ରାଜ୍ୟ

Theft: ଭୁବନେଶ୍ୱରରୁ ଚୋରି, ଅସ୍ତରଙ୍ଗରୁ ୫୪ ଲକ୍ଷ ୮୦ ହଜାର ଟଙ୍କା ଜବତ

ଭୁବନେଶ୍ୱରରୁ ଚୋରି, ଅସ୍ତରଙ୍ଗରୁ ଜବତ । ୫୪ ଲକ୍ଷ ୮୦ ହଜାର ଟଙ୍କା ଜବତ । ଅଭିଯୁକ୍ତ ଫେରାର ହୋଇଯାଇଛି । ପୁରୀ ଜିଲ୍ଲା ଅସ୍ତରଙ୍ଗ ସାମୁଦ୍ରିକ ଥାନା ପକ୍ଷରୁ ଟଙ୍କା ଜବତ ହୋଇଛି । ଭୁବନେଶ୍ୱରରୁ ଟଙ୍କା ବ୍ୟାଗ ଧରି ଅସ୍ତରଙ୍ଗର ବାହୁଡ଼ିହ ଗାଁକୁ ଆସିଥିଲା ଅଭିଯୁକ୍ତ ।

ସୂଚନା ମୁତାବକ, ଗତ ୨ ଦିନ ତଳେ ଭୁବନଶ୍ୱରର ଜଣେ ଅବସରପ୍ରାପ୍ତ ଜଳସମ୍ପଦ ବିଭାଗର ଆସିଷ୍ଟାଣ୍ଟ ଇଂଜିନିୟର ଅଶୋକ କୁମାର ସାହୁ ତାଙ୍କ ଇପିଏଫ ଟଙ୍କାରୁ ଲକ୍ଷାଧିକ ଟଙ୍କା ଉଠାଇ ଘରେ ରଖିଥିଲେ l ଅଶୋକଙ୍କ ଗାଡି ଡ୍ରାଇଭର ଅସ୍ତରଙ୍ଗ ବ୍ଲକ ବାହୁଡ଼ିହ ଗାଁର ବିକାଶ କୁମାର ବିଶ୍ୱାଳ ଟଙ୍କା ବ୍ୟାଗକୁ ଧରି ରାତିରେ ଚମ୍ପଟ ମାରିଥିଲା । ଏନେଇ ଅଶୋକ ଭୁବନେଶ୍ବର ଲଷ୍ମୀ ସାଗର ଥାନାରେ ଅଭିଯୋଗ କରିଥିଲେ। ୬୫ ଲକ୍ଷ ୮୦ ହଜାର ଟଙ୍କା ଡ୍ରାଇଭର ନେଇ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି । ପରେ ଲଷ୍ମୀ ସାଗର ପୋଲିସ ମାମଲା ରୁଜୁ କରି ଛାନଭିନ ଆରମ୍ଭ କରିଛି l ଅଭିଯୁକ୍ତ ଯୁବକକୁ ଖୋଜି ଖୋଜି ଅସ୍ତରଙ୍ଗ ବାହୁଡ଼ିହ ଗାଁରେ ପହଞ୍ଚିଥିଲା ଲଷ୍ମୀ ସାଗର ଥାନା ପୋଲିସ । ଟଙ୍କା ବ୍ୟାଗ ଘରେ ରଖି ଆଭିଯୁକ୍ତ ଫେରାର ମାରିଥିବା ବେଳେ ଟଙ୍କା ସହ ଏକ କାରକୁ ପୋଲିସ ଜବତ କରିଛି । ଖବରପାଇ ନିମାପଡା ଏସଡିପିଓ ଜନାର୍ଦନ ପାଢ଼ୀ ନୂଆଗଡ ସାମୁଦ୍ରିକ ଥାନାକୁ ଆସି ଅଧିକ ତଦନ୍ତ ଚଳାଇଛି l

Leave a Reply

Your email address will not be published. Required fields are marked *

Back to top button