ରାଜ୍ୟ

ସ୍ତ୍ରୀକୁ ମନାଇବାକୁ ଆସିଥିଲା ସ୍ୱାମୀ, କିନ୍ତୁ ଜୋତାମାଳ ପିନ୍ଧାଇଲା ଶ୍ୱଶୂର । ! ମୁହଁରେ ରଙ୍ଗ ମାରି ରାସ୍ତାରେ ଚଲାଇଲା । ଜ୍ବାଇଁଙ୍କ ବେକରେ ଜୋତାମାଳ ଝୁଲାଇ ବଜାର ବୁଲାଇଲେ ଶ୍ୱଶୁର । ଯାଜପୁର ଜିଲ୍ଲା ବିଂଝାରପୁର ଥାନା କଲ୍ୟାଣପୁରରେ ଏଭଳି ଅମାନବୀୟ ଘଟଣା ଦେଖିବାକୁ ମିଳିଛି । ସାମାଜିକ ଗଣମାଧ୍ୟମରେ ଏହି ଭିଡିଓ ଖୁବ ଭାଇରାଲ୍ ହେବାରେ ଲାଗିଛି । ଖବର ପାଇ ବିଂଝାରପୁର ପୋଲିସ ତଦନ୍ତ ଚଳାଇଥିଲେ ମଧ୍ୟ କାହା ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇନାହିଁ। ସୂଚନା ଅନୁଯାୟୀ, କଲ୍ୟାଣପୁର ପଞ୍ଚାୟତ ବୈରୀବାଗ ଗାଁର ନିରଞ୍ଜନ ଦାସଙ୍କ ଝିଅ ସହିତ ଭଦ୍ରକ ଅଞ୍ଚଳର ଆନନ୍ଦ ଦାସଙ୍କ ବିବାହ ହୋଇଥିଲା । ପାରିବାରିକ କଳହକୁ ନେଇ ଆନନ୍ଦଙ୍କ ପତ୍ନୀ ଘରୁ ରାଗି ବାପଘରକୁ ଚାଲିଆସିଥିଲେ । ପତ୍ନୀଙ୍କୁ ନେବାକୁ ଶ୍ଵଶୁରଘରକୁ ଆସିଥିଲେ ଆନନ୍ଦ । ସେଠାରେ ମଧ୍ୟ ପତ୍ନୀଙ୍କ ସହ ବଚସା ହୋଇଥିଲା । ଏଥିରେ ଶ୍ୱଶୁର ନିରଞ୍ଜନ ଉତକ୍ଷିପ୍ତ ହୋଇ ଜ୍ବାଇଁଙ୍କୁ ମାଡ଼ ମାରିବା ସହ ମୁଣ୍ଡରେ ରଙ୍ଗ ମାରି ବେକରେ ଜୋତାମାଳ ପିନ୍ଧାଇ ରାସ୍ତାରେ ବୁଲାଇଥିଲେ । ଏହାକୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇବା ସହ ଏଭଳି ଅମାନୁଷିକ ଘଟଣାକୁ ନିନ୍ଦା କରାଯାଇଛି । ସାମାଜିକ ଗଣମାଧ୍ୟମରୁ ଏହି ଦୃଶ୍ୟ ଦେଖିବା ପରେ ଆଇଆଇସି ବିଲ୍ଵମଙ୍ଗଳ ସେଠୀ କଲ୍ୟାଣପୁରରେ ପହଞ୍ଚି ତଦନ୍ତ କରିଥିବା କହିଛନ୍ତି । ମାତ୍ର ଥାନାରେ କୌଣସି ଅଭିଯୋଗ ହୋଇନଥିବା ସେ ଜଣାଇଛନ୍ତି ।

ଆରମ୍ଭ ହେଲାଣି ପାର୍ବଣ ଋତୁ। ଏହି ସମୟରେ କିଛି ବ୍ୟକ୍ତିବିଶେଷ ବେଆଇନ ଚାନ୍ଦା ଆଦାୟ କରି ପୂଜା ଉତ୍ସବ ପାଳନ କରିବା ଭଳି ଘଟଣା ବିଭିନ୍ନ ସମୟରେ ନଜରକୁ ଆସିଥାଏ । ଏଥିପାଇଁ ପୋଲିସ ଏବେଠୁ ସର୍ତକ ହୋଇଛି । ବଳପୂର୍ବକ ଚାନ୍ଦା ଆଦାୟ ଉପରେ ରୋକ୍ ଲଗାଇଛି । ଚାନ୍ଦା ଆଳରେ ବଟି ମାଗିଲେ ପଡ଼ିବ ମହଙ୍ଗା । ବଳପୂର୍ବକ ଚାନ୍ଦା ମାଗୁଥିବା ଲୋକଙ୍କ ଉପରେ ଆକ୍ସନ ନେବ ପୋଲିସ । ଏନେଇ ଏଥର ପାର୍ବଣ ପୂର୍ବରୁ ପ୍ରସ୍ତୁତ ହେଉଛି ପୋଲିସ। ବ୍ୟବସାୟିକ ପ୍ରତିଷ୍ଠାନ ହେଉ ବା ସ୍ଥାନୀୟ ଲୋକଙ୍କୁ କେହି ଏପରି ଚାନ୍ଦା ନାରେ ହଇରାଣ କଲେ ୮୨୮୦୩୩୮୩୦୨ ହେଲ୍ପ ଲାଇନ ନମ୍ବରରେ ଜଣାଇଲେ ଆକ୍ସନ ନେବ ପୋଲିସ । ଏନେଇ ବିଭିନ୍ନ ପୂଜାମଣ୍ଡପ ଓ ପୂଜା କମିଟି ସମେତ ଅନେକ ଲୋକଙ୍କୁ ଅବଗତ କରିଛି ପୋଲିସ।

ସୂଚନାଯୋଗ୍ୟ, ତତ୍କାଳୀନ ପୋଲିସ୍ କମିଶନର ଡ. ସୁଧାଂଶୁ ଷଡ଼ଙ୍ଗୀଙ୍କ ବେଳେ ‘ଦାଦା ବଟିକୁ ନା’ ଅଭିଯାନର ମୂଳଦୂଆ ପଡି଼ଥିଲା । ଲୋକାଲ ଦାଦାଙ୍କୁ କାବୁ କରିବାକୁ ଗଢ଼ାହୋଇଥିଲା ‘ଆଣ୍ଟି ଏକ୍ସଟୋର୍ସନ ଟାସ୍କ ଫୋର୍ସ’ । ଉଦ୍ଦେଶ୍ୟ ଥିଲା, ନିରୀହ ଲୋକଙ୍କୁ ହଇରାଣ କରୁଥିବା ଅସାମାଜିକଙ୍କ ଉପରେ ଦୃଢ଼ ଆକ୍ସନ ନେବ ଏହି ଟାସ୍କ ଫୋର୍ସ । ସେମାନଙ୍କୁ ତୁରନ୍ତ ଗିରଫ କରାଯିବ । ଦରକାର ପଡ଼ିଲେ, ଆଣ୍ଟି ସୋସିଆଲ୍‌ଙ୍କ ବିରୋଧରେ ଜାତୀୟ ନିରାପତ୍ତା ଆଇନ୍(ଏନ୍ଏସ୍ଏ) ଛାପ ଲାଗିବ । ଏହି ଅଭିଯାନ ବେଶ୍ କିଛି ମାସ ଜୋର୍ସୋରରେ ଚାଲିଲା । ପରେ ଧୀମା ପଡ଼ିଗଲା ।

Leave a Reply

Your email address will not be published. Required fields are marked *

Back to top button