
Drumstick Leaves: ଅନେକ ରୋଗକୁ କଣ୍ଟ୍ରୋଲ କରେ ଏହି ଶାଗ, ଡାଏଟରେ କରନ୍ତୁ ସାମିଲ
ଆଜିକାଲିର ଜୀବନଶୈଳୀରେ ଡାଇବେଟିସ୍, ଉଚ୍ଚ ରକ୍ତଚାପ, ଦୁର୍ବଳତା, ରକ୍ତହୀନତା ଓ ହାଡ଼ ସମସ୍ୟା ଭଳି ଅନେକ ରୋଗ ଘରେ ଘରେ ଦେଖାଯାଉଛି । ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଲୋକେ ଦାମୀ ଔଷଧ ଖାଉଛନ୍ତି । କିନ୍ତୁ ଆପଣ ଜାଣନ୍ତି କି ଆପଣଙ୍କ ଘର ପାଖରେ ଥିବା ଗୋଟିଏ ସାଧାରଣ ଗଛ ଅନେକ ସ୍ୱାସ୍ଥ୍ୟ ସମସ୍ୟା ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇପାରେ? ସେହି ଗଛ ହେଉଛି ସଜନା ଏବଂ ଏହାର ସଜନା ଛୁଇଁ । ଯାହା ବରଦାନ ସଦୃଶ କାମ କରିଥାଏ ।
ସଜନା ଶାଗ ମଧ୍ୟ ଔଷଧୀୟ ଗୁଣରେ ଭରପୁର । ଏହା ଅନେକ ପୋଷକତତ୍ତ୍ୱର ଭଣ୍ଡାର । ସଜନାକୁ ବର୍ତ୍ତମାନ ସମୟରେ ସବୁଠାରୁ ଅଧିକ ଲୋକପ୍ରିୟ ସ୍ୱାସ୍ଥ୍ୟକର ଖାଦ୍ୟରେ ସାମିଲ କରାଯାଇଛି। ପ୍ରାୟତଃ କୋଭିଡ ସମୟରେ ଲୋକେ ଇମ୍ୟୁନିଟି ପାୱାର ବୃଦ୍ଧି ପାଇଁ ସଜନା ଶାଗ ବେଶୀ ମାତ୍ରାରେ ବ୍ୟବହାର କରୁଥିଲେ । ଏଥିରେ ଅନେକ ଫାଇଦା ରହିଛି ।
ବିଶେଷ କରି ସଜନା ଛୁଇଁ ଏବଂ ଶାଗ ଲୋକମାନେ ବର୍ଷା ଦିନେ ଖାଇଥାନ୍ତି । ଏଥିରେ ଭରପୂର ମାତ୍ରାରେ ପ୍ରୋଟିନ୍, କ୍ୟାଲସିୟମ୍, ଆଇରନ, ଅମିନୋ ଏସିଡ୍, ଭିଟାମିନ୍ ଏ ଏବଂ ସି ରହିଛି । ଏଥିରେ ଆଣ୍ଟିଫଙ୍ଗଲ୍, ଆଣ୍ଟିଭାଇରାଲ୍ ଏବଂ ଆଣ୍ଟିଡ୍ରିପ୍ରେସେଣ୍ଟ ଗୁଣ ରହିଛି । ଏହାର ପତ୍ରଠାରୁ ନେଇ ଫଳ ପର୍ଯ୍ୟନ୍ତ, ପ୍ରତ୍ୟେକ ଅଂଶ ବହୁତ ଫଳପ୍ରଦୀ ହୋଇଥାଏ । ସଜନାର ଅନେକ ସ୍ୱାସ୍ଥ୍ୟ ଲାଭ ଅଛି । ଯାହାର ଫାଇଦା ଆପଣ ମଧ୍ୟ ଉଠାଇ ପାରିବେ । ଯାହା ଡାଇବେଟିସ, କ୍ୟାନସର ପେସେଣ୍ଟ, ହାର୍ଟ ପେସେଣ୍ଟ, ଚକ୍ଷୁ ରୋଗ ଏବଂ ଗଣ୍ଠି ରୋଗ ଭଳି ଅନେକ ଗମ୍ଭୀର ରୋଗ ପାଇଁ ବରଦାନ ସଦୃଶ ହୋଇଥାଏ । କେବଳ ଏହି ରୋଗରେ ପୀଡିତ ଥିବା ଲୋକ ନୁହେଁ ବରଂ ଏହାକୁ ସମସ୍ତେ ଖାଇବା ଉଚିତ୍ । ତେବେ ଏହି ପତ୍ରର ଲାଭକାରୀ ଗୁଣ ସମ୍ପର୍କରେ ଆସନ୍ତୁ ଜାଣିବା ।
