ମନୋରଞ୍ଜନ

Toxic film: ଟକ୍ସିକ୍ ଦେଖି ନିରାଶ ଦର୍ଶକ, ୟଶଙ୍କ ଫିଲ୍ମକୁ ନେଇ ଉଠିଲା ବଡ଼ ପ୍ରଶ୍ନ

ଦୀର୍ଘ ଦିନର ଅପେକ୍ଷା ପରେ ବଡ଼ ପରଦାକୁ ଆସିଛି ୟଶଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘Toxic’। ୟଶଙ୍କ ଆକ୍ସନ୍ ଅବତାର ସାଙ୍ଗକୁ ଫିଲ୍ମର ବିପୁଳ ବଜେଟ୍ ଏବଂ ହାଇପ୍‌କୁ ନେଇ ଦର୍ଶକଙ୍କ ମଧ୍ୟରେ ଭଲ ଉତ୍ସାହ ରହିଥିଲା । ତେବେ ଫିଲ୍ମ ଦେଖିବା ପରେ ସେହି ଉତ୍ସାହ ନିରାଶାରେ ପରିଣତ ହୋଇଥିବା ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି ।

ଫିଲ୍ମଟିକୁ ନେଇ ଦୀର୍ଘ ଦିନ ଧରି ଚର୍ଚ୍ଚା ଚାଲିଥିଲା। ବିଶେଷ କରି ‘KGF’ ପରେ ୟଶ୍ କିଭଳି ନୂଆ ରୂପରେ ଦର୍ଶକଙ୍କ ସାମ୍ନାକୁ ଆସିବେ, ତାହା ଜାଣିବାକୁ ଫ୍ୟାନ୍‌ମାନେ ଅପେକ୍ଷା କରିଥିଲେ । ଅନ୍ୟପଟେ ନିର୍ଦ୍ଦେଶିକା ଗୀତୁ ମୋହନଦାସଙ୍କ ପୂର୍ବ ଫିଲ୍ମଗୁଡ଼ିକ ଯୋଗୁଁ ମଧ୍ୟ ‘Toxic’କୁ ନେଇ କ୍ୟୁରିଓସିଟି ଥିଲା ।

ମର୍ଣ୍ଣିଂ ଶୋ’ରେ ମଧ୍ୟ ଭଲ ସଂଖ୍ୟାରେ Gen Z ଦର୍ଶକ ସିନେମା ହଲ୍‌ରେ ପହଞ୍ଚିଥିଲେ। ଫିଲ୍ମ ଆରମ୍ଭ ହେବା ପରେ ୟଶଙ୍କ ଏଣ୍ଟ୍ରି ନିଶ୍ଚିତ ଭାବେ ଦର୍ଶକଙ୍କ ଧ୍ୟାନ ଆକର୍ଷଣ କରିଥିଲା । ତାଙ୍କ ଷ୍ଟାରଡମ୍ ଏବଂ ଆକ୍ସନ୍‌ରେ ଦମ୍ ଦେଖିବାକୁ ମିଳିଥିଲା। କିନ୍ତୁ ଏହା ପରେ ଫିଲ୍ମର କାହାଣୀ ଓ ସ୍କ୍ରିନ୍‌ପ୍ଲେ ଦର୍ଶକଙ୍କୁ ନିରାଶ କରିଥିବା ଭଳି ଲାଗିଛି । କିଆରା ଆଡଭାଣୀଙ୍କ ଅଭିନୟ ମଧ୍ୟ ଆଶା ଅନୁସାରେ ପ୍ରଭାବ ପକାଇପାରିନଥିବା କୁହାଯାଉଛି ।

ଫିଲ୍ମରେ ଆକ୍ସନ୍‌ର ଅଭାବ ନାହିଁ । ଗୁଳି ବର୍ଷୁଛି, ଲଢ଼େଇ ଚାଲିଛି ଏବଂ ୟଶ୍ ନିଜ ଷ୍ଟାର ପାୱାର୍‌ରେ ପରଦାକୁ ଦଖଲ କରିଛନ୍ତି । ହେଲେ ଆକ୍ସନ୍ ସିନ୍‌ଗୁଡ଼ିକରେ ଯେଉଁ ‘ମାସ୍ ମୋମେଣ୍ଟ’ ଏବଂ ଦର୍ଶକଙ୍କ ତାଳି-ସିଟି ଆଶା କରାଯାଉଥିଲା, ତାହା ବେଶ୍ କମ୍ ଅନୁଭବ ହୋଇଛି । ଏପରିକି ମର୍ଣ୍ଣିଂ ଶୋ’ରେ ଦର୍ଶକଙ୍କ ଏକ ବଡ଼ ଅଂଶ ପରଦା ବଦଳରେ ମୋବାଇଲ୍‌ରେ ବ୍ୟସ୍ତ ଥିବା ସୋସିଆଲ ମିଡିଆରେ କୁହାଯାଉଛି । ତିନି ଘଣ୍ଟାରୁ ଅଧିକ ସମୟର ଫିଲ୍ମ ହୋଇଥିବାରୁ ଲୋକେ ବୋର ହେଉଛନ୍ତି ।

କାହାଣୀ, ଗୀତ ଏବଂ କ୍ୟାରେକ୍ଟରାଇଜେସନ୍ ମଧ୍ୟ ଫିଲ୍ମର ଦୁର୍ବଳ ଦିଗ ଭାବେ ସାମ୍ନାକୁ ଆସିଛି । ବଡ଼ ବଜେଟ୍ ସତ୍ତ୍ୱେ ଦର୍ଶକଙ୍କୁ ମନେ ରହିବା ଭଳି ମାସ୍ ସିନ୍ ନାହିଁ । ଫିଲ୍ମର ସବୁଠାରୁ ବଡ଼ ଆକର୍ଷଣ ନିଶ୍ଚିତ ଭାବେ ୟଶଙ୍କ ପରଫର୍ମାନ୍ସ ଏବଂ ଷ୍ଟାର ପାୱାର୍। କିନ୍ତୁ କେବଳ ଷ୍ଟାରଡମ୍‌କୁ ଭରସା କରି ଏତେ ବଡ଼ ଫିଲ୍ମକୁ ଦର୍ଶକଙ୍କ ସହ ଯୋଡ଼ିବା କଷ୍ଟକର ବିଭିନ୍ନ ରିଭ୍ୟୁରେ କୁହାଯାଉଛି ।

Leave a Reply

Your email address will not be published. Required fields are marked *

Back to top button