
Vivo Y31T 5Gର ଧମାକାଦାର ଏଣ୍ଟ୍ରି, ଜାଣନ୍ତୁ ଦାମ୍ ଓ ଫିଚର୍ସ
Vivo ଭାରତୀୟ ବଜାରରେ ନିଜର Y ସିରିଜର ଏକ ନୂଆ ଓ ଶସ୍ତା 5G ସ୍ମାର୍ଟଫୋନ୍ ଲଞ୍ଚ କରିଛି । ଏହି ଫୋନର ନାମ ହେଉଛି Vivo Y31T 5G । ଫୋନରେ ମିଳୁଛି 7200mAhର ବଡ଼ ଏବଂ ପାୱାରଫୁଲ୍ ବ୍ୟାଟେରୀ ସହ ୫୦ ମେଗାପିକ୍ସେଲର କ୍ୟାମେରା । ଭିଭୋର ଏହି ନୂଆ ସ୍ମାର୍ଟଫୋନର ବ୍ୟାକରେ Vivo S2 ଭଳି କ୍ୟାମେରା ମଡ୍ୟୁଲ୍ ଦେଖିବାକୁ ମିଳିବ।
Vivo Y31T 5Gରେ ରହିଛି ୬.୭୫ ଇଞ୍ଚର HD+ LCD ଡିସପ୍ଲେ । ଏହା 120Hz ରିଫ୍ରେସ୍ ରେଟ୍ ଏବଂ 1250 ନିଟ୍ସ ପର୍ଯ୍ୟନ୍ତ ପିକ୍ ବ୍ରାଇଟନେସକୁ ସପୋର୍ଟ କରେ । ଏହି ଫୋନରେ IP68 ଏବଂ IP69 ରେଟିଂ ମଧ୍ୟ ଦିଆଯାଇଛି । ଅର୍ଥାତ୍ ପାଣି ଏବଂ ଧୂଳିରୁ ଫୋନକୁ ଅଧିକ ସୁରକ୍ଷା ମିଳିବ।
ଫୋନର ସବୁଠାରୁ ବଡ଼ ଆକର୍ଷଣ ହେଉଛି ଏହାର 7200mAh ବ୍ୟାଟେରୀ । ଏଥିସହ 44W USB Type-C ଫାଷ୍ଟ ଚାର୍ଜିଂ ସୁବିଧା ମଧ୍ୟ ରହିଛି । Vivo Y31T 5G, Qualcomm Snapdragon 4 Gen 2 ପ୍ରୋସେସରରେ କାମ କରେ । ଫୋନରେ 6GB ପର୍ଯ୍ୟନ୍ତ RAM ଏବଂ 256GB ପର୍ଯ୍ୟନ୍ତ ଷ୍ଟୋରେଜ୍ ମିଳିବ । ମାଇକ୍ରୋଏସଡି କାର୍ଡ ମାଧ୍ୟମରେ ଷ୍ଟୋରେଜକୁ ଏକ୍ସପାଣ୍ହ କରିପାରିବେ । ପ୍ରୋଟେକ୍ସନ ପାଇଁ ଏଥିରେ ସାଇଡ୍-ମାଉଣ୍ଟେଡ୍ ଫିଙ୍ଗରପ୍ରିଣ୍ଟ ସେନ୍ସର ଏବଂ ଫେସ୍ ଅନଲକ୍ ଫିଚର ରହିଛି । ଏହି ଫୋନ୍ Android 16 ଉପରେ ବେସ୍ଡ OriginOS 6ରେ କାମ କରେ।
କ୍ୟାମେରା ବିଷୟରେ କହିବାକୁ ଗଲେ, ଫୋନର ବ୍ୟାକରେ ଡୁଆଲ୍ କ୍ୟାମେରା ସେଟଅପ୍ ଦିଆଯାଇଛି । ଏଥିରେ ରହିଛି 50 ମେଗାପିକ୍ସେଲ୍ର ମେନ୍ କ୍ୟାମେରା ଏବଂ 2 ମେଗାପିକ୍ସେଲ୍ର ବୋକେ କ୍ୟାମେରା । ସେଲ୍ଫି ଏବଂ ଭିଡିଓ କଲିଂ ପାଇଁ ରହିଛି 8 ମେଗାପିକ୍ସେଲର ଫ୍ରଣ୍ଟ କ୍ୟାମେରା । କନେକ୍ଟିଭିଟି ପାଇଁ ଏଥିରେ Wi-Fi, Bluetooth ଏବଂ NFC ଭଳି ଫିଚର ମିଳିବ।
Vivo Y31T 5G ତିନୋଟି ଷ୍ଟୋରେଜ୍ ଭାରିଆଣ୍ଟରେ ଉପଲବ୍ଧ, ଯାହା ହେଉଛି- 4GB RAM +128GB ଷ୍ଟୋରେଜ୍, 6GB RAM + 128GB ଷ୍ଟୋରେଜ୍ ଏବଂ 6GB RAM + 256GB ଷ୍ଟୋରେଜ୍ ରହିଛି । ବର୍ତ୍ତମାନ ଜାଣିବା ଏହି ଭାରିଆଣ୍ଟଗୁଡିକର ଦାମ୍ ବିଷୟରେ । 4GB RAM +128GB ଷ୍ଟୋରେଜ୍ ଭାରିଆଣ୍ଟର ଦାମ ୨୫ ହଜାର ୯୯୯ ଟଙ୍କା । ସେହିପରି 6GB RAM ସହ 128GB ଷ୍ଟୋରେଜ୍ ଭାରିଆଣ୍ଟର ଦାମ ୨୯ ହଜାର ୯୯୯ ଟଙ୍କା ଏବଂ 6GB RAM ସହ 256GB ଷ୍ଟୋରେଜ୍ ଭାରିଆଣ୍ଟର ଦାମ ରହିଛି ୩୪ ହଜାର ୯୯୯ ଟଙ୍କା ।
ଏହି ସ୍ମାର୍ଟଫୋନକୁ Crimson Red, Golden Mist ଏବଂ Seashore ନାମକ ତିନୋଟି କଲର ଅପ୍ସନରେ ଘରକୁ ଆଣିପାରିବେ । ଏଥିସହ ଜାଣିରଖନ୍ତୁ ଯେ, ଫୋନ୍ କିଣିବା ସମୟରେ ୧ ହଜାର ୫୦୦ ଟଙ୍କାର ବ୍ୟାଙ୍କ ଡିସକାଉଣ୍ଟ ମଧ୍ୟ ମିଳିବ । ଏହି ଫୋନର ସେଲ୍ ଇ-କମର୍ସ ୱେବସାଇଟ୍ ଫ୍ଲିପକାର୍ଟରେ ଆରମ୍ଭ ହୋଇଯାଇଛି ।