ମନୋରଞ୍ଜନ

କ’ଣ ଗୋବିନ୍ଦାଙ୍କ ବୋହୂ ହେବେ ଜନି ଲିଭରଙ୍କ ଝିଅ? ଭାଇରାଲ୍ ଭିଡିଓ ଉପରେ ଜ୍ୟାମି ଭାଙ୍ଗିଲେ ନିରବତା

ନିକଟରେ ଗୋବିନ୍ଦାଙ୍କ ପୁଅ ଯଶବର୍ଦ୍ଧନ ଆହୁଜା ଏବଂ ଜନି ଲିଭରଙ୍କ ଝିଅ ଜ୍ୟାମି ଲିଭରଙ୍କ ଏକ ଫେକ୍ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏହା ପରେ ଉଭୟଙ୍କ ବିବାହକୁ ନେଇ ଅଫବାହ ଜୋର ଧରିଥିଲା । ତେବେ ଏହି AI ଭିଡିଓ ଉପରେ ଜ୍ୟାମି ଲିଭର ନିଜେ ମୁହଁ ଖୋଲି ସ୍ପଷ୍ଟୀକରଣ ଦେଇଛନ୍ତି ।

ଜ୍ୟାମି ଲିଭର୍ ଭାଙ୍ଗିଲେ ନିରବତା:

ଲଗାତାର ଫୋନ୍ କଲ୍ ଏବଂ ବିବାହ ନେଇ ଶୁଭେଚ୍ଛା ପାଇବା ପରେ ଜ୍ୟାମି ଲିଭର୍ ନିଜ ଇନଷ୍ଟାଗ୍ରାମରେ ଏକ ଭିଡିଓ ଶେୟାର କରି ସ୍ପଷ୍ଟୀକରଣ ଦେଇଛନ୍ତି । ଜ୍ୟାମି କହିଛନ୍ତି, ମୋ ବିବାହକୁ ନେଇ ଅନେକ ଲୋକ ଚିନ୍ତିତ ଅଛନ୍ତି । ବିବାହ ହେଉଛି କି ନାହିଁ, କେବେ ହେବ ଏନେଇ ଇଣ୍ଟରନେଟରେ ଫେକ୍ AI ଭିଡିଓ ତିଆରି କରାଯାଉଛି । ପ୍ରଥମେ ମୋତେ ଏହା ମଜାଳିଆ ଲାଗିଥିଲା । ମୁଁ ଓ ମୋ କଜିନ୍‌ମାନେ ଏହି ଭିଡିଓ ପରସ୍ପରକୁ ପଠାଇ ହସୁଥିଲୁ। କିନ୍ତୁ ଏବେ ଲୋକେ ମୋତେ ଫୋନ୍ କରି ବିବାହ ପାଇଁ ଶୁଭେଚ୍ଛା ଜଣାଉଛନ୍ତି ।

ସବୁ ଭିଡିଓ ଫେକ୍:

ଜ୍ୟାମି ଆହୁରି କହିଛନ୍ତି, ଏହି ସମସ୍ତ ଭିଡିଓ ଏବଂ ଏଥିରେ ଦିଆଯାଇଥିବା ତଥ୍ୟ ସମ୍ପୂର୍ଣ୍ଣ ମିଥ୍ୟା । ଏହା ଯୋଗୁଁ ମୋ ପାଇଁ ଅସୁବିଧା ହେଉଛି । ଲୋକଙ୍କୁ ଲାଗୁଛି ଯେ ମୋ ବିବାହ ଠିକ୍ ହୋଇଯାଇଛି । ଏପରିକି ମୋ ପାଇଁ ଆସୁଥିବା ବାସ୍ତବ ବିବାହ ପ୍ରସ୍ତାବ ମଧ୍ୟ ବନ୍ଦ ହୋଇଯାଇଛି । ତେଣୁ ଦୟାକରି ଏପରି କରନ୍ତୁ ନାହିଁ । ସେ ଆହୁରି କହିଛନ୍ତି ଯେ ଯେଉଁମାନେ AI ଭିଡିଓ ତିଆରି କରିଛନ୍ତି, ସେମାନେ ବହୁତ ସୃଜନଶୀଳ । ତେବେ ଏବେ ସେହି ଭିଡିଓଗୁଡ଼ିକୁ ହଟାଇଦେବାକୁ ସେ ଅନୁରୋଧ କରିଛନ୍ତି ।

ଯଶବର୍ଦ୍ଧନଙ୍କ ସହ ସମ୍ପର୍କ କ’ଣ?

ଯଶବର୍ଦ୍ଧନ ଆହୁଜାଙ୍କ ନାଁ ନନେଇ ଜ୍ୟାମି ସ୍ପଷ୍ଟ କରିଛନ୍ତି ଯେ, ଯେଉଁ ବ୍ୟକ୍ତିଙ୍କ ସହ ମୋ ବିବାହ ଖବର ପ୍ରଚାର ହେଉଛି, ସେ ମୋ ସାନ ଭାଇ ଭଳି । ସେ ମୋଠାରୁ ବହୁତ ସାନ । ଆମେ ଏକାଠି ଏକ ଫିଲ୍ମରେ ମଧ୍ୟ କାମ କରୁଛୁ । ତେଣୁ ଏପରି ମିଥ୍ୟା ଭିଡିଓ ତିଆରି କରିବା ଠିକ୍ ନୁହେଁ ।

ଯଶବର୍ଦ୍ଧନ ଆହୁଜା ଖୁବଶୀଘ୍ର ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି । ନିର୍ଦ୍ଦେଶକ ସାଜିଦ ଖାନଙ୍କ ଆଗାମୀ ଫିଲ୍ମ ହିରୋ କି ହରୋରିନ୍ ରେ ସେ ମୁଖ୍ୟ ଭୂମିକାରେ ନଜର ଆସିବେ । ଏହି ଫିଲ୍ମରେ ଜ୍ୟାମି ଲିଭର୍, ନିତାଂଶୀ ଗୋୟଲ, ଚଙ୍କି ପାଣ୍ଡେ, ବୃଜେନ୍ଦ୍ର କାଲା ଏବଂ ସିମରତ କୌର ରନ୍ଧାୱା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଛନ୍ତି । ଫିଲ୍ମର ସୁଟିଂ ସମୟରେ ଜ୍ୟାମି ଓ ଯଶବର୍ଦ୍ଧନଙ୍କ ମଧ୍ୟରେ ଭଲ ବନ୍ଧୁତ୍ୱ ଗଢ଼ିଉଠିଥିଲା । ଏହି ବନ୍ଧୁତ୍ୱକୁ ସୋସିଆଲ ମିଡିଆରେ ଭୁଲ ଭାବେ ବିବାହ ଅଫବାହର ରୂପ ଦିଆଯାଇଥିଲା ।

Leave a Reply

Your email address will not be published. Required fields are marked *

Back to top button