ରାଜ୍ୟ

Remove Black Tinted Glass : ଗାଡିରେ କଳାକାଚ ଥିଲେ ସାବଧାନ ! ପୋଲିସ କରୁଛି ଚେକିଂ

କଳା କାଚ ବ୍ୟବହାର କରୁଥିଲେ ହୁସିଆର । ଧରାପଡିଲେ ଗଣିବେ ମୋଟା ଅଙ୍କର ଫାଇନ । କଳା କାଚ ବ୍ୟବହାର କାରୀଙ୍କ ଉପରେ ଚାଲୁଛି ସ୍ପେଶାଲ ଡ୍ରାଇଭ୍ । ଏମଭିଆଇ ଓ ପୋଲିସର ମିଳିତ ଡ୍ରାଇଭ । ଲୋକମାନେ ନିଜେ ନିଜ ଗାଡିରେ କଳାକାଚ ଥିଲେ ଏହାକୁ ସ୍ବତଃପ୍ରବୃତ ବାହାର କରି ଦିଅନ୍ତୁ । ନଚେତ ରାସ୍ତା ଘାଟରେ ଚେକିଂର ସମ୍ମୁଖୀନ ହେବେ । ଯାହା ଫଳରେ ଗାଡିରୁ କାଚ କଢା ହେବା ସହ ଫାଇନ ମଧ୍ୟ ଦେବାକୁ ପଡିବ।

ପାର୍ବଣ ଋତୁ ଆସୁଥିବାରୁ ଅପରାଧିକ କାର୍ଯ୍ୟକଳାପ ରୋକିବା ପାଇଁ ଏଭଳି ଡ୍ରାଇଭ ଆରମ୍ଭ ହୋଇଛି । ଏଜି ଛକରେ ଅନେକ ଗାଡ଼ି ଅଟକାଯାଇ କଳାକାଚ ପରଦା ଗୁଡ଼ିକୁ ହଟାଯାଇଛି । ୨୦୧୨ମସିହାରେ କଳା କାଚ ବ୍ୟବହାର ଉପରେ ରୋକ ଲଗାଇଥିଲେ ସୁପ୍ରିମକୋର୍ଟ । ଏଭଳି କଳାକାଚ ପାଇଁ ଅପହରଣ, ଅସଦାଚରଣ ଓ ଦୁଷ୍କର୍ମ ଭଳି ଅସାମାଜିକ ଅପରଧ ଘଟିବାର ଆଶଙ୍କା ରହିଛି । ଏଭଳି କଳାକାଚ ବ୍ୟବହାର ଉପରେ ମଧ୍ୟ ପରିବହନ ବିଭାଗର ମୋଟର ଭେଇକିଲ ଆକ୍ଟ ୧୭୭ ଧାରା ଆଧାରରେ କାର୍ଯ୍ୟାନୁଷ୍ଠାନ ନେବାର ପ୍ରାବଧାନ ମଧ୍ୟ ରହିଛି ।

Leave a Reply

Your email address will not be published. Required fields are marked *

Back to top button