ରାଜ୍ୟ

Nandankanan: ନନ୍ଦନକାନନରେ ଦୁଃଖଦ ଘଟଣା, ନବ ଜନ୍ମିତ ସିଂହ ଶାବକ ମୃତ

ଆଖି ବୁଜିଲା ନବ ଜନ୍ମିତ ସିଂହ ଶାବକ । ପ୍ରାଣୀଉଦ୍ୟାନ ନନ୍ଦନକାନନରେ ନବ ଜନ୍ମିତ ସିଂହ ଶାବକର ମୃତ୍ୟୁ ଘଟିଛି । ଗତ ସୋମବାର ୭ ତାରିଖ ରାତିରେ ସିଂହୀ ‘ମାୟା’ ଜନ୍ମ ଦେଇଥିଲା ଏହି ଶାବକକୁ । ଜନ୍ମର ମାତ୍ର ୪ ଦିନରେ ଏହି ଶାବକଟି ପାଟିରେ ସମସ୍ୟା ଥିବାରୁ କ୍ଷୀର ପିଇ ପାରୁନଥିଲା । ଯାହା ପିଉଥୁଲା ତାହା ବାହାରିଯାଉଥଲା । ଗୁରୁବାର ସକାଳେ ଚିକିତ୍ସାଧୀନ ଅବସ୍ଥାରେ ତା’ର ମୃତ୍ୟୁ ଘଟିଛି । ଏହି ସିଂହ ଶାବକର ମୃତ୍ୟୁ ପରେ ପ୍ରାଣୀ ଉଦ୍ୟାନରେ ସିଂହ ସଂଖ୍ୟା ୨୩କୁ ଖସିଛି । ସିଂହୀ ‘ମାୟା’ ପ୍ରଥମ ଥର ମାତୃତ୍ଵ ଲାଭ କରିଥିଲା । ପ୍ରଥମେ ବିଳମ୍ୱିତ ରାତିରେ ଏକ ମଲା ଛୁଆ ଜନ୍ମ କରିଥିଲା ଓ ଭୋର ସମୟରେ ଏକ ଜୀବିତ ଛୁଆ ଜନ୍ମ ଦେଇଥିଲା । ପରେ ସେ ଶାବକକୁ ଗ୍ରହଣ କରିନଥଲା । ନନ୍ଦନକାନନ କର୍ତ୍ତୃପକ୍ଷ ଶାବକକୁ ମା’ଠାରୁ ଶାବକକୁ ଅଲଗା କରି ଶିଶୁ ଲାଳନ ପାଳନ କେନ୍ଦ୍ରକୁ ଆଣିଥିଲେ । ସେଠାରେ ତାକୁ ବୋତଲ ସାହାଯ୍ୟରେ କ୍ଷୀର ଦିଆଯାଉଥିଲା । ହେଲେ ଶାବକର ପାଟିରେ ଜନ୍ମଗତ ସମସ୍ୟା ରହିଥିବାରୁ ସେ କ୍ଷୀର ମଧ୍ଯ ଗ୍ରହଣ କରୁନଥିଲା । ଶେଷରେ ଆଖିବୁଜିଦେଲା ନବ ଜନ୍ମିତ ସିଂହ ଶାବକ ।

Leave a Reply

Your email address will not be published. Required fields are marked *

Back to top button