ରାଜ୍ୟ

Cyclone Arnab : ଆନ୍ଧ୍ର ଉପକୂଳ ବିଜୟୱାଡ଼ା ପାଖାପାଖି ସ୍ଥଳଭାଗ ଛୁଇଁବ ବାତ୍ୟା, ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା !

ଆନ୍ଧ୍ର ଉପକୂଳରେ ଲ୍ୟାଣ୍ଡଫଲ କରିବ ବାତ୍ୟା। ୨୮ରେ ସ୍ଥଳଭାଗ ଛୁଇଁବା ନେଇ ପୂର୍ବାନୁମାନ କଲା ଭାରତୀୟ ପାଣିପାଗ କେନ୍ଦ୍ର। ସୁଦୃଶ୍ୟ ଲଘୁଚାପ ଆଜି ଅଧିକ ଘନୀଭୂତ ହୋଇ ଅବପାତରେ ପରିଣତ ହେବା ସମ୍ଭାବନା ରହିଛି। ପରେ ଡିପ ଡିପ୍ରେସନର ୨୬ରେ ବାତ୍ୟାରେ ପରିଣତ ହେବ।  ଅଧିକାଂଶ ପାଣିପାଗ ମଡେଲରେ ଆନ୍ଧ୍ର ଉପକୂଳରେସ୍ଥଳଭାଗ ଛୁଇଁବା ନେଇ ଆକଳନ ହୋଇଛି। ୟୁରୋପୀୟ ମଡେଲ ECMWFରେ ବିଶାଖାପାଟଣା ଦକ୍ଷିଣ ଉପକୂଳ ପୂର୍ବାନୁମାନ ହୋଇଛି। ବିଜୟୱାଡ଼ା ପାଖାପାଖି ସ୍ଥଳଭାଗ ଛୁଇଁବା ନେଇ ଆକଳନ କରିଛି GFS ।  ତେବେ ନିର୍ଦ୍ଦିଷ୍ଟ ଭାବେ କେଉଁଠି ଲ୍ୟାଣ୍ଡଫଲ କରିବା ତାହା ସ୍ପଷ୍ଟ ହୋଇନାହିଁ। ବାତ୍ୟାର ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ।

Leave a Reply

Your email address will not be published. Required fields are marked *

Back to top button