
ରାଜ୍ୟ
Ersama Storm: ଏରସମାରେ ଟର୍ଣ୍ଣାଡୋ ଭଳି ଘୂର୍ଣ୍ଣିଝଡ଼, ଉଡ଼ିଲା ଘରର ଛପର ଓ ଉପୁଡ଼ିଲା ବଡ଼ ବଡ଼ ଗଛ
ଏରସମାରେ ଭୟଙ୍କର ଘୂର୍ଣ୍ଣିଝଡ଼ । ଜଗତସିଂହପୁର ଜିଲ୍ଲା ଆମ୍ବିକି ପଞ୍ଚାୟତର କିଆଦା ସାଆଙ୍ଗା ଅଞ୍ଚଳରେ ଭୟଙ୍କର ଘୂର୍ଣ୍ଣିଝଡ଼ ସହ ପ୍ରବଳ ବର୍ଷା । ଟର୍ଣ୍ଣାଡୋ ଭଳି ମାଡ଼ି ଆସିଲା ଝଡ଼। ଉପୁଡ଼ି ପଡ଼ିଲା ବଡ଼ ବଡ଼ ଗଛ, ଘରଦ୍ୱାର ଭାଙ୍ଗିବା ସହ ଛପର ଉଡ଼ାଇ ନେଲା ପ୍ରବଳ ପବନ। ଘୂର୍ଣ୍ଣିଝଡ଼ ପ୍ରଭାବରେ ଉପକୂଳ ଅଞ୍ଚଳ ସମେତ ଅନ୍ୟାନ୍ୟ ଅଞ୍ଚଳରେ ମଧ୍ୟ ବହୁ ଲୋକଙ୍କ ଘରଦ୍ୱାର କ୍ଷତିଗ୍ରସ୍ତ ହୋଇଛି। ଅଞ୍ଚଳରେ ଭୟ ଓ ଆତଙ୍କର ପରିବେଶ । କ୍ଷୟକ୍ଷତିର ସଠିକ୍ ଆକଳନକୁ ଅପେକ୍ଷା। ଘଟଣା ସ୍ଥଳରେ ଏରସମା ତହସିଲଦାର ପକ୍ଷରୁ ତଦନ୍ତ କରିଛନ୍ତି ।