
ରାଜ୍ୟ
Additional Secretary Transport Department: ମହଙ୍ଗା ପଡ଼ିଲା ମହିଳାଙ୍କୁ ରାତି ଅଧିଆ ଭେଟ, ପରିବହନ ବିଭାଗର ଅତିରିକ୍ତ ସଚିବ ଥାନାରେ ଅଟକ
ମହଙ୍ଗା ପଡ଼ିଲା ମହିଳାଙ୍କୁ ରାତି ଅଧିଆ ଭେଟ । ଅଡ଼ୁଆରେ ପରିବହନ ବିଭାଗର ଅତିରିକ୍ତ ସଚିବ । ଅରୁଣ ବିଶ୍ବାଳ ଖାରବେଳ ନଗର ଥାନାରେ ଅଟକ। ରାତି ଅଧରେ ଉତ୍ପାତ ବେଳେ ଉଠାଇ ଆଣିଲା ପୋଲିସ । ମହିଳାଙ୍କ ଘରେ ପଶି ହଙ୍ଗାମା କରୁଥିବା ବେଳେ ପୋଲିସକୁ ମିଳିଥିଲା ଖବର । ଖବର ପାଇ ପିସିଆର ପହଞ୍ଚି ଥାନାକୁ ଆଣି ଅଟକ ରଖିଛି। ଏନେଇ ଖାରବେଳ ନଗର ଥାନା ପୋଲିସ ତଦନ୍ତ କରୁଛି । ମହିଳାଙ୍କୁ ପଚରାଉଚରା କରୁଛି ସ୍ବତନ୍ତ୍ର ଟିମ୍ । ସମ୍ପୃକ୍ତ ଅଧିକାରୀ କାହିଁକି ତାଙ୍କ ଘରକୁ ଏତେ ରାତିରେ ଆସିଥିଲେ । ସେନେଇ ସମ୍ପୃକ୍ତ ଅଧିକାରୀଙ୍କୁ ମଧ୍ୟ ପଚରାଉଚରା କରୁଛି ଏକ ଟିମ୍ । ଏନେଇ ଖାରବେଳ ନଗର ଥାନାରେ ମଧ୍ୟ ଏକ ଲିଖିତ ଅଭିଯୋଗ ହୋଇଛି । ମହିଳାଙ୍କ ଘରେ ପଶିବା ଓ ରାତି ଅଧରେ ହଙ୍ଗାମା କରିବା । ମହିଳାଙ୍କ ସହ ଅସଦାଚରଣ ଅଭିଯୋଗ ହୋଇଛି ।