
IND vs NZ 1st ODI : ଅକଲାଣ୍ଡରେ ସହଜରେ ଜିତିଲା ଭାରତ, ସିରିଜରେ ୧-୦ରେ ଆଗୁଆ
ପ୍ରଥମ ଦିନିକିଆରେ ଭାରତ ବିଜୟୀ । ୫ ୱିକେଟରେ ମ୍ୟାଚ୍ ଜିତି ନେଇଛି ଟିମ୍ ଇଣ୍ଡିଆ । ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରି ୧୮୫ ରନ ଟାର୍ଗେଟ୍ ଦେଇଥିଲା । ଭାରତୀୟ ଦଳ ଡିଆରଏସ ନିୟମରେ ସହଜ ବିଜୟ ହାସଲ କରିଛି । ବର୍ଷା ଯୋଗୁ ଭାରତକୁ ୩୨ ଓଭରରେ ୧୪୩ ରନ ଟାର୍ଗେଟ୍ ମିଳିଥିଲା । ଏହାକୁ ୫ ୱିକେଟରେ ଜିତି ନେଇଛି ଟିମ୍ ଇଣ୍ଡିଆ । ଟିମ୍ ଇଣ୍ଡିଆ ମାତ୍ର ୨୨.୪ ଓଭରରେ ୫ ୱିକେଟ ହରାଇ ମ୍ୟାଚ୍ ଜିତିନେଇଛି । ଅଂଶୁଲ କମ୍ବୋଜଙ୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ହୋଇଛନ୍ତି । ସେ ୧୦ ଓଭରରେ ମାତ୍ର ୨୨ ରନ ଦେଇ ୨ ଓ୍ବିକେଟ୍ ହାସଲ କରିଛନ୍ତି । ସେହିପରି ବିରାଟ କୋହଲି ଟିମ୍ ଇଣ୍ଡିଆ ପକ୍ଷରୁ ସର୍ବାଧିକ ୭୪ ରନ ସଂଗ୍ରହ କରିଛନ୍ତି । ୫ ମ୍ୟାଚ୍ ବିଶିଷ୍ଟ ସିରିଜରେ ୧-୦ରେ ଆଗୁଆ ରହିଛି ଭାରତ ।
୧୮୬ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ଭାରତକୁ ଆରମ୍ଭରୁ ବଡ଼ ଝଟକା ଲାଗିଥିଲା । ଓପନର ରୋହିତ ଶର୍ମା ଖାତା ଖୋଲିବା ପୂର୍ବରୁ ପାଭିଲିୟନ ଫେରିଥିଲେ । ଏହା ପରେ ଅଧିନାୟକ ଗିଲ୍ ଓ ବିରାଟ କୋହଲି ବ୍ୟାଟିଂ କରିଥିଲେ । ବିଶେଷ କରି କୋହଲି ଦମଦାର ସଟ୍ ଖେଳି କିଓ୍ଵି ବୋଲରଙ୍କ ଉପରେ ଚାପ ପକାଇଥିଲେ । ୧୦.୫ ଓଭରରେ ଭାରତର ସ୍କୋର ୫୪/୧ ଥିବା ବେଳେ ବର୍ଷା ହୋଇଥିଲା । ଫଳରେ ଡକ ଓ୍ଵର୍ଥ ଲୁଇସ୍ ନିୟମ ହିସାବରେ ଭାରତକୁ ୪୦ ଓଭରରେ ୧୬୭ ରନର ବିଜୟ ଲକ୍ଷ୍ୟ ମିଳିଥିଲା । ଟିମ୍ ଇଣ୍ଡିଆ ମାତ୍ର ୨୨.୪ ଓଭରରେ ୫ ୱିକେଟ ହରାଇ ମ୍ୟାଚ୍ ଜିତିନେଇଛି ।
ଟସ୍ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିଲେ ଭାରତୀୟ ଦଳର ଅଧିନାୟକ ଶୁବମନ୍ ଗିଲ୍ । ବୋଲରମାନେ ଆରମ୍ଭରୁ ବ୍ରେକ୍ ଥ୍ରୋ ଦେଇଥିଲେ । ମିଚେଲ୍ ୨୮ ରନ୍ କରିଥିବା ବେଳେ ଫିଲିପ୍ସ ୩୦ ରନ୍ କରିଥିଲେ । ଶେଷ ଆଡକୁ ବ୍ଲେୟାର ଟିକନର୍ ଦ୍ରୁତ ବ୍ୟାଟିଂ କରି ୩୪ ରନ୍ କରିଥିଲେ । ଫଳରେ ଦଳ ୪୦.୨ ଓଭରରେ ୧୮୫ ରନ୍ କରିପାରିଥିଲା ।