
ରାଜ୍ୟ
Turtles seized: ମାଲକାନଗିରିରେ କଇଁଛ ଚୋରାଚାଲାଣ,୧୫୫ଟି ଜୀବନ୍ତ କଇଁଛ ଜବତ
ମାଲକାନଗିରିରେ କଇଁଛ ଚାଲାଣ ରାକେଟର ପର୍ଦ୍ଦାଫାସ । ୧୫୫ଟି ଜୀବନ୍ତ କଇଁଛ ଜବତ କଲା ମାଲକାନଗିରି ବନବିଭାଗ । ମାଲକାନଗିରି ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ତମସା ଗାଁ ନିକଟରେ ଚଢ଼ାଉ କରି ଏକ ଅଟୋରେ ଚୋରାଚାଲାଣ ହେଉଥିବା ୧୫୫ଟି କଇଁଛ ଜବତ କରାଯାଇଛି । କଇଁଛର ଅବୈଧ ଚୋରା ଚାଲାଣ ସମ୍ପର୍କରେ ସୂଚନା ପାଇ ବନ ବିଭାଗର ଏକ ଦଳ ତମସା ଗ୍ରାମ ନିକଟରେ ଚଢାଉ କରିଥିଲା । କିନ୍ତୁ ଜଣେ ଅଟୋ ଚାଳକ ବନ ବିଭାଗର ଗାଡ଼ି ଦେଖି ଉକ୍ତ ଗାଡ଼ିଟିକୁ ରାସ୍ତାରେ ରଖି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା।
ସନ୍ଦେହ କରି ବନ ଅଧିକାରୀମାନେ ଅଟୋ ଯାଞ୍ଚ କରି ଅନେକ ଥର୍ମୋକୁଲ୍ ବାକ୍ସରେ ପ୍ୟାକ୍ ହୋଇଥିବା ୧୫୫ଟି ଜୀବନ୍ତ କଇଁଛ ଉଦ୍ଧାର କରି ସେଗୁଡ଼ିକୁ ଜବତ କରିଥିଲେ। ପରେ ବନ ବିଭାଗ ଏକ ମାମଲା ରୁଜୁ କରି ଅଟୋ ଚାଳକଙ୍କୁ ଚିହ୍ନଟ ଏବଂ ଗିରଫ କରିବା ପାଇଁ ଏକ ମାମଲା ଆରମ୍ଭ କରିଛି ।