
Bigg Boss 20: ଜାଣନ୍ତୁ OTTରେ କେଉଁଠି ଲାଇଭ୍ ଦେଖିପାରିବେ ସଲମାନଙ୍କ ଶୋ’ ବିଗ୍ ବସ୍-୨୦
ସଲମାନ ଖାନ୍ ପୁଣିଥରେ ତାଙ୍କ ଲୋକପ୍ରିୟ ଶୋ ବିଗ୍ ବସ୍ ୨୦ରେ ନଜର ଆସିବାକୁ ପ୍ରସ୍ତୁତ । ତେବେ ଏହି ଶୋ କୁ ନେଇ ନୂଆ ନୂଆ ଅପଡେଟ୍ ସାମ୍ନାକୁ ଆସୁଛି । ଆସନ୍ତୁ ଜାଣିବା ଶୋ ସମ୍ପର୍କିତ କିଛି ନୂଆ ସୂଚନା ।
ବଲିଉଡ୍ ସୁପରଷ୍ଟାର ସଲମାନ ଖାନ୍ ତାଙ୍କ ଶୋ’ ବିଗ୍ ବସ୍ ୨୦ ସହ ଫେରୁଛନ୍ତି । ଦୀର୍ଘ ସମୟ ଧରି ସେ ଏହି ଶୋ ଜରିଆରେ ପ୍ରଶଂସକଙ୍କ ମନୋରଞ୍ଜନ କରିଆସୁଛନ୍ତି । ନୂଆ ସିଜନ୍କୁ ନେଇ ଏବେ ଅନେକ ତଥ୍ୟ ସାମ୍ନାକୁ ଆସିଛି । ଶୋ ଆରମ୍ଭ ହେବାକୁ ଆଉ ମାତ୍ର ଏକ ସପ୍ତାହ ବାକି ରହିଛି ।
ବିଗ୍ ବସ୍ ୨୦ର ସମସ୍ତ ପ୍ରତିଯୋଗୀଙ୍କ ତାଲିକା ମଧ୍ୟ ସାମ୍ନାକୁ ଆସିଛି । ଏଥର ଶୋରେ ଅନେକ ନୂଆ ଓ ଚର୍ଚ୍ଚିତ ଚେହେରା ନଜର ଆସିବେ । ଏହା ସହ ପୁଣିଥରେ ହୋଷ୍ଟ ଭାବେ ସଲମାନ ଖାନଙ୍କୁ ଦେଖିବାକୁ ପାଇବେ ପ୍ରଶଂସକ । ଗତ ଦୁଇ ଦଶନ୍ଧି ଧରି ଏହି ଶୋ ଦର୍ଶକଙ୍କ ମନୋରଞ୍ଜନ କରିଆସୁଛି । ପ୍ରତିବର୍ଷ ଶୋ କିଛି ନୂଆ ଅନ୍ଦାଜରେ ଦେଖିବାକୁ ମିଳେ ଏବଂ ବିଭିନ୍ନ କ୍ଷେତ୍ରର ଚର୍ଚ୍ଚିତ ପ୍ରତିଯୋଗୀମାନେ ଏଥିରେ ସାମିଲ ହୁଅନ୍ତି ।
ବିଗ୍ ବସ୍ ୨୦ରେ କ’ଣ ରହିଛି ଖାସ୍?
ସଲମାନ ଖାନଙ୍କ ଶୋ ବିଗ୍ ବସ୍ ୨୦ ଆସନ୍ତା ୬ ସେପ୍ଟେମ୍ବର ୨୦୨୬ରୁ ଆରମ୍ଭ ହେବ। ଏହି ଶୋ କୁ ଆପଣ ପ୍ରତିଦିନ ରାତି ୯ଟାରୁ JioPlus Hotstarରେ ଦେଖିପାରିବେ । ଟିଭିରେ ଏହି ଶୋ Colors TVରେ ରାତି ୧୦ଟା ୩୦ ମିନିଟ୍ରୁ ପ୍ରସାରିତ ହେବ । ଶୋ ଟି ସପ୍ତାହର ସାତ ଦିନ ଟେଲିକାଷ୍ଟ ହେବ। ଶୋ ର ପ୍ରତିଯୋଗୀଙ୍କ ଫାଇନାଲ୍ ଲିଷ୍ଟ ମଧ୍ୟ ଆସିସାରିଛି । ଏବେ ଦର୍ଶକଙ୍କ ଅପେକ୍ଷା କେବଳ ଶୋ ଆରମ୍ଭ ହେବାକୁ ।
କିଏ କିଏ ବିଗ୍ ବସ୍ ୨୦ର ଅଂଶ ନେବେ?
ବିଗ୍ ବସ୍ ୨୦ରେ ବିଭିନ୍ନ କ୍ଷେତ୍ରର ଚର୍ଚ୍ଚିତ ଚେହେରା ନଜର ଆସିବେ । ଟିଭି, ବଲିଉଡ୍, କ୍ରୀଡ଼ା ଓ ଡିଜିଟାଲ୍ ଦୁନିଆର ଅନେକ ନାମୀ ବ୍ୟକ୍ତିତ୍ୱ ଏଥର ଶୋ ର ଅଂଶ ହେବେ । ଏହି ତାଲିକାରେ କଚ୍ଚା ବାଦାମ ଫେମ୍ ଅଭିନେତ୍ରୀ ଅଞ୍ଜଳି ଆରୋରାଙ୍କ ନାମ ରହିଛି । ଏହା ବ୍ୟତୀତ ଅର୍ଶିଫା ଖାନ୍, କାଜି ତୌକିର ଓ କୁଶଳ ତନୱର ମଧ୍ୟ ନଜର ଆସିବେ । ତାଲିକାରେ ଖୁସି ଦୁବେ, ଯୁକ୍ତି କପୁର ଓ ଉଦିତା ସିଂହ ମଧ୍ୟ ରହିଛନ୍ତି । ସେହିପରି ଗୀତା ବସ୍ରା, ସୁନୀଲ ପାଲ, ମେରି କମ୍ ଓ ଶୋଭିକ୍ ଚକ୍ରବର୍ତ୍ତୀ ମଧ୍ୟ ଏହି ସିଜନ୍ରେ ଦେଖିବାକୁ ମିଳିବେ ।