ରାଜ୍ୟ

Son dies of snakebite : ସାପ କାମୁଡ଼ାରେ ପୁଅର ମୃତ୍ୟୁ, ମୋ ଛୁଆ ବଞ୍ଚିଛି କହି ମୃତଦେହକୁ ୪ଶହ କିଲୋମିଟର ନେଇ ଆସିଲା ମା’

ମୃତ ପୁଅକୁ ମାଆ ନେଇ ଆସିଲା ୪ଶହ କିଲୋମିଟର । ଏପରି ଏକ ଦୁଃଖଦ ଘଟଣା ଘଟିଛି ସୁନ୍ଦରଗଡ଼ ଜିଲା ବିଶ୍ରା ବ୍ଳକ ଖରଟଲା ଗାଁରେ। ନିମିଷକେ ପାଣି ଫୋଟକା ପରି ମିଳାଇଗଲା ଖୁସି । ଖଇରା ଥାନା ସୁନ୍ଦରପୁର ଗାଁର ସୂର୍ଯ୍ୟକାନ୍ତ ନାଈକଙ୍କ ସ୍ତ୍ରୀ ଵାଲମତୀ ନାଇକ ପୁଅ ଓ ଝିଅ କୁ ନେଇ ରାଖୀ ବାନ୍ଧିବା ପାଇଁ ଯାଇଥିଲେ ବାପ ଘରକୁ । ହସଖୁସିରେ ବାପ ଘରେ କଟି ଥିଲା ସମୟ । ହେଲେ ଶନିବାର ରାତିରେ ଘଟିଥିଲା ଅଘଟଣ । ଶୋଇଥିବାବେଳେ ରାତି ଅଧରେ ପୁଅକ ଚିତ୍କାର ଶୁଣି ଉଠି ଦେଖିଲାବେଳେକୁ ଏକ ସାପ କାମୁଡା ଦେଇଥିଲା । ତୁରନ୍ତ ତାଙ୍କୁ ସ୍ଥାନୀୟ ବିଶ୍ରାମେଡିକାଲକୁ ନେଇଥିଲେ।

ହେଲେ ସେଠାରେ ଡାକ୍ତର ମଧ୍ୟ ମୃତ ଘୋଷଣା କରିଥିଲେ। ପୋଲିସ ଅଭିଯୋଗ ପାଇ ମୃତ ଦେହକୁ ଜବତ କରିଛି । ପୁ ଅକୁ ବଞ୍ଚାଇବା ପାଇଁ ମା ୪ ଶହ କିମି ଆସଵା ଘଟଣା ଶୋକାକୁଳ ପରିବେଶ ସୃଷ୍ଟି କରିଛି । ଥରେ ଡାକ୍ତର ପୁଅକୁ ମୃତ ଘୋଷଣା ପରେ ପୁଅକୁ ବଞ୍ଚାଇବା ପାଇଁ ମା ବାପାଙ୍କର ଏପରି ଉଦ୍ୟମ ସତେକି ପୁଅ ମୋର ବଞ୍ଚିଯିବ କି । ସତରେ ବିଧିର ବିଧାନ,କେ କରିବ ଆନ । ଡାକ୍ତରଙ୍କ ମୃତ ଘୋଷଣା ହଁ ସତ୍ୟ । ଆମ ପୁଅକୁ ସାପ କାମୁଡ଼ି ଦେବାର ମୃତ୍ୟୁ ହୋଇଥିବାର ବାପା ଓ ମା ଅଭିଯୋଗ କରିଛନ୍ତି ।

Leave a Reply

Your email address will not be published. Required fields are marked *

Back to top button