ରାଜ୍ୟ

Wrong Blood: ଜୀବନ ସହ ଖେଳ! ଲିକୋମିଆ ରୋଗୀଙ୍କୁ ଭୁଲ୍ ରକ୍ତ ଚଢ଼ାଇବା ଅଭିଯୋଗ

ରୋଗୀଙ୍କୁ ଦିଆଗଲା ଭୁଲ ରକ୍ତ । ଲିକୋମିଆ ରୋଗୀଙ୍କୁ A+VE ବ୍ଲଡ ବଦଳରେ ଦିଆଯାଇଛି B+ VE ବ୍ଲଡ। ଭୁଲ ରକ୍ତ ନେବା ପରେ ମହିଳା ରୋଗୀ ଜଣକ ଆହୁରି ଗୁରୁତର ହୋଇ ପଡିଥିଲେ। ରକ୍ତ ବାନ୍ତି ହେବାରୁ ତାଙ୍କୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରୁ ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରୁ ଆସିଛି ଏଭଲି ଅବହେଳା ଖବର । ପୁରୀ ସଦର ଚନ୍ଦନପୁର ଅଞ୍ଚଳର ବଂଶୀଧର ପ୍ରଧାନଙ୍କ ସ୍ତ୍ରୀ ପ୍ରଦର୍ଶନୀ ପ୍ରଧାନ ଜଟିଳ ଲିକୋମିଆ ରୋଗରେ ଆକ୍ରାନ୍ତ । ରକ୍ତହୀନତା କାରଣରୁ ଗତ ୭ ତାରିଖରେ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟର ମହିଳା ଭେଷଜ ବିଭାଗରେ ଭର୍ତ୍ତି କରାଯାଇଥିଲା ।

ରକ୍ତ ପରୀକ୍ଷା କରାଯାଇ ଡାକ୍ତର ତାଙ୍କର ବ୍ଲଡ ଗ୍ରୁପ୍ A+VE ବୋଲି ଉଲ୍ଲେଖ କରି ତୁରନ୍ତ ତାଙ୍କୁ ବ୍ଲଡ ଦେବା ପାଇଁ ପରାମର୍ଶ ଦେଇଥିଲେ । ହେଲେ ୯ ତାରିଖରେ ତାଙ୍କୁ A+VE ବ୍ଲଡ ବଦଳରେ B+ VE ବ୍ଲଡ ଦିଆଯାଇଥିବା ଅଭିଯୋଗ ହୋଇଛି। ପ୍ରଶ୍ନ ଉଠୁଛି ବ୍ଲଡ ବ୍ୟାଙ୍କ କର୍ମଚାରୀ କିଭଳି ଭୁଲ୍ ବ୍ଲଡ ଗ୍ରୁପ୍ ରକ୍ତ ଦେଲେ? ୱାର୍ଡରେ ନର୍ସ କିଭଳି ଏହାକୁ ଯାଞ୍ଚ ନ କରି ଭୁଲ୍ ବ୍ଲଡ ଗ୍ରୁପ୍ ରକ୍ତ ଲଗାଇଲେ ? ଯଦି ୭ ତାରିଖରେ ବ୍ଲଡ ବ୍ୟାଙ୍କ କର୍ମଚାରୀ A+VE ବ୍ଲଡ ଦେଇଥିଲେ ତେବେ ୯ ତାରିଖରେ କିଭଳି B+ VE ବ୍ଲଡ ଦେଲେ? ପରିବାର ଲୋକଙ୍କ ଅଭିଯୋଗ ପରେ ସିଡିଏମଓ କହିଛନ୍ତି ସେ ଏହାର ତଦନ୍ତ କରି ପଦକ୍ଷେପ ନେବେ ।

Leave a Reply

Your email address will not be published. Required fields are marked *

Back to top button