
Kareena Kapoor Pregnancy : ପୁଣି ମା’ ହେବେ କି କରୀନା ! ସତ କହିଲେ ନିକଟ ସଂପର୍କୀୟ
ବଲିଉଡ ଅଭିନେତ୍ରୀ କରୀନା କପୁର ଖାନ ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ ରହିଥାନ୍ତି । ନିଜର ଫ୍ୟାଶନ୍, ଲାଇଫଷ୍ଟାଇଲ ଏବଂ ବୋଲ୍ଡ ଅନ୍ଦାଜ ପାଇଁ ଚର୍ଚ୍ଚାରେ ଥାଆନ୍ତି ବେବୋ । କିନ୍ତୁ ନିକଟରେ ସୋସିଆଲ ମିଡିଆରେ ଭାଇରଲ ହୋଇଥିବା ଏକ ଭିଡିଓ, ଏବେ ପୂରା ବି-ଟାଉନରେ ହଲଚଲ ସୃଷ୍ଟି କରିଦେଇଛି । ଏବେ ତାଙ୍କୁ ଜିମ୍ ବାହାରେ ଦେଖିବାକୁ ମିଳିଥିଲା । ଆଉ ଏହି ରୂପ ଦେଖି କରୀନା ପୁଣିଥରେ ଗର୍ଭବତୀ ଥିବା ନେଇ ଚର୍ଚ୍ଚା ହେଉଛି ।
କରୀନାଙ୍କ ଏହି ଫଟୋ ଦେଖି ଫ୍ୟାନ୍ସ ତାଙ୍କର ଖୁବ୍ ଶୀଘ୍ର ତୃତୀୟ ସନ୍ତାନ ଆସିବାକୁ ନେଇ ଚର୍ଚ୍ଚା ଚାଲିଛି । ଯାହାକୁ ନେଇ କରୀନା ସଂପୂର୍ଣ୍ଣ ଭାବେ ଖଣ୍ଡନ କରିଛନ୍ତି । ନିକଟରେ କରୀନାଙ୍କର ଏକ ଭିଡିଓ ଆସିଥିଲା, ଯେଉଁଥିରେ ସେ ଜିମ୍ ଆଉଟଫିଟ୍ ପିନ୍ଧି ବାହାରକୁ ଆସୁଥିଲେ ଏବଂ ତାଙ୍କ ଟିମ୍ ତାଙ୍କୁ ଛତା ସାହାଯ୍ୟରେ ସୁରକ୍ଷିତ ଭାବେ ନେଉଥିଲେ । ଭିଡିଓରେ ତାଙ୍କର ପେଟକୁ ଦେଖି ସୋସିଆଲ ମିଡିଆ ୟୁଜର୍ସମାନେ ତାଙ୍କର ପ୍ରେଗନେନ୍ସିକୁ ନେଇ କଳ୍ପନାଜଳ୍ପନା ଆରମ୍ଭ କରିଦେଇଥିଲେ ।
ତେବେ କରୀନାଙ୍କ ଜଣେ ଅତ୍ୟନ୍ତ ନିକଟତମ ସହଯୋଗୀ ଏହି ଖବରକୁ ସ୍ପଷ୍ଟ କରି କହିଛନ୍ତି, କରୀନା ଗର୍ଭବତୀ ନାହାଁନ୍ତି । ଏହି ଖବର ସମ୍ପୂର୍ଣ୍ଣ ଭୁଲ୍ । ତୃତୀୟ ସନ୍ତାନକୁ ନେଇ ଚାଲିଥିବା ସମସ୍ତ ଚର୍ଚ୍ଚା ଅର୍ଥହୀନ ।
ସୂଚନାଯୋଗ୍ୟ, କରୀନା କପୁର ସୈଫ୍ ଅଲ୍ଲୀ ଖାନ୍ ୧୬ ଅକ୍ଟୋବର ୨୦୨୨ରେ ବିବାହ କରିଥିଲେ । ସେମାନଙ୍କର ଦୁଇଟି ପୁଅ ତୈମୁର ଏବଂ ଜେହ ରହିଛନ୍ତି । ପୂର୍ବରୁ ଏକ ସାକ୍ଷାତକାରରେ କରୀନା ମଧ୍ୟ କହିସାରିଛନ୍ତି ଯେ, ସେ ଆଉ ପରିବାର ବୃଦ୍ଧି କରିବାକୁ ଚାହୁଁନାହାଁନ୍ତି । ତେବେ ସୈଫ ଏବେ ନିଜର ୪ ପିଲାଙ୍କ ଉପରେ ସମସ୍ତ ସମୟ ଦେବାକୁ ଚାହୁଁଛନ୍ତି । ସୈଫ ଏବେ ଫିଲ୍ମ ସୁଟିଂରେ ବ୍ୟସ୍ତ ରହିଥିବ ବେଳେ କରୀନା ମଧ୍ୟ ଫିଲ୍ମ ଦାୟରାରେ ନଜର ଆସିବେ । ଏହି ଫିଲ୍ମ ଅପରାଧ, ସଜା ଏବଂ ନ୍ୟାର କାହାଣୀ ଜରିଆରେ ସମାଜକୁ ସତ୍ୟତା ଦେଖାବାକୁ ନେଇ ନିର୍ମାଣ କରାଯାଇଛି । ଫିଲ୍ମର ନିର୍ଦ୍ଦେଶନା ମେଘନା ଗୁଲଜାର କରୁଛନ୍ତି ।