ରାଜ୍ୟ

Low Pressure: ସକାଳୁ ସକାଳୁ ରାଜଧାନୀରେ ବର୍ଷା, ଲଘୁଚାପ ପ୍ରଭାବରେ ଭିଜିଲା ଭୁବନେଶ୍ୱର

ବଙ୍ଗୋପସାଗରରେ ଲଘୁଚାପ ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ଜାରି । ବିଶେଷ କରି ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେଉଛି ।  ଆଜି ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, ନବରଙ୍ଗପୁର ଓ କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏହି ୫ ଜିଲ୍ଲାକୁ ଦିଆଯାଇଛି ୟେଲୋ ୱାର୍ଣ୍ଣିଂ ।  ସେହିପରି ବିଜୁଳି, ଘଡ଼ଘଡ଼ି ପାଇଁ ୧୪ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ଆସନ୍ତକାଲିଠୁ କମିବ ବର୍ଷା ପରିମାଣ । କାଲି ବିଜୁଳି, ଘଡ଼ଘଡ଼ି ପାଇଁ ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦେଇଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ସକାଳୁ ସକାଳୁ ରାଜଧାନୀର କିଛି ସ୍ଥାନରେ ମଧ୍ୟ ଜାରି ରହିଛି ବର୍ଷା । ସେପଟେ ମାଲକାନଗିରି ଜିଲ୍ଲାରେ ଲଗାଣ ବର୍ଷାରେ ବୁଡ଼ିଲା ପୋଟେରୁ ଓ କନ୍ୟାଶ୍ରମ ପୋଲ। ପୋଲ ଉପରେ ଚାଲୁଛି ୨ ଫୁଟ୍ ପାଣି । ୩୨୬ ନମ୍ବର ଜାତୀୟ ରାଜପଥରେ ଯାତାୟାତ ଠପ୍ । ଏଥିଯୋଗୁଁ ମାଲକାନଗିରିରୁ ସୀମାନ୍ତ ମୋଟୁ ଯାଏଁ ୩୨୬ ନମ୍ବର ଜାତୀୟ ରାଜପଥ ସମ୍ପୂର୍ଣ୍ଣ ବନ୍ଦ ରହିଛି ।

Leave a Reply

Your email address will not be published. Required fields are marked *

Back to top button