
Realme ଭାରତରେ ଲଞ୍ଚ କରିଛି ଏକ ଜବରଦସ୍ତ ସ୍ମାର୍ଟଫୋନ୍, ଜାଣନ୍ତୁ ସମ୍ପୂର୍ଣ୍ଣ ଡିଟେଲ୍ସ
ଭାରତୀୟ ବଜାରରେ Realme ନିଜର ଆଉ ଏକ ଶସ୍ତା ସ୍ମାର୍ଟଫୋନ୍ ଲଞ୍ଚ କରିଛି । କମ୍ପାନୀର ଏହି ବଜେଟ୍ ଫ୍ରେଣ୍ଡଲି ଫୋନ୍ 6500mAhର ଦମଦାର ବ୍ୟାଟେରୀ ସହ ଆସିଛି । ରିୟଲମି ନିଜର ନୂଆ ଫୋନ୍କୁ C ସିରିଜରେ ଲଞ୍ଚ କରିଛି । ଏହି ସ୍ମାର୍ଟଫୋନ୍ର ନାମ ହେଉଛି Realme C100i । କମ୍ପାନୀ ଏହି ଫୋନକୁ 4G କନେକ୍ଟିଭିଟି ସହ ଲଞ୍ଚ କରିଛି ।
ଏହି ଫୋନରେ ରହିଛି 6.75 ଇଞ୍ଚର HD+ ଡିସପ୍ଲେ । ଏହା 720 x 1570 ପିକ୍ସେଲ୍ ରେଜୋଲ୍ୟୁସନ୍ ସପୋର୍ଟ କରେ । ଏଥିସହ 120Hz ରିଫ୍ରେସ୍ ରେଟ୍ ମଧ୍ୟ ମିଳିବ । ଫୋନ୍ର ଡିସପ୍ଲେ 900 ନିଟ୍ସ ପର୍ଯ୍ୟନ୍ତ ପିକ୍ ବ୍ରାଇଟନେସ୍ ସପୋର୍ଟ କରେ । ଡିସପ୍ଲେର ସୁରକ୍ଷା ପାଇଁ ଏଥିରେ ପାଣ୍ଡା ଗ୍ଲାସ୍ ଦିଆଯାଇଛି । ଫୋନଟି IP64 ରେଟିଂ ସହ ଆସିଛି, ଯାହା ଧୂଳି ଏବଂ ପାଣିରୁ କିଛି ସୁରକ୍ଷା ଦେଇଥାଏ ।
Realme C100iରେ Unisoc T7250 ଚିପସେଟ୍ ଦିଆଯାଇଛି । ଏଥିରେ 4GB RAM ଏବଂ 64GB ଷ୍ଟୋରେଜ୍ ମିଳିବ । ମାଇକ୍ରୋଏସଡି କାର୍ଡ ଜରିଆରେ ଫୋନ୍ର ଷ୍ଟୋରେଜ୍କୁ ଆହୁରି ବଢ଼ାଇ ପାରିବେ । କ୍ୟାମେରା ବିଷୟରେ କହିବାକୁ ଗଲେ, ଏହି ସ୍ମାର୍ଟଫୋନ୍ରେ 8 ମେଗାପିକ୍ସେଲ୍ର ରିୟର କ୍ୟାମେରା ଦିଆଯାଇଛି । ସେଲ୍ଫି ଏବଂ ଭିଡିଓ କଲିଂ ପାଇଁ ଏଥିରେ 5 ମେଗାପିକ୍ସେଲ୍ର ଫ୍ରଣ୍ଟ କ୍ୟାମେରା ରହିଛି । ଏହି ସ୍ମାର୍ଟଫୋନ୍ର ସବୁଠାରୁ ବଡ଼ ଆକର୍ଷଣ ହେଉଛି ଏହାର 6500mAh ବ୍ୟାଟେରୀ। ଏଥିସହ 15W ୱାୟାର୍ଡ ଚାର୍ଜିଂ ସପୋର୍ଟ ଏବଂ USB Type-C ଚାର୍ଜିଂ ପୋର୍ଟ ମିଳିବ।
କନେକ୍ଟିଭିଟି ପାଇଁ ଫୋନ୍ରେ 3.5mm ଅଡିଓ ଜ୍ୟାକ୍, Wi-Fi ଏବଂ Bluetooth 5.2 ଭଳି ଫିଚର୍ସ ଦିଆଯାଇଛି । ସୁରକ୍ଷା ପାଇଁ ଏଥିରେ ସାଇଡ୍-ମାଉଣ୍ଟେଡ୍ ଫିଙ୍ଗରପ୍ରିଣ୍ଟ ସେନ୍ସର ମଧ୍ୟ ରହିଛି। ଏହି ଫୋନ୍ Android 16 ଆଧାରିତ Realme UIରେ କାମ କରେ । ରିୟଲମିର ଏହି ବଜେଟ୍ ଫ୍ରେଣ୍ଡଲି ଫୋନ୍ ଭାରତରେ ଗୋଟିଏ ଷ୍ଟୋରେଜ୍ ଭାରିଆଣ୍ଟରେ ଲଞ୍ଚ ହୋଇଛି । ଏଥିରେ ରହିଛି 4GB RAM ସହ 64GB ଷ୍ଟୋରେଜ୍ ।
ଏହି ଫୋନ୍ର ଦାମ ରହିଛି ୧୪ ହଜାର ୯୯୯ ଟଙ୍କା। ଫୋନ୍ଟି ଇ-କମର୍ସ ୱେବସାଇଟ୍ ଫ୍ଲିପକାର୍ଟରେ ବିକ୍ରି ପାଇଁ ଉପଲବ୍ଧ ହୋଇଛି । ଫୋନ୍ କିଣିବା ସମୟରେ ୨୫୦ ଟଙ୍କାର କୁପନ୍ ଡିସକାଉଣ୍ଟ ମଧ୍ୟ ମିଳିବ । ଗ୍ରାହକମାନେ ଏହି ସ୍ମାର୍ଟଫୋନ୍କୁ Midnight Black ଏବଂ Skyline Silver ନାମକ ଦୁଇଟି କଲର ଅପ୍ସନରେ କିଣିପାରିବେ ।