ମନୋରଞ୍ଜନ

Amitabh Bachchan Security : ଅମିତାଭ ବଚ୍ଚନଙ୍କ ବଙ୍ଗଳାକୁ ଉଡ଼ାଇବାକୁ ଧମକ, ନିର୍ଭୀକ ବିଗ୍ ବି ଫ୍ୟାନ୍ସଙ୍କୁ କଲେ ସାକ୍ଷାତ

ବଲିଉଡ୍ ଇଣ୍ଡଷ୍ଟ୍ରୀରେ ଏବେ ସମସ୍ତଙ୍କୁ ଧମକ ମିଳିବାରେ ଲାଗିଛି । ଗ୍ୟାଙ୍ଗଷ୍ଟର୍ ମାନଙ୍କ ଠାରୁ ମିଳୁଥିବା ଲଗାତାର ଧମକ ଏବଂ ଅଭିନେତାମାନଙ୍କୁ ଗୁଳିମାଡ଼ ହେବା ପରେ ସମଗ୍ର ଇଣ୍ଡଷ୍ଟ୍ରୀ ଭୟଭୀତ ରହିଛି । ଟାଇଗର ଶ୍ରଫଙ୍କୁ ଗୁଳିମାଡ଼ ହେବା ପରେ ଏବେ ବଲିଉଡର ଶେହନଶାହ ଅମିତାଭ ବଚ୍ଚନଙ୍କ ବଙ୍ଗଳା ଜଲସାକୁ ଗ୍ରେନେଡରେ ଉଡ଼ାଇବା ନେଇ ଏକ ଧମକପୂର୍ଣ୍ଣ ମେଲ୍ ଆସିଛି । ଏହି ସବୁ ଭୟ ଓ ବିପଦକୁ ଖାତିର ନକରି ଅମିତାଭ ବଚ୍ଚନ ନିଜର ପ୍ରତିଶ୍ରୁତି ରକ୍ଷା କରିଛନ୍ତି ଏବଂ ପ୍ରଶଂସକଙ୍କ ସହିତ ନିଜର ରବିବାରର ସାକ୍ଷାତ ପରମ୍ପରାକୁ ଜାରି ରଖିଛନ୍ତି ।

ପ୍ରତି ରବିବାର ଅମିତାଭ ବଚ୍ଚନ ଜୁହୁ ସ୍ଥିତ ନିଜ ବାସଭବନ ଜଲସାରେ ପ୍ରଶଂସକଙ୍କୁ ସାକ୍ଷାତ୍ କରନ୍ତି । ଧମକ ମିଳିବା ପରେ ବୋଧେ ଅମିତାଭ ଏଭଳି କରିବେ ନାହିଁ ବୋଲି ଅନୁମାନ କରାଯାଉଥିଲା, କିନ୍ତୁ ସେ ୨୫ ଅକ୍ଟୋବର ୨୦୨୬ ରବିବାର ଦିନ ନିର୍ଭୟ ଓ ନିର୍ଭୀକ ଅନ୍ଦାଜରେ ପ୍ରଶଂସକଙ୍କୁ ଭେଟିଛନ୍ତି । ଆଉ ଧମକ ମିଳିବା ପରେ ଅମିତାଭ ବଚ୍ଚନଙ୍କ ଘର ଜଲସାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।

୮୪ ବର୍ଷ ବୟସ୍କ ଅମିତାଭ ବଚ୍ଚନଙ୍କ ଏକ ଲାଟେଷ୍ଟ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯେଉଁଥିରେ ସେ ଗୋଲାପୀ ରଙ୍ଗର କ୍ୟାପ୍ ଏବଂ ଜ୍ୟାକେଟ୍ ପିନ୍ଧି ପୂର୍ଣ୍ଣ ଉତ୍ସାହର ସହ ପାହାଚ ଚଢ଼ୁ ଥିବା ଏବଂ ପ୍ରଶଂସକଙ୍କୁ ହାତ ହଲାଇ ଅଭିବାଦନ ଜଣାଉଥିବା ନଜର ଆସିଛନ୍ତି । ଏହି ସମୟରେ ଅମିତାଭଙ୍କ ସହିତ ଅଭିଷେକ ବଚ୍ଚନ ମଧ୍ୟ ନଜର ଆସିଛନ୍ତି ।

ତେବେ ଧମକ ମିଳିବା ପରେ ଅମିତାଭଙ୍କ ବଙ୍ଗଳା ବାହାରେ ସୁରକ୍ଷା ବଢାଇଦିଆଯାଇଛି । ମୁମ୍ବାଇ ପୋଲିସ ଧମକପୂର୍ଣ୍ଣ ଇମେଲକୁ ନେଇ ଯାଞ୍ଚ ଆରମ୍ଭ କରିଛି ।

Leave a Reply

Your email address will not be published. Required fields are marked *

Back to top button