ରାଜ୍ୟ

Aska Accident: ଆସ୍କା ନିକଟରେ ସିରିଜ୍ ଦୁର୍ଘଟଣା, ଜଣେ ମୃତ ଜଣେ ଗୁରୁତର

ଆସ୍କା ନିକଟରେ ଦୁର୍ଘଟଣା ଜଣେ ମୃତ ଜଣେ ଆହତ । ଆସିକା ଖଡଭାଗ ଠାରେ ସିରିଜ୍ ଦୂର୍ଘଟଣା । ଟ୍ରକ୍ ଧକ୍କାରେ ଜଣେ ମୃତ ଜଣେ ଗୁରୁତର । ‎ମୃତ ମହିଳା ଜଣକ ହେଲେ ୫୫ ବର୍ଷିୟ ଅଲି ଗୌଡ ଗୁରୁତର ମହିଳା ଜଣକ ହେଲେ ସୁକାନ୍ତି ସାହୁ । ‎‎ଦ୍ରୁତଗାମୀ ଟ୍ରକ୍ ଟି ପ୍ରଥମେ ରାସ୍ତା କଡରେ ଥିବା ଏକ କାରକୁ ଧକ୍କା ଦେଇଥିଲା । ପରେ ଭାରସାମ୍ୟ ହରାଇ ପାଖରେ ଫୁଲ ତୋଳୁଥିବା ଦୁଇ ମହିଳାକୁ ଧକ୍କା ଦେଇଥିଲା । ‎ଘଟଣାରେ ଅଲି ଗୌଡ ନାମକ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ସୁକାନ୍ତି ସାହୁ ଗୁରୁତର ହୋଇଛନ୍ତି। ‎‎ଗୁରୁତର ମହିଳାକୁ ଲୋକେ ଉଦ୍ଧାର କରି ଚିକିତ୍ସା ପାଇଁ ବ୍ରହ୍ମପୁର MKCGକୁ ପଠାଯାଇଛି । ପୋଲିସ ପହଞ୍ଚି ଡ୍ରାଇଭରକୁ ଅଟକ ରଖି ଘଟଣାର ତଦନ୍ତ କରୁଛି । ଦୁର୍ଘଟଣା କେଉଁ ପରିସ୍ଥିତିରେ ଘଟିଲା ଏବଂ ଟ୍ରକ୍ର ଗତି କେତେ ଥିଲା, ସେନେଇ ପୋଲିସ ତଦନ୍ତ ଆରମ୍ଭ କରିଛି। ଏହି ଘଟଣାକୁ ନେଇ ଖଡ଼ଭାଗ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Leave a Reply

Your email address will not be published. Required fields are marked *

Back to top button