ରାଜ୍ୟ

Snake bite: କାମୁଡ଼ିଲା ବିଷାକ୍ତ ସାପ, ସାପଟିକୁ ଧରି ମେଡିକାଲରେ ପହଞ୍ଚିଲେ ଯୁବକ

କାମୁଡ଼ିଲା ସାପ । ସାପକୁ ଧରି ମେଡିକାଲରେ ପହଞ୍ଚିଲେ ଯୁବକ। ମୟୂରଭଞ୍ଜ ଜିଲ୍ଲା ଉଦଳା ଡାକ୍ତରଖାନାରେ ଦେଖିବାକୁ ମିଳିଛି ଏଭଳି ଏକ ଘଟଣା । ଉଦଳା ଏନଏସି ୱାର୍ଡ ନଂ ୧୦ରେ ସ୍ଥିତ ଉଠା ଜଳସେଚନ ସହକାରୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଜଗୁଆଳିଭାବେ କାର୍ଯ୍ୟ କରୁଥିବା ମୋଚିରାମ ଟୁଡୁଙ୍କୁ ଗତକାଲି ସଂଧ୍ୟା ପ୍ରାୟ ୮ ସମୟରେ ତାଙ୍କ ଗୋଡ଼ରେ ଏକ ସାପ କାମୁଡ଼ିଥିବାର ଜାଣିବାକୁ ପାଇଥିଲେ ତୁରନ୍ତ ମୋଚିରାମ ଉକ୍ତ ସାପକୁ ଧରିବା ସହିତ ମାରି ଦେଇଥିଲେ। ତେବେ ସାପଟିକୁ ଚିହ୍ନି ନପାରି ମୋଚିରାମ ସିଧା ସାପଟିକୁ ଏକ ପଲିଥିନରେ ପୁରାଇ ସାଇକେଲରେ ଚିକିତ୍ସା ପାଇଁ ଉଦଳା ଡାକ୍ତରଖାନାରେ ପହଞ୍ଚି ଯାଇଥିଲେ । ବର୍ତ୍ତମାନ ମୋଚିରାମ ଉଦଳା ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା ବେଳେ ତାଙ୍କ ସ୍ୱାସ୍ଥାବସ୍ଥା ସ୍ଥିର ଅଛି ।

Leave a Reply

Your email address will not be published. Required fields are marked *

Back to top button