
ମା’ ଗଜଲକ୍ଷ୍ମୀଙ୍କ ପୂଜା ପାଇଁ ଝଲସୁଛି କେନ୍ଦ୍ରାପଡ଼ା ସହର, ୬୭ଟି ମଣ୍ଡପରେ ପୂଜା ପାଉଛନ୍ତି ମା’ ଧନଦାତ୍ରୀ
ଝିଲିମିଲି ଆଲୁଅରେ ଝଲସୁଛି କେନ୍ଦ୍ରାପଡ଼ା ସହର । ସହରର ୬୭ଟି ମଣ୍ଡପରେ ପୂଜା ପାଉଛନ୍ତି ଧନଦାତ୍ରୀ ମାଆ ଗଜଲକ୍ଷ୍ମୀ। ମଣ୍ଡପରେ ମା’ଙ୍କ ଦର୍ଶନ କରିବା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଜିମଲାଣି। ସୁଉଚ୍ଚ ଆକର୍ଷଣୀୟ ତୋରଣ ସାଙ୍ଗକୁ ଭଳିକି ଭଳି ରଙ୍ଗୀନ ଆଲୋକମାଳା ପାଲଟିଛି ଆକର୍ଷଣର କେନ୍ଦ୍ରବିନ୍ଦୁ । କେନ୍ଦ୍ରାପଡା ସହର ଏବଂ ଏହାର ଆଖପାଖ ଅଂଚଳରେ ବଡ ଧୁମଧାମରେ ମାଆଙ୍କ ପୂଜାର୍ଚ୍ଚନା ଚାଲିଛି ।
ଏବର୍ଷ କେନ୍ଦ୍ରାପଡା ପୌରାଞ୍ଚଳରେ ୬୭ଟି ମଣ୍ଡପରେ ଗଜଲକ୍ଷ୍ମୀ ପୂଜା ପାଉଛନ୍ତି। ତୁଳସୀବଜାର, ବଡକୋଠା, ତିନିମୁହାଣୀ, ମଢିଆଳ,ବଳଗଣ୍ଡି ଆଦି ଅଞ୍ଚଳରେ ଶୋଭା ପାଉଛି ରଙ୍ଗୀନ ଆଲୋକ ମାଳା । କେତେକ ପୂଜା ମଣ୍ଡପରେ ରୁପା ଓ ସୁନା ରଙ୍ଗର ପାରମ୍ପରିକ ଜରି ମେଢ ଶୋଭା ପାଉଥିବା ବେଳେ ଆଉ କେତେକ ମଣ୍ଡପରେ ଝଲସୁଛି ଚାନ୍ଦିର ମେଢ ।
ଚଳିତ ବର୍ଷ ଶହେ ବର୍ଷରେ ପଦାର୍ପଣ କରିଛି କେନ୍ଦ୍ରାପଡା ସହରର ଗଣ ପର୍ବ ଗଜଲକ୍ଷ୍ମୀ ପୂଜା।ଏଥିପାଇଁ ଏକ ସ୍ଵତନ୍ତ୍ର ତ୍ବରଣ ନିର୍ମାଣ କରାଯାଇଛି ଯେଉଁଥିରେ ଏକଶତ ବର୍ଷର ପୂର୍ତ୍ତି ଲେଖା ଯାଇଛି।ଏହି ବର୍ଷର ପୂଜାରେ ନିୟମ ରହିଛି ପ୍ଲାଷ୍ଟିକ ବର୍ଜନ।ଏଥିପାଇଁ ମଧ୍ୟ ସଚେତନତା ଅଭିଯାନ କରାଯାଇଛି। ତୁଳସୀକ୍ଷେତ୍ରରେ ମା’ ଲକ୍ଷ୍ମୀଙ୍କ ପୂଜା ୭ ଦିନ ବ୍ୟାପୀ ଚାଲିବ । ଆସନ୍ତା ନଭେମ୍ବର ୧ ଓ ୨ ତାରିଖ ଦୁଇଦିନ ବ୍ୟାପୀ ମେଲଣ ଭସାଣ ପର୍ବ ଅନୁଷ୍ଠିତ ହେବ ।