ମନୋରଞ୍ଜନ

iQOO Z 11xa: iQOOର ଦମଦାର ଗେମିଂ ଫୋନ୍ ଲଞ୍ଚ, ମିଳିବ ଏହି ଖାସ୍ ଫିଚର୍ସ

ଭାରତୀୟ ବଜାରରେ iQOO ଲଞ୍ଚ କରିଛି ଆଉ ଏକ ନୂଆ ଗେମିଂ ସ୍ମାର୍ଟଫୋନ୍ । iQOO Z11 ସିରିଜରେ ଏହି ନୂଆ ଫୋନକୁ ସାମିଲ କରାଯାଇଛି । ଫୋନର ସବୁଠୁ ବଡ଼ ଖାସିୟତ ହେଉଛି ଏହାର ୭୨୦୦mAhର ବଡ଼ ବ୍ୟାଟେରୀ । ଏହି ଫୋନ‌ର ବିକ୍ରି ଭାରତରେ ସେପ୍ଟେମ୍ବର ୧୪ରୁ ଆରମ୍ଭ ହେବ।

ଫିଚର୍ସ:

ଏହି ଜବରଦସ୍ତ ସ୍ମାର୍ଟଫୋନରେ ମିଳୁଛି ୬.୭୬ ଇଞ୍ଚର LCD ଡିସପ୍ଲେ । ଡିସପ୍ଲେ ୧୨୦Hz ରିଫ୍ରେସ୍ ରେଟ୍‌କୁ ସପୋର୍ଟ କରେ। ଏହାର ପିକ୍ ବ୍ରାଇଟନେସ୍ ୧୨୦୦ ନିଟ୍ସ ପର୍ଯ୍ୟନ୍ତ ରହିଛି । ଫୋନକୁ IP68 ଏବଂ IP69 ରେଟିଂ ମିଳିଛି । ଅର୍ଥାତ୍ ପାଣି ଏବଂ ଧୂଳିରୁ ଫୋନକୁ ସୁରକ୍ଷା ମିଳିବ। ଗେମିଂ ପାଇଁ ଏଥିରେ AI Voice Changer ଫିଚର୍ ଦିଆଯାଇଛି । ଏହା ସହିତ 4D Game Vibration ଫିଚର୍ ମଧ୍ୟ ରହିଛି । ପରଫର୍ମାନ୍ସ ପାଇଁ ଫୋନରେ MediaTek Dimensity 7400 Turbo ପ୍ରୋସେସର୍ ଦିଆଯାଇଛି । ଏହା ସହିତ ୮GB RAM ଏବଂ ୧୨୮GB ଷ୍ଟୋରେଜ୍ ମିଳୁଛି । ମାଇକ୍ରୋSD କାର୍ଡ ଜରିଆରେ ଷ୍ଟୋରେଜକୁ ଏକ୍ସପାଣ୍ଡ କରାଯାଇପାରିବ ।

କ୍ୟାମେରା କଥା କହିଲେ, ଫୋନ‌ର ବ୍ୟାକରେ ଡୁଆଲ୍ କ୍ୟାମେରା ସେଟଅପ୍ ରହିଛି । ଏଥିରେ ୫୦MP ମେନ୍ କ୍ୟାମେରା ସହ ୨MP ସେକେଣ୍ଡାରୀ କ୍ୟାମେରା ମିଳୁଛି । ସେଲ୍ଫି ଏବଂ ଭିଡିଓ କଲ୍ ପାଇଁ ଆଗରେ ୩୨MP କ୍ୟାମେରା ଦିଆଯାଇଛି । ଏହି ଫୋନ୍ Android 16 ଉପରେ ବେସ୍ଡ OriginOS 6 ରେ ଚାଲିବ । ବ୍ୟାଟେରୀ ପାୱାର ୭୨୦୦mAh ଥିବା ବେଳେ, ଏଥିରେ ୪୪W ଫାଷ୍ଟ ଚାର୍ଜିଂ ସପୋର୍ଟ ମିଳୁଛି । କନେକ୍ଟିଭିଟି ପାଇଁ ଡୁଆଲ୍ 5G ସିମ୍, Wi-Fi ଏବଂ Bluetooth ଭଳି ଫିଚର୍ ରହିଛି ।

ପ୍ରାଇସ୍:

ଏହି ଗେମିଂ ଫୋନକୁ ଭାରତରେ ୮GB RAM ଏବଂ ୧୨୮GB ଷ୍ଟୋରେଜ୍ ଥିବା ଗୋଟିଏ ଭାରିଆଣ୍ଟରେ ଲଞ୍ଚ କରାଯାଇଛି । ଫୋନର ମୂଲ୍ୟ ୨୮ ହଜାର ୯୯୯ ଟଙ୍କା ରହିଛି । ଏହାକୁ Prismatic Green ଏବଂ Titan Black ଏହି ଦୁଇଟି କଲରରେ କିଣିପାରିବେ। କମ୍ପାନୀ ପକ୍ଷରୁ ଫୋନ୍ କିଣିବା ଉପରେ ୧୫୦୦ ଟଙ୍କାର ଇନଷ୍ଟାଣ୍ଟ ବ୍ୟାଙ୍କ ଡିସକାଉଣ୍ଟ ଦିଆଯାଉଛି । ଏହା ପରେ ଫୋନ‌ର ପ୍ରାଇସ୍ ୨୭ ହଜାର ୪୯୯ ଟଙ୍କା ହୋଇଯିବ। ଏହା ସହିତ ୬ ମାସ ପର୍ଯ୍ୟନ୍ତ ନୋ-କଷ୍ଟ EMI ସୁବିଧା ମଧ୍ୟ ମିଳିବ। ଏଥିସହ ଯଦି ଆପଣ ମଧ୍ୟ ଏହିପରି ଏକ ପାୱାରଫୁଲ୍ ସ୍ମାର୍ଟଫୋନ୍ କିଣିବାକୁ ପ୍ଲାନ୍ କରୁଛନ୍ତି, ତେବେ ଏହି ଫୋନଟି ଆପଣମାନଙ୍କ ପାଇଁ ବେଷ୍ଟ ଅପ୍ସନ ହୋଇପାରିବ ।

Leave a Reply

Your email address will not be published. Required fields are marked *

Back to top button