ଜ୍ୟୋତିଷ

Sorada Flood Update: ବନ୍ୟା ଆଶଙ୍କା ନଥିଲା, ତଥାପି ବୁଡ଼ିଲା ! ସୋରଡ଼ାରେ କାହିଁକି ଏଭଳି ସ୍ଥିତି

ବାତ୍ୟା ଅର୍ଣ୍ଣବ ପରେ ଲଗାଣ ବର୍ଷାରେ ସୋରଡ଼ା ବ୍ଲକର ଅନେକ ଗାଁ ଜଳମଗ୍ନ। ନୂଆଗଡ଼ରେ ବନ୍ୟା ପାଣି, ବିପଦରେ ଗ୍ରାମବାସୀ। ବନ୍ୟା ଆଶଙ୍କା ନଥିବା କୁହାଯାଇଥିବା ବେଳେ କାହିଁକି ଏଭଳି ପରିସ୍ଥିତି ସୃଷ୍ଟି ହେଲା? ବାତ୍ୟା ଅର୍ଣ୍ଣବ ପରେ ଗଞ୍ଜାମ ଜିଲ୍ଲାର ସୋରଡ଼ା ବ୍ଲକରେ ବନ୍ୟା ପରିସ୍ଥିତି। ଲଗାଣ ବର୍ଷାରେ ଅନେକ ଗାଁ ଜଳମଗ୍ନ ହୋଇଛି। ବିଶେଷକରି ନୂଆଗଡ଼ ଗାଁରେ ବନ୍ୟା ପାଣି ପଶିବା ପରେ ଲୋକଙ୍କ ଚିନ୍ତା ବଢ଼ିଛି। ଗାଁର ରାସ୍ତାଘାଟରେ ପାଣି ଜମି ରହିଥିବା ବେଳେ ଲୋକଙ୍କ ସ୍ୱାଭାବିକ ଜୀବନଯାତ୍ରା ପ୍ରଭାବିତ ହୋଇଛି। ନିଜ ସୁରକ୍ଷାକୁ ନେଇ ଚିନ୍ତାରେ ଅଛନ୍ତି ଗ୍ରାମବାସୀ।ତେବେ ବନ୍ୟା ଆଶଙ୍କା ନଥିବା କୁହାଯାଇଥିବା ବେଳେ ସୋରଡ଼ାର ଗାଁଗୁଡ଼ିକ ଜଳମଗ୍ନ ହେଲା କେମିତି? ସୋରଡ଼ାରେ ପ୍ରବଳ ବର୍ଷା ଓ ପାହାଡ଼ିଆ ଜଳପ୍ରବାହର ସମ୍ଭାବ୍ୟ ବିପଦକୁ ଆଗୁଆ ଆକଳନ କରାଯାଇଥିଲା କି? ନୂଆଗଡ଼ ସମେତ ବିପଦପ୍ରବଣ ଗାଁଗୁଡ଼ିକର ଲୋକଙ୍କୁ କେବେ ଓ କିଭଳି ସତର୍କ କରାଯାଇଥିଲା? ଜଳବନ୍ଦୀ ଗ୍ରାମବାସୀଙ୍କ ପାଖରେ ତୁରନ୍ତ ସହାୟତା ପହଞ୍ଚାଇବା ପାଇଁ କି ବ୍ୟବସ୍ଥା ହୋଇଥିଲା? ଆଗାମୀ ଦିନରେ ସୋରଡ଼ା ବ୍ଲକର ଗାଁଗୁଡ଼ିକୁ ଏଭଳି ବନ୍ୟାରୁ ରକ୍ଷା କରିବା ପାଇଁ ସରକାରଙ୍କ ସ୍ଥାୟୀ ଯୋଜନା କ’ଣ? ଏସବୁର ପ୍ରଶ୍ନର ଉତ୍ତର ଚାହୁଁଛନ୍ତି ସୋରଡ଼ାବାସୀ

ବନ୍ୟା ପରେ କେବଳ କ୍ଷୟକ୍ଷତି ଆକଳନ କରିଦେଲେ ହେବ ନାହିଁ। ସୋରଡ଼ାରେ କାହିଁକି ଏଭଳି ପରିସ୍ଥିତି ଉପୁଜିଲା, କେଉଁଠି ଅଭାବ ରହିଲା ଏବଂ ଆଗକୁ କିପରି ଏହାର ପୁନରାବୃତ୍ତି ରୋକାଯିବ, ସେନେଇ ସ୍ପଷ୍ଟ ଉତ୍ତର ଦେବା ଆବଶ୍ୟକ। ବିଶେଷକରି ନୂଆଗଡ଼ ଭଳି ଗାଁର ଲୋକଙ୍କ ସୁରକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦେବା ଦରକାର।

Leave a Reply

Your email address will not be published. Required fields are marked *

Back to top button