କ୍ରୀଡା

IND vs SL 2nd Test : ରିଷଭ ପନ୍ତଙ୍କ ସହିତ କଥା ହେବା ସୋନଲଙ୍କୁ ପଡ଼ିଲା ମହଙ୍ଗା, ଶ୍ରୀଲଙ୍କା ଏଡ଼ାଇପାରିଲାନି ଫଲୋଅନ୍

ଟିମ୍ ଇଣ୍ଡିଆର ଷ୍ଟାର ୱିକେଟକିପର ତଥା ବ୍ୟାଟର ରିଷଭ ପନ୍ତଙ୍କୁ ନେଇ ପୁଣି ଚର୍ଚ୍ଚା । ଶ୍ରୀଲଙ୍କା ବ୍ୟାଟର ସୋନଲ ଦନୁଶାଙ୍କ ୱିକେଟ ପଛରେ ରିଷଭଙ୍କ ପଞ୍ଚ ରହିଥିବା ଚର୍ଚ୍ଚା ଚାଲିଛି । କଲମ୍ବୋରେ ଖେଳାଯାଉଥିବା ଭାରତ-ଶ୍ରୀଲଙ୍କା ଦ୍ବିତୀୟ ଟେଷ୍ଟର ୪ର୍ଥ ଦିନରେ ଶ୍ରୀଲଙ୍କା ଫଲୋଅନ ଏଡାଇବା ପାଇଁ ଚେଷ୍ଟା କରୁଥିବା ବେଳେ ପନ୍ତ ଖେଳିଥିଲେ ଗେମ୍ । ଶତକ ମାରିଥିବା ଶ୍ରୀଲଙ୍କା ବ୍ୟାଟର ସୋନଲଙ୍କୁ ନିଜ କଥାରେ ଫସାଇ ଆଉଟ୍ କରିଛନ୍ତି ପନ୍ତ । ଆଉ ସୋନଲଙ୍କ ଏହି ଭୁଲପାଇଁ ଶ୍ରୀଲଙ୍କା ଫଲୋଅନ୍ ମଧ୍ୟ ଏଡ଼ାଇ ପାରିନାହିଁ ।

ଦ୍ବିତୀୟ ଟେଷ୍ଟର ୪ଥର୍ ଦିନରେ ସୋନଲ ଶତକ ମାରି ୧୦୩ ରନରେ ଅପରାଜିତ ରହିଥିଲେ । ଶ୍ରୀଲଙ୍କା ଖେଳାଳି ଫଲୋଅନ ଏଡ଼ାଇପାରିବେ ବୋଲି ଆଶା ମଧ୍ୟ କରାଯାଉଥିଲା । କିନ୍ତୁ ୱିକେଟ ପଛରେ ଥାଇ ନିଜ କଥାରେ ଫସାଇ ବ୍ୟାଟର ସୋନଲଙ୍କୁ ଆଉଟ୍ କରିଦେଇଥିଲେ ପନ୍ତ । ସୋନଲଙ୍କ ଧ୍ୟାନ ହଟାଇବା ପାଇଁ ପନ୍ତ କହିଥିଲେ, ସବୁ ବଲ୍ କୁ ରୋକୁଛ, ଗୋଟିଏ ଛକା ମାର ଏବଂ ନିଜ ଦେଶକୁ ଫଲୋଅନରୁ ବଞ୍ଚାଅ । ଏହାପରେ ସୋନଲ ଜବାବ ଦେଇଥିଲେ, ମୋତେ ଯେତେବେଳେ ଇଚ୍ଛା ହେବ ଛକା ମରିବି, ଆପଣ ନିଜ କାମରେ ଧ୍ୟାନ ଦିଅନ୍ତୁ । ଏହା କହିବା ପରେ ସୋନଲ ଦନୁଶା ସାରାଂଶ ଜୈନଙ୍କ ବଲକୁ ଡିଫେଣ୍ଡ କରିବାକୁ ଚେଷ୍ଟା କରୁଥିବା ବେଳେ କେଏଲ ରାହୁଲ ତାଙ୍କ କ୍ୟାଚ୍ ଧରିଥିଲେ । ଏହାପରେ ସୋନଲ ଆଉଟ୍ ହେବା ପରେ ଟିମ୍ ଇଣ୍ଡିଆକୁ ଫଲୋଅନ ଦେବାକୁ ସୁଯୋଗ ମିଳିଥିଲା । ଶ୍ରୀଲଙ୍କା ଫଲୋଅନ୍ ଠାରୁ ୧୪ ରନରେ ପଛୁଆ ରହିଥିଲା ।

ବର୍ତ୍ତମାନ ଶ୍ରୀଲଙ୍କା ଫଲୋଅନ ଏଡ଼ାଇବାରେ ବିଫଳ ହେବା ପରେ ଦ୍ବିତୀୟ ଇନିଂସ ବ୍ୟାଟିଂ କରୁଛି । ଶ୍ରୀଲଙ୍କା ୧୨୩ ରନ କରି ୨ଟି ୱିକେଟ ହରାଇଛି । ଶ୍ରୀଲଙ୍କା ୮୭ ରନରେ ପଛୁଆ ରହିଛି ।

Leave a Reply

Your email address will not be published. Required fields are marked *

Back to top button