
Shubman Gill Birthday : ୨୭ ବର୍ଷରେ ପାଦ ଦେଲେ ଶୁବମନ ଗିଲ୍, ଜନ୍ମଦିନରେ ଅନେକ ଅନେକ ଶୁଭେଚ୍ଛା ଜଣାଇଲେ ଫ୍ୟାନ୍ସ
୨୭ ବର୍ଷରେ ପାଦ ଥାପିଲେ ଟିମ୍ ଇଣ୍ଡିଆର ପ୍ରିନ୍ସ ଶୁବମନ ଗିଲ । ପଞ୍ଜାବର ଫଜିଲକାରେ ୮ ସେପ୍ଟେମ୍ବର ୧୯୯୯ରେ ଜନ୍ମଗ୍ରହଣ କରିଥିଲେ ଗିଲ୍ । ଶୁବମନ ଗିଲ୍ କ୍ରିକେଟ୍ ପ୍ରତି ଆଗ୍ରହୀ ଥିଲେ । କିନ୍ତୁ ତାଙ୍କ ପିତା ଲଖବିନ୍ଦର ସିଂହ ଗିଲ୍ ତାଙ୍କ ଆଗ୍ରହକୁ ଲକ୍ଷ୍ୟସ୍ଥଳରେ ପହଞ୍ଚାଇବାରେ ଏକ ବଡ଼ ଭୂମିକା ଗ୍ରହଣ କରିଥିଲେ । ତାଙ୍କ ବାପା ଗାଁରେ ନିଜ ଦ୍ୱାରା ନିର୍ମିତ ପିଚ୍ ଉପରେ ଶୁବମନଙ୍କୁ ବହୁତ ଅଭ୍ୟାସ କରାଇଥିଲେ । ସେ ଗାଁର ପୁଅମାନଙ୍କୁ ତାଙ୍କ ପାଖକୁ ବୋଲିଂ କରିବାକୁ କହୁଥିଲେ । ଆଉ ସର୍ତ୍ତ ଅନୁଯାୟୀ, ଯିଏ ଗିଲଙ୍କ ୱିକେଟ୍ ନେବେ ତାଙ୍କୁ ମଧ୍ୟ ୧୦୦ ଟଙ୍କା ଦିଆଯିବ ବୋଲି ଗେମ୍ ଖେଳୁଥିଲେ ।
ଅଣ୍ଡର-୧୯ ବିଶ୍ୱକପରୁ ନିଜ ପ୍ରତିଭାର ଝଲକ ଦେଖାଇଥିବା ଗିଲ୍ ପରେ ଟିମ୍ ଇଣ୍ଡିଆରେ ସ୍ଥାନ ପକ୍କା କରିଥିଲେ । ତାଙ୍କର ଆକର୍ଷଣୀୟ ବ୍ୟାଟିଂ, ଧୈର୍ଯ୍ୟ ଓ ଲଗାତାର ଭଲ ପ୍ରଦର୍ଶନ ତାଙ୍କୁ ଭାରତୀୟ କ୍ରିକେଟରେ ଅନ୍ୟତମ ପ୍ରମୁଖ ଖେଳାଳିରେ ପରିଣତ କରିଛି ।
ଶୁବମନ ଗିଲଙ୍କ ନାମରେ ଯୁବ ଦିନିକିଆ ଅର୍ଥାତ୍ ୧୯ ବର୍ଷରୁ କମ୍ ସ୍ତରରେ ଦିନିକିଆ କ୍ରିକେଟରେ ସର୍ବାଧିକ ବ୍ୟାଟିଂ କରିବାର ରେକର୍ଡ ରହିଛି । ଯୁବ ଦିନିକିଆରେ ୪ଟି ଶତକ ଓ ୬ଟି ଅର୍ଦ୍ଧଶତକ ଥିବା ଗିଲ ୧୬ଟି ମ୍ୟାଚରୁ ୧୫ଟି ଇନିଂସରେ ୧୧୪୯ ରନ୍ କରିଛନ୍ତି । ତାଙ୍କର ଷ୍ଟ୍ରାଇକ୍ ରେଟ୍ ୧୦୪.୪୫ । ସେ ହେଉଛନ୍ତି ବିଶ୍ୱର ଏକମାତ୍ର ବ୍ୟାଟର ଯାହାଙ୍କ ଷ୍ଟ୍ରାଇକ୍ ରେଟ୍ ୧୦୦ରୁ ଅଧିକ ।
୨୦୨୦-୨୧ ଅଷ୍ଟ୍ରେଲିଆ ଗସ୍ତରେ ଗିଲଙ୍କ ପ୍ରଦର୍ଶନ ତାଙ୍କ କ୍ୟାରିୟରର ଏକ ବଡ଼ ମୋଡ଼ ଥିଲା । ଏହାପରେ ସେ ଟେଷ୍ଟ ଓ ଦିନିକିଆ କ୍ରିକେଟରେ ଅନେକ ଉଲ୍ଲେଖନୀୟ ରେକର୍ଡ ନିଜ ନାମରେ କରିଛନ୍ତି । ତାଙ୍କୁ ଦିନିକିଆରେ ଦ୍ରୁତତମ ଭାବେ ୨,୦୦୦ ଓ ୨,୫୦୦ ରନ୍ ପୂରଣ କରିଥିବା ଖେଳାଳି ତାଲିକାରେ ନାଁ ରହିଛି । ଆଇପିଏଲ ୨୦୨୫ରେ ଗୁଜରାଟ ଟାଇଟାନ୍ସ ତାଙ୍କୁ ୧୬.୫୦କୋଟି ଟଙ୍କାରେ ରଖିଥିଲା । ଏହା ବ୍ୟତୀତ, ମ୍ୟାଚ୍ ଫିସ୍ ଏବଂ ମ୍ୟାଚ୍ ସମୟରେ ପ୍ରଦର୍ଶନ ପାଇଁ ରୋଜଗାର ଅଲଗା ରହିଛି । ଗିଲଙ୍କ ପାଖରେ ରେଜଂ ରୋଭର, ମର୍ସଡିଜ ବେଂଜ୍ ଭଳି ଦାମୀ କାର୍ ରହିଛି ।