ରାଜ୍ୟ

Flood Recedes: ବନ୍ୟା ଛାଡ଼ିବା ପରେ ଧସିଲା ନାଳିଆ ନଦୀବନ୍ଧ, ଭୟରେ ଗାଁଲୋକ

ଧସିଲା ନାଳିଆ ନଦୀର ନଦୀ ବନ୍ଧ । ବନ୍ୟା ଛାଡିଯିବା ପରେ ଧସିଲା ନାଳିଆ ନଦୀର ନଦୀବନ୍ଧ । ଫଳରେ ଭୟଭୀତ ହୋଇ ରହିଛନ୍ତି ଗାଁଲୋକ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଭଦ୍ରକ ବ୍ଲକ ଅର୍ଣ୍ଣପାଳ ପଞ୍ଚାୟତର ରାଜୁଆଳିବିନ୍ଧା ଗାଁ ନିକଟରେ । ସାଳନ୍ଦୀ ନଦୀ ର ଜଳସ୍ତର ବଢ଼ିବା ଫଳରେ ଶାଖା ନଦୀ ନାଳିଆ ନଦୀର ବାରମ୍ବାର ବନ୍ୟା ଜଳ ଆସିଥିଲା । ଫଳରେ ବନ୍ୟା ସମୟ ରେ ତିହିଡି ବ୍ଲକ ଅଧିନସ୍ଥ ମାତଗଜପୁର ନିକଟରେ ନଦୀ ବନ୍ଧ ଭାଙ୍ଗି ଥିଲା ବେଳେ ବନ୍ୟା ଛାଡିଯିବା ପରେ ଭଦ୍ରକ ବ୍ଲକ ଅଧିନସ୍ଥ ରାଜୁଆଳି ବିନ୍ଧା ନିକଟରେ ନଦୀ ବନ୍ଧ ଧସିଯାଇଛି । ଏଠାରେ ନଦୀବନ୍ଧ ରାସ୍ତାର ପାଖାପାଖି ୪୦ ଫୁଟରୁ ଉର୍ଦ୍ଧ୍ବ ବନ୍ଧ ନଦୀ ଭିତରକୁ ଧସି ଯାଇଛି । ଏହି ବନ୍ଧ ଉପରେ ପ୍ରତ୍ୟେକ ଦିନ ଦୁଇଟି ପଞ୍ଚାୟତର ଅନେକ ଗାଁର ଶହ ଶହ ଲୋକ ଯାତାୟାତ କରିଥାନ୍ତି । ତୁରନ୍ତ ବନ୍ଧର ମରାମତି ପାଇଁ ଗାଁଲୋକ ପ୍ରଶାସନ ନିକଟରେ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *

Back to top button