କ୍ରୀଡା

India vs Afghanistan: ଆଜିଠୁ ଭାରତ-ଆଫଗାନିସ୍ତାନ ଟି-୨୦ ଲଢ଼େଇ, କାହାକୁ ମିଳିବ ଓପନିଂ ସୁଯୋଗ?

ଆଜିଠୁ ଭାରତ-ଆଫଗାନିସ୍ତାନ ମଧ୍ୟରେ ୩ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ । ସଞ୍ଜୁ, ଅଭିଷେକ କିମ୍ବା ବୈଭବ, କାହାକୁ ମିଳିବ ଓପନିଂରେ ସୁଯୋଗ ? ଚିନ୍ତାରେ ଶ୍ରେୟସ ଆୟର। ଟିମରେ ଓପନିଂ ପାଇଁ ଦଳରେ ତିନି ଦମଦାର ଖେଳାଲି ରହିଛନ୍ତି । ସଞ୍ଜୁ ସାମସନ, ଅଭିଷେକ ଶର୍ମା ଏବଂ ଯୁବ ତାରକା ବୈଭବ ସୂର୍ଯ୍ୟବଂଶୀଙ୍କ ମଧ୍ୟରେ ଜୋରଦାର ପ୍ରତିଯୋଗିତା ଦେଖିବାକୁ ମିଳିଛି । ତିନି ଖେଳାଳି ସାମ୍ପ୍ରତିକ ଫର୍ମରେ ଦମଦାର ପ୍ରଦର୍ଶନ କରୁଥିବାରୁ, ଚୂଡ଼ାନ୍ତ ଏକାଦଶ ରେ କାହାକୁ ସୁଯୋଗ ମିଳିବ ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏହି ସିରିଜରେ ଆଫଗାନିସ୍ତାନ ଅଫିସିଆଲ୍ ‘ହୋମ୍ ଟିମ୍’ ରହିଛି, କିନ୍ତୁ ସମସ୍ତ ମ୍ୟାଚ୍ ଭାରତର ଦିଲ୍ଲୀସ୍ଥିତ ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯିବ ।

ଭାରତୀୟ ଦଳର ନେତୃତ୍ୱ ଶ୍ରେୟସ ଆୟର ନେଉଥିବା ବେଳେ ଆଫଗାନିସ୍ତାନର ଅଧିନାୟକ ଦାୟିତ୍ୱ ଇବ୍ରାହିମ ଜାଦ୍ରାନଙ୍କ ହାତରେ ଅଛି । ସମସ୍ତ ୩ଟି ମ୍ୟାଚ୍ ସନ୍ଧ୍ୟା ୭ଟାରେ ଆରମ୍ଭ ହେବ । ଷ୍ଟାର୍ ବୋଲର ଜସପ୍ରିତ ବୁମରା ଏବଂ ନୀତିଶ କୁମାର ରେଡ୍ଡୀ ସମ୍ପୂର୍ଣ୍ଣ ଫିଟ୍ ହୋଇ ଦଳକୁ ଫେରିଛନ୍ତି । ଏହି ସିରିଜ୍ ଶେଷ ହେବାର ଦୁଇ ଦିନ ପରେ ଉଭୟ ଏସିଆନ ଗେମ୍ସ ପାଇଁ ଜାପାନ ଗସ୍ତ କରିବେ । ଆହତ ଜନିତ ସମସ୍ୟା କାରଣରୁ ପେସର ହର୍ଷିତ ରାଣା ଏହି ସିରିଜ୍ ଏବଂ ଏସିଆନ ଗେମ୍ସରୁ ବାଦ୍ ପଡ଼ିଛନ୍ତି । ମ୍ୟାଚ୍ ପୂର୍ବରୁ ଈଶାନ କିଶନ ଆହତ ଥିବା ଖବର ସାମ୍ନାକୁ ଆସିଛି, ଯାହାଫଳରେ ସଞ୍ଜୁ ସାମସନଙ୍କୁ ୱିକେଟକିପର ଭାବେ ସୁଯୋଗ ମିଳିପାରେ ।

Leave a Reply

Your email address will not be published. Required fields are marked *

Back to top button