
Ind vs NZ 4th T20I : ଈଶାନ ଫେରିଲେ ବୈଭବ ପଡ଼ିବେ କି ବାଦ୍ ! ୪ର୍ଥ ଟି୨୦ରେ ଖେଳିବା ନେଇ ଚର୍ଚ୍ଚା
ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଶୁକ୍ରବାର ଇଡେନ୍ ପାର୍କରେ ଖେଳାଯିବ ଟି-୨୦ ସିରିଜର ଚତୁର୍ଥ ମ୍ୟାଚ୍ । ଶ୍ରେୟସ ଆୟରଙ୍କ ଅଧିନାୟକତ୍ବରେ ଭାରତୀୟ ଦଳ ସିରିଜରେ ୩-୦ରେ ଆଗୁଆ ରହି ସିରିଜ କବ୍ଜା କରିସାରିଛି । ଏବେ ଭାରତର ଲକ୍ଷ୍ୟ ସିରିଜକୁ କ୍ଲିନ୍ ସୁଇପ୍ କରିବା । ସେପଟେ ଅବଶିଷ୍ଟ ଦୁଇଟି ମ୍ୟାଚ୍ ଜିତି ସମ୍ମାନ ରକ୍ଷା କରିବାକୁ ଚେଷ୍ଟା କରିବ ନ୍ୟୁଜିଲାଣ୍ଡ ।
ଚତୁର୍ଥ ମ୍ୟାଚ୍ ପୂର୍ବରୁ ଭାରତୀୟ ଦଳର ଚୂଡ଼ାନ୍ତ ଏକାଦଶକୁ ନେଇ ଚର୍ଚ୍ଚା ଜୋର ଧରିଛି । ଆହତ ସମସ୍ୟାରୁ ବାହାରିଥିବା ଈଶାନ କିଶନ ଫେରିଲେ କେଉଁ ଖେଳାଳି ଦଳରୁ ବାଦ୍ ପଡ଼ିବେ, ତାହାକୁ ନେଇ ଏବେ ଚର୍ଚ୍ଚା । ୩ୟ ଟି୨୦ ଗତ ମ୍ୟାଚରେ ୪୫ ରନର ଦମଦାର ଇନିଂସ ଖେଳିଥିବା ବୈଭବ ସୂର୍ଯ୍ୟବଂଶୀଙ୍କୁ ଦଳରୁ ବାଦ୍ ଦିଆଯିବ କି ନାହିଁ, ତାହାକୁ ନେଇ ଚର୍ଚ୍ଚା ଚାଲିଛି ।
ଈଶାନ କିଶନ ପ୍ରଥମ ମ୍ୟାଚରେ ତୃତୀୟ ସ୍ଥାନରେ ବ୍ୟାଟିଂ କରିବାକୁ ଆସିପାରିନଥିଲେ । ତାଙ୍କ ଡାହାଣ ଜଙ୍ଘର ମାଂସପେଶୀରେ ସାମାନ୍ୟ ଆଘାତ ଲାଗିଥିବା ବିସିସିଆଇ ସୂଚନା ଦେଇଥିଲା । ତେବେ ଚତୁର୍ଥ ମ୍ୟାଚ୍ ପୂର୍ବରୁ ଈଶାନ ଅକଲାଣ୍ଡରେ ନେଟ୍ସରେ ବ୍ୟାଟିଂ ଅଭ୍ୟାସ କରିଥିବା ଜଣାପଡ଼ିଛି । କିନ୍ତୁ ତାଙ୍କ ଫିଟ୍ନେସକୁ ନେଇ କୌଣସି ଆନୁଷ୍ଠାନିକ ଘୋଷଣା ହୋଇନାହିଁ ।
ଗତ ମ୍ୟାଚରେ ବୈଭବ ସୂର୍ଯ୍ୟବଂଶୀ ଓ ଅଭିଷେକ ଶର୍ମା ଭାରତକୁ ଦମ୍ଦାର ଆରମ୍ଭ ଦେଇଥିଲେ । ଉଭୟ ପ୍ରଥମ ୱିକେଟ୍ ପାଇଁ ୧୩୩ ରନର ଭାଗୀଦାରି କରିଥିଲେ । ଏପରିକି ମାତ୍ର ୫ ଓଭରରେ ଦଳୀୟ ସ୍କୋର ୧୦୦ ରନ୍ରେ ପହଞ୍ଚିଥିଲା । ଭାରତ ୧୯୯ ରନର ଲକ୍ଷ୍ୟକୁ ୪୦ଟି ବଲ୍ ବାକି ଥାଇ ହାସଲ କରି ସିରିଜ ଜିତିଥିଲା । ଏଭଳି ସ୍ଥିତିରେ ଭଲ ପ୍ରଦର୍ଶନ କରିଥିବା ବୈଭବଙ୍କୁ ଦଳରୁ ବାଦ୍ ଦେବା ଟିମ୍ ମ୍ୟାନେଜମେଣ୍ଟ ପାଇଁ ସହଜ ନିଷ୍ପତ୍ତି ହେବ ନାହିଁ ।
ସମ୍ଭାବ୍ୟ ପ୍ଲେଇଂ ଏକାଦଶ :
ବୈଭବ ସୂର୍ଯ୍ୟବଂଶୀ, ଅଭିଷେକ ଶର୍ମା, ସଂଜୁ ସାମସନ, ଶ୍ରେୟସ ଆୟର, ତିଲକ ବର୍ମା, ନମନ ଧୀର, ଅକ୍ଷର ପଟେଲ, ନୀତିଶ କୁମାର ରେଡ୍ଡୀ, ଭୁବନେଶ୍ବର କୁମାର, ଅର୍ଶଦୀପ ସିଂହ, ପ୍ରିନ୍ସ ଯାଦବ ।