ମନୋରଞ୍ଜନ

Tamannah Bhatia: ଛଟ ପୂଜାରେ ତମନ୍ନାଙ୍କ ଆସ୍ଥା, ‘ଦି ୱାନ’ ରେ ଦେଖିବାକୁ ମିଳିବ ଭିନ୍ନ ଅବତାର

‘ଦି ୱାନ୍’ର ‘ଛଟ ମୈୟା’ ଗୀତ କେବଳ ଏକ ଭକ୍ତିମୟ ଗୀତ ନୁହେଁ ବରଂ ଏହି ଫିଲ୍ମର କାହାଣୀ ଏବଂ ତାଙ୍କ ଲୋକକଥା ଦୁନିଆଁ ସହିତ ଜଡିତ । ଗୀତରେ ଛଟ ପୂଜାର ପରମ୍ପରା ଏବଂ ତା ସହିତ ଜଡିତ ଆସ୍ଥାକୁ ସୁନ୍ଦର ଭାବେ ଦେଖାଯାଇଛି । ଯେଉଁଥିରେ ତମନ୍ନା ଭାଟ୍ଟିଆ ଏକ ଭୂମିକାରେ ନଜର ଆସିଛନ୍ତି । ଫିଲ୍ମଟିରେ ଛଟ ପୂଜାର ବିଶେଷ ମହତ୍ତ୍ବ ରହିଛି ତେଣୁ ତମନ୍ନା ଏହା ଉପରେ କେବଳ ଗୀତଟିଏ ନ ଆସୁ ବରଂ ଏହାର ପରମ୍ପରା ଏବଂ ଭାବନାକୁ ପ୍ରକୃତରେ କଏଦ କରିବାକୁ ଚାହୁଁଥିଲେ । ଏହି କାରଣରୁ ସୁଟିଂ ପୂର୍ବରୁ ତାଙ୍କୁ ଛଟ ପୂଜା ସମ୍ପର୍କରେ ବିସ୍ତାରିତ ଭାବେ ଗବେଷଣା କରିଥିଲେ ଏବଂ ବିହାର ଓ ପାଟନାରେ ଏହି ପର୍ବ କିପରି ମନାଯାଏ ତାହା ବୁଝାଇବାକୁ  ଚେଷ୍ଟା କରିଥିଲେ ।

ନିଜର ଅନୁଭବକୁ ବୁଝାଇବାକୁ ଯାଇ ତମନ୍ନା କହିଛନ୍ତି ଯେ, ‘‘ମୁଁ ସବୁବେଳେ ଛଟ ପୂଜାକୁ ବହୁତ ଶ୍ରଦ୍ଧା ସହିତ ଦେଖି ଆସୁଛି । ଗୀତର ସୁଟିଂ ଆରମ୍ଭ ହେବା ପୂର୍ବରୁ ମୁଁ ଏହି ପରମ୍ପରାର ଗୁରୁତ୍ୱ ଏବଂ ଏହାକୁ ବିହାର ଏବଂ ପାଟନାରେ କିପରି ପାଳନ କରାଯାଏ ତାହା ବୁଝିବା ପାଇଁ ସମୟ ନେଇଥିଲି । ଲୋକଙ୍କ ବିଶ୍ବାସ ଏବଂ ଏହାର ଶକ୍ତିକୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲି । ଛଟ ମୈୟାଙ୍କ ସହିତ ମୁଁ ଯେଉଁ ସମ୍ପର୍କ ଅନୁଭବ କଲି ତାହା ବର୍ଣ୍ଣନା କରିବା କଷ୍ଟକର । ଛଟ ପୂଜା ‘ଦି ୱାନ୍’ର ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଂଶ ଏବଂ ମୁଁ ଏହି ପରମ୍ପରାକୁ ଅନ୍ୟ କୌଣସି ଉପାୟରେ ଅନୁଭବ କରିବାକୁ ଚାହିଁ ନଥାନ୍ତି ।”

‘ଛଟ ମୈୟା’ ମାଧ୍ୟମରେ ଦର୍ଶକଙ୍କ ସାମ୍ନାରେ ଏହି ଫିଲ୍ମର ଲୋକକଥା ଏବଂ କାଳ୍ପନିକ ଦୁନିଆକୁ ଆହୁରି ପ୍ରକାଶ କରାଯାଇଛି । ଏହି ଗୀତଟିକୁ ବିଶାଲ ମିଶ୍ର ଗାଇଥିବା ସହିତ କମ୍ପୋଜ ମଧ୍ୟ କରିଥିବାବେଳେ କୌଶଳ କିଶୋର ଲେଖିଛନ୍ତି । ସେହିପରି କୋରିଓଗ୍ରାଫି ଚିନ୍ନି ପ୍ରକାଶ କରିଛନ୍ତି ।  ଗୀତଟି ଜୀ ମ୍ୟୁଜିକ୍ ର ସଂଗୀତ ଲେବଲ୍ ଅଧୀନରେ ରିଲିଜ୍ କରିଛି ।

‘ଦି ୱାନ୍’ଭାରତୀୟ ଲୋକକଥାକୁ ଫ୍ୟାଣ୍ଟାସି, ଆଡଭେଞ୍ଚର, ରହସ୍ୟ ଏବଂ ରୋମାନ୍ସ ସହିତ ଏକ ବଡ଼ ସିନେମାଟିକ୍ ଅନୁଭବ ଭାବେ ପରଦାରେ ପ୍ରସ୍ତୁତ କରିବାର ପ୍ରୟାସ କରିଛି । ଏହି ଫିଲ୍ମରେ ଟିଭିଏଫ୍‌ର ଅରୁଣାଭ କୁମାର, ନିର୍ଦ୍ଦେଶକ ଦୀପକ ମିଶ୍ର ଏବଂ ଏକତା କପୁର ଏକାଠି ହୋଇଛନ୍ତି । ଏହି ଫିଲ୍ମର କାହାଣୀ ଦୁନିଆକୁ ‘ଦ ଲିଜେଣ୍ଡ ଅଫ୍ ୱାନ୍’ନାମକ କମିକ୍ ବୁକ୍ ମାଧ୍ୟମରେ ମଧ୍ୟ ଆଗକୁ ବଢ଼ାଯାଇଛି । ଏହି କମିକ୍ ବୁକ୍ ଦର୍ଶକଙ୍କୁ ଫିଲ୍ମର ବିଶାଳ ଲୋକକଥା ଆଧାରିତ ଦୁନିଆ ସହିତ ପରିଚିତ କରାଇଥାଏ ।

Leave a Reply

Your email address will not be published. Required fields are marked *

Back to top button