ଜ୍ୟୋତିଷ

Janmashtami : ଜନ୍ମାଷ୍ଟମୀରେ ଜପନ୍ତୁ ଏହି ୮ ମନ୍ତ୍ର, ଜାଣନ୍ତୁ ଜୀବନର କେଉଁ ସମସ୍ୟା ପାଇଁ କେଉଁ ପ୍ରତିକାର

ଆସନ୍ତା ୪ ସେପ୍ଟେମ୍ବର ୨୦୨୬, ଶୁକ୍ରବାର ଦିନ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ ପାଳନ କରାଯିବ। ଏହି ଦିନ ବିଭିନ୍ନ ମନ୍ଦିରରେ ଶ୍ରୀକୃଷ୍ଣଙ୍କର ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯିବା ସହ ରାତି ୧୨ଟାରେ ଜନ୍ମୋତ୍ସବ ପାଳନ ହେବ। ଧାର୍ମିକ ବିଶ୍ୱାସ ଅନୁସାରେ, ଜନ୍ମାଷ୍ଟମୀ ଦିନ ଯଦି ଆପଣଙ୍କ ଜୀବନରେ କୌଣସି ସଙ୍କଟ ରହିଛି, ଆର୍ଥିକ ସମସ୍ୟା, ଋଣଭାର, ସନ୍ତାନ ସୁଖର ଅଭାବ କିମ୍ବା ଗୃହକଳହ ଭଳି ସମସ୍ୟା ରହିଛି, ତେବେ ନିଜ ସମସ୍ୟା ଅନୁଯାୟୀ ନିମ୍ନଲିଖିତ ୮ଟି ମନ୍ତ୍ର ମଧ୍ୟରୁ ଯେକୌଣସି ଗୋଟିଏ ମନ୍ତ୍ର ଚୟନ କରି ଜପ କରିପାରିବେ। ବିଶ୍ୱାସ ରହିଛି ଯେ, ଶ୍ରଦ୍ଧା ଓ ନିଷ୍ଠାର ସହ ମନ୍ତ୍ର ଜପ କରି ଅନୁଷ୍ଠାନ ସମ୍ପୂର୍ଣ୍ଣ କଲେ ଜୀବନର ବିଭିନ୍ନ ସମସ୍ୟା ଦୂର ହେବାରେ ଆଧ୍ୟାତ୍ମିକ ଶାନ୍ତି ଓ ସକାରାତ୍ମକତା ମିଳିଥାଏ।

ଭଗବାନ ଶ୍ରୀକୃଷ୍ଣଙ୍କ ସିଦ୍ଧ ମନ୍ତ୍ର ଓ ସାଧନାର ପ୍ରାମାଣିକ ବିଧି

ଶ୍ରୀକୃଷ୍ଣଙ୍କ ସାଧନାକୁ ଭକ୍ତି, ଆଧ୍ୟାତ୍ମିକ ଶାନ୍ତି ଓ ସୁଖ-ସମୃଦ୍ଧିର ପଥ ବୋଲି ବିଶ୍ୱାସ କରାଯାଏ। ଜୀବନର ବିଭିନ୍ନ ସମସ୍ୟାରୁ ମୁକ୍ତି, ମନୋକାମନା ପୂରଣ ଏବଂ ମାନସିକ ଶାନ୍ତି ପାଇଁ ଶାସ୍ତ୍ରୀୟ ପରମ୍ପରାରେ ବିଭିନ୍ନ ଶ୍ରୀକୃଷ୍ଣ ମନ୍ତ୍ର ଜପ ଓ ସାଧନାର ବିଧାନ ଉଲ୍ଲେଖ ରହିଛି। ଶ୍ରଦ୍ଧା, ନିଷ୍ଠା ଓ ଭକ୍ତିର ସହ ଶ୍ରୀକୃଷ୍ଣଙ୍କ ଆରାଧନା କଲେ ମନରେ ସକାରାତ୍ମକତା ଓ ଆଧ୍ୟାତ୍ମିକ ଶାନ୍ତି ଜାଗ୍ରତ ହୁଏ ବୋଲି ଧାର୍ମିକ ବିଶ୍ୱାସ ରହିଛି।

୧. ଜୀବନ ସଙ୍କଟ ଓ ଦିଗହୀନତା ନିବାରଣ ପାଇଁ:
ମନ୍ତ୍ର: ଶ୍ରୀ କୃଷ୍ଣଃ ଶରଣଂ ମମ
ଫଳ: ଜୀବନରେ ସମସ୍ୟାର ଆମ୍ବାର ଥିଲେ କିମ୍ବା କୌଣସି ଉପାୟ ନ ଦିଶିଲେ ଏହି ମନ୍ତ୍ର ଅମୋଘ ଆଶ୍ରୟ ପ୍ରଦାନ କରିଥାଏ।

୨ . ପାରିବାରିକ ଶାନ୍ତି ଓ ସ୍ୱାସ୍ଥ୍ୟ ଲାଭ ପାଇଁ:
ମନ୍ତ୍ର: କ୍ଲୀଂ ଷୃଷିକେଶାୟ ନମଃ
ବିଧି: ଏହି ମନ୍ତ୍ରକୁ ପ୍ରତିଦିନ କିମ୍ବା ବିଶେଷ ଅବସରରେ ୫୧ ମାଳା ଜପ କରନ୍ତୁ। ଏହାଦ୍ୱାରା ଘରର ଚାପ ଏବଂ ଅଶାନ୍ତି ଦୂର ହୋଇଥାଏ।