ଯଦି ଆପଣ ରକ୍ତ ଶର୍କରା ସ୍ତରକୁ ନିୟନ୍ତ୍ରଣ କରିବାକୁ ଚାହାଁନ୍ତି, ତେବେ ସଜନା ଶାଗ ହେଉଛି ଏଥି ପାଇଁ ସର୍ବୋତ୍ତମ ବିକଳ୍ପ । ସଜନା ଶାଗ ଖାଇବା ଦ୍ୱାରା ବ୍ଲଡ ସୁଗାର ଲେବଲ କଣ୍ଟ୍ରୋଲରେ ରହିଥାଏ । ଏଥିରେ କ୍ଲୋରୋଜେନିକ ଏସିଡ୍ ଥିବାରୁ ବ୍ଲଡ ସୁଗାର ଲେବଲକୁ କଣ୍ଟ୍ରୋଲ କରିବାରେ ସାହାଯ୍ୟ କରିଥାଏ । ଏଥିରେ ଆଣ୍ଟି-ଡାଇବେଟିସ ଗୁଣ ଥିବାରୁ ଏହା ଡାଇବେଟିସ ରୋଗୀଙ୍କ ପାଇଁ ଲାଭଦାୟକ ବୋଲି ବିବେଚନା କରାଯାଏ । ତେଣୁ ଏହି ଶାଗକୁ ଡାଇବେଟିସ ରୋଗୀମାନେ ନିଜ ଖାଇବା ଲିଷ୍ଟରେ ସାମିଲ କରିବା ନିହାତି ଆବଶ୍ୟକ ।
ସଜନା ଶାଗ ଉଚ୍ଚ ରକ୍ତଚାପ ରୋଗୀଙ୍କ ପାଇଁ ମଧ୍ୟ ବହୁତ ପ୍ରଭାବଶାଳୀ ହୋଇଥାଏ । ଏଥିରେ ପୋଟାସିୟମ ପ୍ରଚୁର ପରିମାଣରେ ଥିବାରୁ ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରି ରଖିଥାଏ । ଏପରି ପରିସ୍ଥିତିରେ, ଉଚ୍ଚ ରକ୍ତଚାପ ରୋଗୀମାନେ ଏହାକୁ ନିଜ ଖାଦ୍ୟରେ ସାମିଲ କରି ସହଜରେ ସେମାନଙ୍କର ରକ୍ତଚାପକୁ ନିୟନ୍ତ୍ରଣ କରିପାରିବେ ।
ଏଥିରେ ଆଣ୍ଟିଅକ୍ସିଡାଣ୍ଟ, ଜିଙ୍କ୍ ଏବଂ ଭିଟାମିନ୍ ସି ଭଳି ଅନେକ ପୋଷକ ତତ୍ତ୍ୱ ରହିଛି । ଯାହା କ୍ୟାନସର ରୋଗୀଙ୍କ ପାଇଁ ଫଳପ୍ରଦ ହୋଇଥାଏ । ଏହା ସହିତ କ୍ୟାନସରର କୋଷଗୁଡିକ ସହିତ ଲଢେଇ କରିବାରେ ସହାୟକ କରିଥାଏ ସଜନା ଶାଗ । ଏତିକି ନୁହେଁ ବରଂ ସଜନା ଶାଗ କୋଷ୍ଠକାଠିନ୍ୟ, ବଦହଜମୀ ଏବଂ ଗ୍ୟାସ ଭଳି ସମସ୍ୟାରୁ ମୁକ୍ତି ଦେଇଥାଏ । ଯାହା ଫଳରେ ପାଚନ କ୍ରିୟାରେ ଥିବା ସମସ୍ୟାକୁ ଦୂର କରିଥାଏ । ତେଣୁ ସୁସ୍ଥ ଶରୀର ପାଇଁ ସମସ୍ତ ହେଲଦି ଫୁଡ ସହିତ ଏହାକୁ ସାମିଲ କରନ୍ତୁ । ଏହି ଶାଗକୁ ଖାଇ ଅନେକ ରୋଗରୁ ଉପଶମ ପାଆନ୍ତୁ ।