ରାଜ୍ୟ

Dhanu Yatra : ବରଗଡ଼ ବିଶ୍ବପ୍ରସିଦ୍ଧ ଧନୁଯାତ୍ରା ମହୋତ୍ସବ ଦେଖିବ ନୂଆ କଂସ, ଅବ୍ୟାହତି ନେଲେ ସୁଶୀଲ ମେହେର

ବରଗଡ଼ ବିଶ୍ବପ୍ରସିଦ୍ଧ ଧନୁଯାତ୍ରା ମହୋତ୍ସବ ଦେଖିବ ନୂଆ କଂସ  ।  ଅବ୍ୟାହତି ନେଲେ କଂସ ଅଭିନେତା ସୁଶୀଲ ମେହେର ।  ମହାରାଜ କଂସ ଚରିତ୍ରରେ ଅଭିନୟ ପାଇଁ ସୁଶୀଲ ମେହେର ତିନି ବର୍ଷ ପାଇଁ ଚୟନ ହୋଇଥିଲେ ।  ହେଲେ ପ୍ରଥମ ବର୍ଷ ଧନୁଯାତ୍ରାରେ ଅଭିନୟରେ ସେ ଦର୍ଶକଙ୍କୁ ମନମୁଗ୍ଧ କରିପାରି ନ ଥିବା ଅଭିଯୋଗ ହୋଇଛି ।

ଏନେଇ ସୋସିଆଲ ମିଡିଆରେ ହୋଇଥିଲେ ଟ୍ରୋଲ। ବରଗଡ଼ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଧନୁଯାତ୍ରା ମହୋତ୍ସବ ସମିତି ପକ୍ଷରୁ ଆୟୋଜିତ କାର୍ଯ୍ୟକାରିଣୀରେ ସୁଶୀଲ ମେହେରଙ୍କ କଂସ ଭୂମିକାରେ ଅଭିନୟକୁ ନେଇ ବେଶ ହୋ ହାଲ୍ଲା ହୋଇଥିଲା। ଏଥିସହ କଂସ ଚରିତ୍ର ପାଇଁ ନୂତନ ଭାବେ କଳାକାର ଚୟନ କରାଯିବା ପାଇଁ ଦାବି ଉଠିଥିଲା । ଏଭିତରେ କଂସ ଭୂମିକା ପାଇଁ ଚୟନ ପ୍ରକ୍ରିୟା ପୂର୍ବରୁ ସୁଶୀଲ ମେହେର ଅବ୍ୟାହତି ନେଇଛନ୍ତି।

ବରଗଡ଼ ଜିଲ୍ଲାପାଳ ତଥା ଧନୁଯାତ୍ରା ମହୋତ୍ସବ ସମିତି ର ସଭାପତି ଆଦିତ୍ୟ ଗୋଏଲ ଙ୍କୁ ସୁଶୀଲ ମେହେର ଅବ୍ୟାହତି ପତ୍ର ପ୍ରଦାନ କରିଛନ୍ତି । ଆସନ୍ତା ଜାନୁଆରୀ ୧୨ରୁ ୨୨ ତାରିଖ ପର୍ଯ୍ୟନ୍ତ ୧୧ ଦିନ ଧରି ବିଶ୍ବର ସର୍ବବୃହତ ଖୋଲା ରଙ୍ଗମଞ୍ଚରେ ହେବ ବରଗଡ଼ ଧନୁଯାତ୍ରା । ଆସନ୍ତା ୨୮ ତାରିଖ ସନ୍ଧ୍ୟା ୫ ଟା ସମୟରେ ଧନୁଯାତ୍ରା କଳାକାର ଉପଦେଷ୍ଟା କମିଟିର ବୈଠକ ବସିବ ।

Leave a Reply

Your email address will not be published. Required fields are marked *

Back to top button