
Tusshar Kapoor and Ayushmann Khurrana : ଆୟୁଷ୍ମାନ ଏବଂ ତୁଷାର କପୁରଙ୍କୁ ଧମକ ଦେଇଥିବା ବ୍ୟକ୍ତି ଗିରଫ, ବେଙ୍ଗାଲୁରୁ ଧରିଲା ମୁମ୍ବାଇ କ୍ରାଇମବ୍ରାଞ୍ଚ
ବଲିଉଡ ଅଭିନେତା ତୁଷାର କପୁର ଏବଂ ଆୟୁଷ୍ମାନ ଖୁରାନାଙ୍କୁ ଅଡିଓ ମେସେଜ କରି ଧମକ ମାମଲାରେ ମୁମ୍ବାଇ କ୍ରାଇମବ୍ରାଞ୍ଚକୁ ସଫଳତା ମିଳିଛି । କ୍ରାଇମବ୍ରାଞ୍ଚ ଏହି ମାମଲାରେ ବେଙ୍ଗାଲୁରୁରୁ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି । ଆଇଟି ପ୍ରଫେସନାଲ ବୈଭବ ମିଶ୍ରା ତୁଷାର ଏବଂ ଆୟୁଷ୍ମାନଙ୍କୁ ଧମକ ଦେଇଥିବା ଜଣାପଡିଛି । ୩୦ ବର୍ଷୀୟ ବୈଭବ ମିଶ୍ରାଙ୍କୁ ବେଙ୍ଗାଲୁରୁରୁ ଗିରଫ କରାଯାଇ ମୁମ୍ବାଇ ଅଣାଯାଇଛି ।
ନଭେମ୍ବର ୩ ତାରିଖରେ ତୁଷାର କପୁରଙ୍କୁ ଧମକ ମିଳିଥିବା ବେଳେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ଗ୍ୟାଙ୍ଗଷ୍ଟର ହେରି ବକ୍ସର ନାମରେ ଧମକ ମିଳିଥିଲା । ଏହାସହିତ ୫ କୋଟି ଟଙ୍କା ଦାବି କରିଥିଲା । ପୋଲିସ ତୁରନ୍ତ ମାମଲାର ଯାଞ୍ଚ କରି ଭଏସ ସାମ୍ପଲ ଏବଂ ଧମକ ଦେଇଥିବା ବ୍ୟକ୍ତି ସ୍ବରକୁ ମିଳାଇଥିଲା । ଏହା ବିଷ୍ଣୋଇ ଗ୍ୟାଙ୍ଗର ହେରି ବକ୍ସରର ନୁହେଁ ବୋଲି ଜଣାପଡିଥିଲା । ଏହାପରେ ପୋଲିସ ବେଙ୍ଗାଲୁରୁର ବୈଭବ ମିଶ୍ରାଙ୍କୁ ଗିରଫ କରିଥିଲା ।
ତୁଷାରଙ୍କ ପରେ ଆଜି ଆୟୁଷ୍ମାନ ଖୁରାନାଙ୍କୁ ଧମକ ମିଳିଥିଲା । ଆୟୁଷ୍ମାନଙ୍କୁ ମଧ୍ୟ ବିଷ୍ଣୋଇ ଗ୍ୟାଙ୍ଗ ନାମରେ ଧମକ ମିଳିବା ସହିତ ଟଙ୍କା ମଗାଯାଇଥିଲା । ଆୟୁଷ୍ମାନ ଖୁରାନାଙ୍କୁ ମିଳିଥିବା ଅଡିଓ ମେସେଜରେ ଜଣେ ବ୍ୟକ୍ତି ନିଜକୁ ଲରେନ୍ସ ଗ୍ୟାଙ୍ଗ ସହ ଜଡ଼ିତ ବୋଲି କହିବା ସହ କୋଟି କୋଟି ଟଙ୍କା ଦାବି କରିଥିଲା । ପୋଲିସ ଏହି ମାମଲାରେ ଯାଞ୍ଚ କରି ସଫଳତା ପାଇଛି । ଅଭିଯୁକ୍ତ ବୈଭବଙ୍କୁ ବେଙ୍ଗାଲୁରୁର ଗିରଫ କରାଯାଇଛି । ପୋଲିସ ଏହି ମାମଲାର ଯାଞ୍ଚ କରୁଛି । ମୁମ୍ବାଇ ଆଣି ବୈଭବଙ୍କୁ ପଚରାଉଚରା ପରେ ସତ ଜଣାପଡିବ ବୋଲି ଜଣାପଡିଛି ।