍ରାଫି କରାଯାଉଛି। ସଂପୂର୍ଣ୍ଣ ଗଣତି ମଣତି ପ୍ରକ୍ରିୟା ସରିବା ପରେ ଏହାର ତାଲିକା ପ୍ରସ୍ତୁତ କରାଯିବ। ଆସନ୍ତା ଦୂର୍ଗା ପୂଜା ପରେ ଗଣତି ମଣତି ଦୀର୍ଘ ସମୟ ଧରି ଚାଲିବ ଓ ମାର୍ଗଶିର ମାସ ପୂର୍ବରୁ ଗଣତି ମଣତି ଶେଷ ହେବ ବୋଲି ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ।

Leave a Reply

Your email address will not be published. Required fields are marked *

Back to top button