ମନୋରଞ୍ଜନ

UPI Payment: ଫିଚର୍ ଫୋନ୍ ହେଲା ଆହୁରି ସ୍ମାର୍ଟ ! ଇଣ୍ଟରନେଟ୍ ବିନା ପେମେଣ୍ଟ କରି ପାରିବେ ୟୁଜର୍ସ

PhonePe ଫିଚର୍ ଫୋନ୍ ୟୁଜର୍ସଙ୍କ ପାଇଁ ବିନା ଇଣ୍ଟରନେଟ୍ UPI ସେବାର ସୁବିଧା ଲଞ୍ଚ କରିଛି । PhonePeର ଏହି ସୁବିଧା Nokia ଏବଂ HMDର ଫିଚର୍ ଫୋନ୍‌ରେ ଉପଲବ୍ଧ ହେବ । ଏବେ ୟୁଜର୍ସ ବିନା ଇଣ୍ଟରନେଟ୍ କିମ୍ବା ସ୍ମାର୍ଟଫୋନରେ ମଧ୍ୟ UPI ପେମେଣ୍ଟ କରିପାରିବେ । PhonePe ଏହି ନୂଆ ସର୍ଭିସକୁ UPI 123Pay ନାମରେ ଲଞ୍ଚ କରିଛି । ବର୍ତ୍ତମାନ କମ୍ପାନୀ କେବଳ Nokia ଏବଂ HMDର ଫିଚର୍ ଫୋନ୍‌ ପାଇଁ ଏହି ସୁବିଧା ଆରମ୍ଭ କରିଛି । ଆଗାମୀ ଦିନରେ ଅନ୍ୟ ବ୍ରାଣ୍ଡର ଫିଚର୍ ଫୋନ୍‌ରେ ମଧ୍ୟ ଏହି ସୁବିଧା ମିଳିପାରେ ।

PhonePe ନିଜର ପ୍ରେସ୍ ରିଲିଜ୍ ମାଧ୍ୟମରେ କହିଛି ଯେ, ଭାରତରେ ସପୋର୍ଟେଡ୍ ଫିଚର୍ ଫୋନ୍‌ ପାଇଁ UPI 123Pay ସେବା ଆରମ୍ଭ ହୋଇଛି । ଏହି ସେବା ଇଣ୍ଟରନେଟ୍ ବିନା କାମ କରିବ। ଏଥିପାଇଁ SMS ଆଧାରିତ ଟ୍ରାଞ୍ଜାକ୍ସନ୍‌ର ବ୍ୟବହାର କରାଯିବ । ୟୁଜର୍ସ ଏହି ସେବା ମାଧ୍ୟମରେ ଟଙ୍କା ଟ୍ରାନ୍ସଫର୍ କରିବା ସହ ଦୋକାନୀ କିମ୍ବା ମର୍ଚ୍ଚାଣ୍ଟଙ୍କୁ ମଧ୍ୟ UPI ପେମେଣ୍ଟ କରିପାରିବେ । ବର୍ତ୍ତମାନ ଦେଶରେ ପ୍ରାୟ ୨୦ କୋଟି ଫିଚର୍ ଫୋନ୍ ୟୁଜର୍ସ ରହିଛନ୍ତି ।

PhonePeର ଏହି ସେବାରେ ବ୍ୟାଙ୍କ ଆକାଉଣ୍ଟ ସହ ଲିଙ୍କ୍ ହୋଇଥିବା ମୋବାଇଲ୍ ନମ୍ବରରୁ SMS ମାଧ୍ୟମରେ UPI ପେମେଣ୍ଟ କରାଯାଇପାରିବ । ଏଥିରେ ପର୍ସନ୍-ଟୁ-ପର୍ସନ୍ ଟ୍ରାନ୍ସଫର୍, ପର୍ସନ୍-ଟୁ-ମର୍ଚ୍ଚାଣ୍ଟ ପେମେଣ୍ଟ, ବ୍ୟାଙ୍କ ବାଲାନ୍ସ ଚେକ୍ ଏବଂ ଟ୍ରାଞ୍ଜାକ୍ସନ୍ ହିଷ୍ଟ୍ରି ଭଳି ସୁବିଧା ମିଳିବ । ଆଗାମୀ ଦିନରେ ଏହି ସେବା ମାଧ୍ୟମରେ ବିଲ୍ ପେମେଣ୍ଟ, ମୋବାଇଲ୍ ରିଚାର୍ଜ ଏବଂ ଆଧାର ଆଧାରିତ UPI ରେଜିଷ୍ଟ୍ରେସନ୍ ଭଳି ସୁବିଧା ମଧ୍ୟ ଆରମ୍ଭ କରିବାକୁ କମ୍ପାନୀ ପ୍ଲାନ୍ କରୁଛି ।

Nokiaର ଫିଚର୍ ଫୋନ୍ ତିଆରି କରୁଥିବା କମ୍ପାନୀ HMD Global ନିଶ୍ଚିତ କରିଛି ଯେ, PhonePe UPI 123Pay ସେବା ବର୍ତ୍ତମାନ HMD 105 2G, HMD 110 2G, Nokia 105 Classic, Nokia 105 Single SIM, Nokia 105 Dual SIM, Nokia 106 ଏବଂ Nokia 123 Shield ଫୋନ୍‌ରେ ଉପଲବ୍ଧ ହେଉଛି । ଖୁବ୍‌ଶୀଘ୍ର ଅନ୍ୟ ଡିଭାଇସ୍‌ରେ ମଧ୍ୟ ଏହି ସୁବିଧା ଉପଲବ୍ଧ ହେବ ।

UPI ସେବା ସେଟ୍‌ଅପ୍ କରିବା ପାଇଁ PhonePe ୟୁଜର୍ସଙ୍କୁ ଇଂରାଜୀ ସମେତ ୧୨ଟି ଭାରତୀୟ ଭାଷାରେ AI ଆଧାରିତ ଭଏସ୍ ହେଲ୍ପଲାଇନ୍ ସୁବିଧା ମଧ୍ୟ ପ୍ରଦାନ କରୁଛି । ଯାହାଦ୍ୱାରା ୟୁଜର୍ସ ନିଜ ଫିଚର୍ ଫୋନ୍‌ରେ ସହଜରେ UPI 123Pay ସେବା ଆକ୍ଟିଭେଟ୍ କରିପାରିବେ ।

ନିକଟରେ UPI ନିଜର ୧୦ ବର୍ଷ ପୂରଣ କରିଛି । ୨୫ ଅଗଷ୍ଟ ୨୦୧୬ରେ ଆରମ୍ଭ ହୋଇଥିବା UPI ଏବେ ଦେଶର ଦୈନନ୍ଦିନ ଡିଜିଟାଲ୍ ପେମେଣ୍ଟ୍‌ର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ପାଲଟିଛି । ଛୋଟ ଦୋକାନରେ କିଛି ଟଙ୍କାର ପେମେଣ୍ଟ୍ ହେଉ କିମ୍ବା ଲକ୍ଷ ଲକ୍ଷ ଟଙ୍କାର ବ୍ୟବସାୟିକ ଟ୍ରାଞ୍ଜାକ୍ସନ୍ ହେଉ UPI ଟଙ୍କା ପଠାଇବା ଓ ଗ୍ରହଣ କରିବାର ପ୍ରକ୍ରିୟାକୁ ଅନେକ ସହଜ କରିଦେଇଛି ।

Leave a Reply

Your email address will not be published. Required fields are marked *

Back to top button