
India vs New Zealand: ଆଜି ଭାରତ-ନ୍ୟୁଜିଲାଣ୍ଡ ଦ୍ୱିତୀୟ ଟି-୨୦, ସିରିଜ୍ ଜିତିବା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ
ଆଜି ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଦ୍ୱିତୀୟ ଟି-୨୦ । ଖ୍ରୀଷ୍ଟଚର୍ଚ୍ଚର ହେଗଲେ ଓଭାଲ୍ ମୈଦାନରେ ଖେଳାଯିବ । ୫ ମ୍ୟାଚ୍ ବିଶିଷ୍ଟ ଏହି ସିରିଜ୍ ର ପ୍ରଥମ ମ୍ୟାଚ୍ ରେ ଭାରତ ୪ ୱିକେଟ୍ ରେ ଜିତି ୧-୦ ରେ ଆଗୁଆ ରହିଛି । ନ୍ୟୁଜିଲାଣ୍ଡ ଗସ୍ତରେ ଥିବା ଭାରତୀୟ କ୍ରିକେଟ୍ ଦଳ ପ୍ରଥମ ଟ୍ବେଣ୍ଟି-୨୦ ଜିତିବା ପରେ ଏବେ ଆଜି ଖେଳାଯିବାକୁ ଥିବା ଦ୍ବିତୀୟ ମ୍ୟାଚ୍ ଉପରେ ନଜର ରଖିଛି । ଏହି ମ୍ୟାଚ୍ ଜିତି ୫ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାରେ ଆଗୁଆ ହେବାର ଲକ୍ଷ୍ୟ ରଖିଛି ଶ୍ରେୟସ ଆୟରଙ୍କ ଦଳ । ହେଲେ ଦଳ ପାଇଁ ଏବେ ବଡ଼ ଚିନ୍ତାର କାରଣ ହେଉଛି ଈଶାନ କିଶନଙ୍କ ଆହତ ଜନିତ ସମସ୍ୟା ।
ଗୁରୁବାର ମ୍ୟାଚ୍ ରେ ନ୍ୟୁଜିଲାଣ୍ଡ ୨୨୬ ରନ୍ ର ବଡ଼ ସ୍କୋର୍ କରିଥିଲେ ମଧ୍ୟ ଭାରତ ୨ ବଲ୍ ପୂର୍ବରୁ ୪ ୱିକେଟ୍ ରେ ମ୍ୟାଚ୍ ଜିତି ନେଇଥିଲା । ସଞ୍ଜୁ ସାମ୍ ସନ୍ , ଶ୍ରେୟସ, ନମନ ଧୀର ଚମତ୍କାର ଖେଳି ଦଳକୁ ଏହି ବଡ଼ ବିଜୟ ଦେଇଥିଲେ । ଆଜି ଖ୍ରୀଷ୍ଟଚର୍ଚ୍ଚରେ ମ୍ୟାଚ୍ ଖେଳାଯିବାକୁ ଥିବାରୁ ଆଉ ଏକ ବଡ଼ ମ୍ୟାଚ୍ ଦେଖିବାକୁ ମିଳିବ । ଏହି ମ୍ୟାଚ୍ ପରେ ଉଭୟ ଦଳର ପରବର୍ତ୍ତୀ ୩ ଟ୍ବେଣ୍ଟି-୨୦ ଯଥାକ୍ରମେ ୱେଲିଂଟନ୍ , ଅକ୍ ଲାଣ୍ଡ ଓ ହାମିଲଟନ୍ ରେ ଅକ୍ଟୋବର ୨୭, ୩୦ ଓ ନଭେମ୍ବର ୧ ତାରିଖରେ ଖେଳିବେ । ଏହି ଟ୍ବେଣ୍ଟି-୨୦ ଶୃଙ୍ଖଳା ପରେ ୫ ଦିନିକିଆ ଓ ୨ ଟେଷ୍ଟ୍ ମ୍ୟାଚ୍ ଖେଳିବେ ଉଭୟ ଦଳ ।