
India Win T20 series : ସିରିଜ୍ ପୋଛି ନେଲା ଭାରତ, ଆଫଗାନିସ୍ତାନକୁ ହରାଇ ୩-୦ରେ ସିରିଜ୍ କବଜା କଲା ଭାରତ
India Win T20 series ସିରିଜ୍ ପୋଛି ନେଲା ଭାରତ। ଆଫଗାନିସ୍ତାନକୁ ହରାଇ ୩-୦ରେ ସିରିଜ୍ କବଜା କଲା ଭାରତ। ଦିଲ୍ଲୀର ଅରୁଣ ଜେଟ୍ ଲୀ ଷ୍ଟାଡିୟମରେ ଆଫଗାନିସ୍ତାନ ବିପକ୍ଷ ତୃତୀୟ ତଥା ଶେଷ ଟି-୨୦ ମ୍ୟାଚରେ ଏହି କମାଲ କରିଛି ଭାରତୀୟ ଦଳ। ୧୨୭ ରନ୍ ରେ ଆଫଗାନିସ୍ତାନକୁ ହରାଇ ସିରିଜ୍ ବିଜୟୀ ହୋଇଛି ଭାରତ। ୯୪ ରନରେ ଅଲ ଆଉଟ୍ ହୋଇଥିଲା ଆଫଗାନିସ୍ତାନ।
ତେବେ ୩୦ ବଲରେ ଶତକ ମାରି ଏହି ମ୍ୟାଚରେ ନୂଆ ରେକର୍ଡ କରିଛନ୍ତି ଅଭିଷେକ ଶର୍ମା। ମୋଟ ୩୪ ବଲରୁ ୧୦୮ ରନ୍ କରିଥିଲେ ଐତିହାସିକ ରେକର୍ଡ କରିଛନ୍ତି ଅଭିଷେକ ଶର୍ମା। ତେବେ ପ୍ରଥମେ ଭାରତ ବ୍ୟାଟିଂ କରି ୨୨୧ ରନ୍ କରିଥିବା ବେଳେ ଆଫଗାନିସ୍ତାନକୁ ୨୨୨ ରନ୍ ଟାର୍ଗେଟ୍ ଦେଇଥିଲା। ଅଭିଷେକଙ୍କ ପଛକୁ ସଞ୍ଜୁ ସାମସନ ୫୦ ରନ୍ , ଶ୍ରେୟସ ଆୟାର ୧୮ ଓ ଶିବମ ଦୁବେ ୧୪ ରନ୍ କରିଥିଲେ।
ମୋଟ ୨୦ ଓଭରରେ ୭ ୱିକେଟ୍ ହରାଇ ୨୨୧ ରନ୍ କରିଥିଲା ଭାରତ। ତେବେ ଦ୍ବିତୀୟ ଇନିଂସରେ ଆଫଗାନିସ୍ତାନ ବ୍ୟାଟିଂ କରିବାକୁ ଆସିଥିଲେ ମଧ୍ୟ କିଛି ଓଭର ପରେ ଦଳରେ ବ୍ୟାଟିଂ ବିପର୍ଯ୍ୟୟ ଦେଖିବାକୁ ମିଳିଥିଲା। ଭାରତୀୟ ବୋଲରଙ୍କ ଆଗରେ ହାର୍ ମାନିଥିଲା ଆଫଗାନିସ୍ତାନ୍ । ମାତ୍ର ୯୪ ରନ୍ ରେ ଅଲ୍ ଆଉଟ୍ ହୋଇଥିଲା ଆଫଗାନ୍ ଦଳ।