୩ . ଆର୍ଥିକ ସମୃଦ୍ଧି ଓ ଋଣ ମୁକ୍ତି ପାଇଁ:
ମନ୍ତ୍ର: ଶ୍ରୀ ଗୋପୀଜନ ବଲ୍ଲଭାୟ ସ୍ୱାହା
ଫଳ: ଆର୍ଥିକ ସମସ୍ୟା ଏବଂ ଧନର ଅଭାବ ଦୂର କରିବା ପାଇଁ ଏହି ମନ୍ତ୍ର ଜପ କରନ୍ତୁ।

୪. ବିବାହ ଓ ଗୃହସ୍ଥ ଜୀବନର ସମସ୍ୟା ପାଇଁ:
ମନ୍ତ୍ର: ଓଁ ନମୋ ଭଗବତେ ରୁକ୍ମିଣୀ ବଲ୍ଲଭାୟ ସ୍ୱାହା
ଫଳ: ବୈବାହିକ ବାଧାସବୁ ଦୂର କରି ଦାମ୍ପତ୍ୟ ଜୀବନରେ ମଧୁରତା ଆଣିଥାଏ।

୫. ସନ୍ତାନ ସୁଖ ଏବଂ ସର୍ବୋତ୍ତମ ସନ୍ତାନ ପ୍ରାପ୍ତି ପାଇଁ:
ମନ୍ତ୍ର: ଓଁ ଦେବକୀସୁତ ଗୋବିନ୍ଦ ବାସୁଦେବ ଜଗତପତେ। ଦେହି ମେ ତନୟଂ କୃଷ୍ଣ ତ୍ୱାମହଂ ଶରଣଂ ଗତଃ।।
ବିଶେଷ ବିଧି: ଏହି ମନ୍ତ୍ର ଜପ ସହିତ ଲଡ଼ୁ ଗୋପାଳଙ୍କର ପଞ୍ଚାମୃତରେ ଅଭିଷେକ କରନ୍ତୁ। ଉଚ୍ଚାରଣ ସମୟରେ ‘ତନୟଂ’ ଶବ୍ଦର ସ୍ପଷ୍ଟ ଏବଂ ଶୁଦ୍ଧ ଉଚ୍ଚାରଣ ଅତ୍ୟନ୍ତ ଆବଶ୍ୟକ।

୬. ଧର୍ମ-ଅର୍ଥ-କାମ-ମୋକ୍ଷ (ଚତୁର୍ବର୍ଗ) ପ୍ରାପ୍ତି ପାଇଁ:
ମନ୍ତ୍ର: ଓଁ ନମୋ ଭଗବତେ ବାସୁଦେବାୟ ନମଃ

୭ . ଇଷ୍ଟ ସିଦ୍ଧି ପାଇଁ:
ମନ୍ତ୍ର: ଶ୍ରୀକୃଷ୍ଣାୟ ନମଃ

୮ . ସୌଭାଗ୍ୟ, ସୁଖ-ଶାନ୍ତି ଓ ମୋକ୍ଷ ବୃଦ୍ଧି ପାଇଁ:

ମନ୍ତ୍ର: ଓଁ ଐଂ ଶ୍ରୀଂ କ୍ଲୀଂ ପ୍ରାଣବଲ୍ଲଭାୟ ସୌଃ ସୌଭାଗ୍ୟଦାୟ ଶ୍ରୀକୃଷ୍ଣାୟ ସ୍ୱାହା

 

ମନ୍ତ୍ର ସାଧନାର ନିୟମ ଏବଂ ବିଶେଷ ସାବଧାନତା

-ଜପର ସ୍ଥାନ ଓ ସମୟ: ଏହି ସିଦ୍ଧ ମନ୍ତ୍ରଗୁଡ଼ିକର ମାନସିକ ଜପ ସଦାସର୍ବଦା ଏବଂ କୌଣସି ବି ସ୍ଥାନରେ କରାଯାଇପାରିବ।
-ସାଧନା ସାମଗ୍ରୀ: ଜପ ପାଇଁ ତୁଳସୀ ମାଳା ଏବଂ ବସିବା ପାଇଁ କୁଶ ଆସନର ହିଁ ପ୍ରୟୋଗ କରନ୍ତୁ।
-ତିଳକ ଓ ବସ୍ତ୍ର: ପୂଜନରେ ଚନ୍ଦନ ବ୍ୟବହାର କରନ୍ତୁ। ସ୍ୱୟଂ ଧଳା କିମ୍ବା ପୀତାମ୍ବର (ହଳଦିଆ) ବସ୍ତ୍ର ପରିଧାନ କରନ୍ତୁ ଏବଂ ବେକରେ ତୁଳସୀ ମାଳା ଧାରଣ କରନ୍ତୁ।
-ଭୋଗ ଓ ପ୍ରସାଦ: ପ୍ରସାଦ ରୂପରେ ତୁଳସୀ-ମିଶ୍ରିତ ପଞ୍ଚାମୃତ ଅର୍ପଣ କରନ୍ତୁ ଏବଂ ପରେ ପଞ୍ଜିରୀ (ରବି) ପ୍ରସାଦ ବାଣ୍ଟନ୍ତୁ।
-ଆହାର ଓ ଦାନ: ସାଧନା କାଳରେ ସମ୍ପୂର୍ଣ୍ଣ ସାତ୍ତ୍ୱିକ ଭୋଜନ ଗ୍ରହଣ କରନ୍ତୁ। ସାଧନା ପରେ ବ୍ରାହ୍ମଣ ଭୋଜନ କରାଇବା ଦ୍ୱାରା ପୂଜାର ଫଳ ଦ୍ୱିଗୁଣିତ ହୋଇଥାଏ।

Leave a Reply

Your email address will not be published. Required fields are marked *

Back to top button