ମନୋରଞ୍ଜନ

TV Actor Anuj Thakur dies : ୩୩ ବର୍ଷ ବୟସରେ ଟିଭି ଅଭିନେତା ଅନୁଜ ଠାକୁରଙ୍କ ପରଲୋକ, ଶୋଇଥିବା ଅବସ୍ଥାରେ ମୃତ୍ୟୁ

ଲୋକପ୍ରିୟ ଟିଭି ଅଭିନେତା ଅନୁଜ ଠାକୁରଙ୍କ ମାତ୍ର ୩୩ ବର୍ଷ ବୟସରେ ପରଲୋକ ହୋଇଛି । ୨୭ ଅକ୍ଟୋବର ୨୦୨୬ରେ ମଙ୍ଗଳବାର ସକାଳେ ମୁମ୍ବାଇର ଓଶିୱାରାସ୍ଥିତ ନିଜ ଘରେ ଶୋଇଥିବା ଅବସ୍ଥାରେ ଅନୁଜଙ୍କ ମୃତ୍ୟୁ ହୋଇଥିଲା । ଏହି ଖବର ପରେ ଟେଲିଭିଜନ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି ।

ଅନୁଜଙ୍କ ମୃତ୍ୟୁରେ ତାଙ୍କ ବନ୍ଧୁ ରୁପେଶ ସୋନାର ସୋସିଆଲ ମିଡିଆରେ ଶୋକ ପ୍ରକାଶ କରିଛନ୍ତି । ସେ ଲେଖିଛନ୍ତି, ଏବେ ବି ବିଶ୍ୱାସ ହେଉନାହିଁ ଯେ ତୁମେ ଆମ ଗହଣରେ ନାହଁ । ତୁମେ କେବଳ ମୋର ବନ୍ଧୁ ନଥିଲ, ବରଂ ମୋର ସାନ ଭାଇ ଭଳି ଥିଲ। ଆମେ ମିଶି ଅନେକ ପ୍ରୋଜେକ୍ଟ କରିବାକୁ ଯୋଜନା କରିଥିଲୁ। ତୁମର ସଂଘର୍ଷ ଏବଂ ଯାତ୍ରାକୁ ମୁଁ ଅତି ନିକଟରୁ ଦେଖି ଛି। ଏତେ କମ୍ ବୟସରେ ତୁମର ଏପରି ଚାଲିଯିବା ହୃଦୟ ବିଦାରକ ।

ମୃତ୍ୟୁର ପ୍ରାୟ ୧୦ ଦିନ ପୂର୍ବରୁ ସେ ଅନୁଜଙ୍କୁ ଭେଟିଥିଲେ । ରୁପେଶଙ୍କ କହିବା ଅନୁସାରେ ଶୁକ୍ରବାର ଦିନ ସେ ଅନୁଜଙ୍କୁ ଫୋନ୍ କରିଥିଲେ । ହେଲେ ତାଙ୍କ ପରିବାର ସଦସ୍ୟ ଫୋନ୍ ଉଠାଇ ମୃତ୍ୟୁ ଖବର ଦେଇଥିଲେ । ପରିବାର ଲୋକଙ୍କ କହିବା ଅନୁସାରେ ଅନୁଜଙ୍କୁ ବୋଧହୁଏ ଶୋଇଥିବା ଅବସ୍ଥାରେ ଫିଡ୍ସ ମାରିବା ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିଲା ।

ସୂଚନା ଅନୁସାରେ, ଅନୁଜ ଠାକୁର ‘ଧୂମ୍ ମଚାଓ ଧୂମ୍’, ‘ବନ୍ଧନ ସାତ ଜନ୍ମୋ କା’, ‘ବୀନ୍ଦ ବନୁଙ୍ଗା ଘୋଡ଼ି ଚଢ଼ୁଙ୍ଗା’ ଏବଂ ‘ମହିସାଗର’ ଭଳି ଟିଭି ଧାରାବାହିକରେ ଅଭିନୟ କରି ଲୋକପ୍ରିୟତା ହାସଲ କରିଥିଲେ ।

Leave a Reply

Your email address will not be published. Required fields are marked *

Back to top button