
Police Checking: ରାତିସାରା ପୋଲିସର ବ୍ଲକିଂ-ଚେକିଂ, ମଦ୍ୟପ ଚାଳକଙ୍କୁ ସାବାଡ଼
ବାଲେଶ୍ଵର ଜିଲ୍ଲାର ବିଭିନ୍ନ ସ୍ଥାନରେ ରାତିସାରା ପୋଲିସର ବ୍ଲକିଂ ଚେକିଂ । ଜିଲ୍ଲାର ସମସ୍ତ ପ୍ରବେଶ ଦ୍ୱାରରେ ଗତକାଲି ରାତିରେ କଡ଼ାକଡ଼ି ଚେକିଂ କରିଛି ପୋଲିସ । ଆଇନଶୃଙ୍ଖଳା ପରିସ୍ଥିତିରେ ସୁଧାର , ଅପରାଧିକ କାର୍ଯ୍ୟକଳାପ ଉପରେ ନଜର ଓ ମଦ୍ୟପ ଗାଡ଼ି ଚାଳକଙ୍କୁ ସାବାଡ଼ ପାଇଁ ପୋଲିସ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି । ଗତକାଲି ଷ୍ଟେସନ ଛକ ନିକଟରେ ମଦ୍ୟପାନ କରି ଗାଡି ଚଳାଉଥିବା ଚାଳକଙ୍କୁ ଅଟକାଇ ବ୍ରେଥ ଅନାଲାଇଜର ସାହାଯ୍ୟ ଚେକିଂ କରାଯିବା ସହ ଚାଲାଣ କଟା ଯାଇଥିଲା ।
ସେହିଭଳି ସହର ଭିତର ଦେଇ ବିଭିନ୍ନ ଅଞ୍ଚଳ କୁ ଯାଉଥିବା ଯାନବାହାନର କଡ଼ାକଡ଼ି ଯାଞ୍ଚ ହୋଇଛି। ଚେକିଂରେ ବାଲେଶ୍ଵର ଷ୍ଟେସନ ଛକରେ ଅତିରିକ୍ତ ଏସପି ଦେବଜ୍ୟୋତି ଦାଶ ଓ ସହଦେବଖୁଣ୍ଟା ଥାନା ଆଇଆଇସି ଉପସ୍ଥିତ ଥିଲେ। ବାଲେଶ୍ଵର ଷ୍ଟେସନ ଛକରେ ଚାଲିଥିବା ଚେକିଂ ସମୟରେ ଅତିରିକ୍ତ ଏସପି ଦେବଜ୍ୟୋତି ଦାଶ ଏବଂ ସହଦେବଖୁଣ୍ଟା ଥାନାର ଆଇଆଇସି ଉପସ୍ଥିତ ରହି ଯାଞ୍ଚ ପ୍ରକ୍ରିୟାର ତଦାରଖ କରିଥିଲେ। ଆଗକୁ ମଧ୍ୟ ଏଭଳି ଯାଞ୍ଚ ଜାରି ରହିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।