ରାଜ୍ୟ

Leopard Cubs: ରାତିରେ ରାସ୍ତା ଉପରେ ବାଘ ଛୁଆଙ୍କ ଚଲାବୁଲା, ଭିଡିଓ ଭାଇରାଲ

ରାସ୍ତାରେ ବୁଲୁଛନ୍ତି ବାଘ ଛୁଆ । ଏମିତି କିଛି ଦୃଶ୍ୟ ଏବେ ଭାଇରାଲ ହେବାରେ ଲାଗିଛି । କୁହାଯାଉଛି ଏହା, ଗଞ୍ଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡ, ଜଗନ୍ନାଥପ୍ରସାଦ ବନାଞ୍ଚଳ ଅନ୍ତର୍ଗତ ତରିକୁପା ଠାରୁ କ୍ଷେତମୁଣ୍ଡଳୀ ଗ୍ରାମକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାର ଦୃଶ୍ୟ । ସ୍ଥାନୀୟ ଜଣେ ଜନପ୍ରତିନିଧି ନିଜ କାର୍ ରେ ସେହି ରାସ୍ତା ଦେଇ ଗତ ରାତିରେ ଯାଉଥିବା ବେଳେ, ଏହି ଦୃଶ୍ୟ ସେ ନିଜ ମୋବାଇଲରେ ଉତ୍ତୋଳନ କରିଥିଲେ । ଯାହାକି ଦୁଇଟି କଲରାପତରିଆ ବାଘ ଛୁଆ, ରାସ୍ତା ପାର ହେଉଥିଲେ । ତେବେ ଉତ୍ତର ଘୁମୁସର ବନଖଣ୍ଡରେ କଲରାପତରିଆ ବାଘ ରହିଥିବା ଆଗରୁ ସ୍ପଷ୍ଟ ହୋଇଛି । ଭିଡିଓରେ ଦୁଇଟି ବାଘ ଛୁଆ ରାସ୍ତା ପାର ହୋଇ ଜଙ୍ଗଲ ଆଡ଼କୁ ଯାଉଥିବା ଦେଖାଯାଉଛି। ଏହି ଦୃଶ୍ୟ ସାମ୍ନାକୁ ଆସିବା ପରେ ଅଞ୍ଚଳବାସୀଙ୍କ ମଧ୍ୟରେ ଉତ୍ସୁକତା ସହ କିଛି ଆତଙ୍କ ମଧ୍ୟ ସୃଷ୍ଟି ହୋଇଛି।

Leave a Reply

Your email address will not be published. Required fields are marked *

Back to top button