ରାଜ୍ୟ

Bomb Attack In Bhubaneswar: ଭାଇକୁ ବୋମା ଫିଙ୍ଗିଲା ଭାଇ, ବଡ଼ ଭାଇ ମୃତ, ସାନ ଭାଇ ଗୁରୁତର

ଭାଇକୁ ବୋମା ଫିଙ୍ଗିଲା ଭାଇ । ଦୁଇ ଭାଇଙ୍କ ମଧ୍ୟରେ ଝଗଡ଼ାକୁ କେନ୍ଦ୍ର କରି ଘଟିଛି ବୋମାମାଡ଼ । ଦୁଇଟି ବୋମାମାଡ଼ରେ ଥରି ଉଠିଛି ସ୍ଥାନୀୟ ଅଞ୍ଚଳ । ଘଟଣାରେ ଜଣେ ଭାଇଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଭାଇ ଗୁରୁତର ଆହତ ହୋଇଛନ୍ତି । ଖୋର୍ଦ୍ଧା ଅଙ୍ଗାରପଡ଼ା ପଞ୍ଚାୟତ ମହୁଲ ଗାଁରେ ବୋମାମାଡ଼ ହୋଇଛି । ମୃତକ ହେଲେ ବଡ଼ ଭାଇ ମୋହନ ପାଢ଼ୀ । ଗୁରୁତର ଆହତ ସାନ ଭାଇ ମଦନ ପାଢ଼ୀଙ୍କୁ ପ୍ରଥମେ ଭୁବନେଶ୍ବର କ୍ୟାପିଟାଲ ହସପିଟାଲ ଓ ପରେ କଟକ ଏସସିବିରେ ଭର୍ତ୍ତି କରାଯାଇଛି । ତାଙ୍କ ହାତ ଛିଡ଼ି ଯାଇଛି ।

ଖବର ପାଇ ପ୍ରଥମେ ଚନ୍ଦକା ଥାନା ଅଧିକାରୀ ଓ ପିସିଆର୍ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ । ପରେ ଜୋନ୍-୬ ଏସିପି, ସାଇଣ୍ଟିଫିକ୍ ଟିମ୍ ଏବଂ ଭୁବନେଶ୍ୱର ଡିସିପି କ୍ରାଇମ୍ ସ୍ପଟ୍ ରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରୁ ବିଭିନ୍ନ ନମୁନା ସଂଗ୍ରହ କରିଛି । ବୋମାମାଡ଼ର ପ୍ରକୃତ କାରଣ କ’ଣ ଏବଂ ଘଟଣାରେ ଆଉ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ, ସେନେଇ ପୋଲିସ ତଦନ୍ତ ଜାରି ରଖିଛି ।

Leave a Reply

Your email address will not be published. Required fields are marked *

Back to top button