ଦେଶ ବିଦେଶ

IIT Kanpur Website Hack: ୱେବସାଇଟ୍ ହ୍ୟାକ୍ କରି ଇଣ୍ଟର୍ନସିପ୍ ଅଫର୍ ପାଇଲେ ଛାତ୍ର

ଆଇଆଇଟି-କାନପୁରରେ B.Tech ସାଇବର ସୁରକ୍ଷା ପାଠ୍ୟକ୍ରମ ପାଇଁ ଆଡମିଶନ ନମିଳିବା ପରେ ଜଣେ ଛାତ୍ରଙ୍କ କାର୍ଯ୍ୟକଳାପ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ସେ ନିଜର ଯୋଗ୍ୟତା ପ୍ରମାଣ କରିବା ପାଇଁ ଆଇଆଇଟି-କାନପୁରର ୱେବସାଇଟକୁ ହ୍ୟାକ୍ କରିଥିବା ଅଭିଯୋଗ ହୋଇଛି । ଯାହାକୁ ଛାତ୍ର ଜଣକ X ଏବଂ Redditରେ ସ୍କ୍ରିନସଟ୍ ସେୟାର କରି ସେ ନିଜ ସୁଯୋଗ ପାଇବାର ପ୍ରତିଶ୍ରୁତି ଦେଇଥିଲେ । ଆଇନଗତ କାର୍ଯ୍ୟାନୁଷ୍ଠାନ ବଦଳରେ, ପ୍ରତିଷ୍ଠାନର ନିର୍ଦ୍ଦେଶକ ପ୍ରଫେସର ମନୀନ୍ଦ୍ର ଅଗ୍ରୱାଲ ଛାତ୍ରଙ୍କ ଭବିଷ୍ୟତକୁ ସୁରକ୍ଷିତ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । ଏହି ଘଟଣାଟି ସାମ୍ନାକୁ ଆସିବା ପରେ ଏହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।

ରିପୋର୍ଟ ଅନୁସାରେ, ଛାତ୍ରଟି ଆଇଆଇଟିରେ ସିଟ୍ ପାଇନଥିଲେ। ଏହାପରେ ସେ ନିଜର କମ୍ପ୍ୟୁଟର ଦକ୍ଷତା ବ୍ୟବହାର କରି ଆଇଆଇଟି-କାନପୁରର ୱେବସାଇଟକୁ ହ୍ୟାକ୍ କରି ଏକ ସ୍କ୍ରିନସଟ୍ ମଧ୍ୟ ସେୟାର କରିଥିଲେ । ଯାହା ଦ୍ବାରା ପ୍ରତିଷ୍ଠାନର ନିର୍ଦ୍ଦେଶକ ପ୍ରଫେସର ମନୀନ୍ଦ୍ର ଅଗ୍ରୱାଲ ଛାତ୍ରଙ୍କ ଭବିଷ୍ୟତକୁ ସୁରକ୍ଷିତ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । ଏଥିସହ ସେ କହିଛନ୍ତି ଯେ, ଆଇଆଇଟି କାନପୁରରେ ପ୍ରବେଶ ପ୍ରକ୍ରିୟା ପୂର୍ବରୁ ବନ୍ଦ ହୋଇସାରିଛି  ଏବଂ ଏଥିରେ ଆଇନଗତ ଓ ପ୍ରକ୍ରିୟାଗତ ସମସ୍ୟା ସାମିଲ ଥିଲା । ତଥାପି ଚାତ୍ରଙ୍କ ଭବିଷ୍ୟତ ନଷ୍ଟ କରିବାକୁ ଚାହୁଁନଥିଲୁ, ତେଣୁ ଆମେ ତାଙ୍କୁ ଏକ ସୁଯୋଗ ଦେବାକୁ ନିଷ୍ପତ୍ତି ନେଇଛୁ ଏବଂ C3iHub ରେ ଇଣ୍ଟର୍ନସିପ୍ ପାଇଁ ବିଚାର କରୁଛୁ। ସେ ଆସନ୍ତା ବର୍ଷ ପ୍ରବେଶ ପାଇଁ ଚେଷ୍ଟା କରିପାରିବେ ।

ଏହା ସହିତ ସେ ଆହୁରି କହିଛନ୍ତି ଯେ,  ଆମେ ଅନ୍ୟ ଛାତ୍ରଛାତ୍ରୀମାନଙ୍କୁ ଏକ ବାର୍ତ୍ତା ଦେବାକୁ ଚାହୁଁଛୁ ଯେ ସୁଯୋଗ ହାସଲ କରିବା ପାଇଁ ଏପରି କୌଶଳ ଗ୍ରହଣ କରିବା ଠିକ୍ ନୁହେଁ । ସାଇବର ସୁରକ୍ଷାରେ ବିଶେଷଜ୍ଞତା ଥିବା ବ୍ୟକ୍ତିମାନଙ୍କୁ ଆମେ ସ୍ୱାଗତ କରୁଛୁ ଯେ ସେମାନେ ଆମ ସହିତ ସେମାନଙ୍କର CV ସେୟାର କରନ୍ତୁ ଏବଂ ଆମେ ସେମାନଙ୍କୁ C3iHub ରେ ଇଣ୍ଟର୍ନସିପ୍ କିମ୍ବା ଚାକିରି ପାଇଁ ବିଚାର କରିବୁ । ଛାତ୍ରଛାତ୍ରୀମାନେ ସର୍ବଦା ସେମାନଙ୍କର ଲକ୍ଷ୍ୟ ହାସଲ କରିବା ପାଇଁ ସଠିକ୍ ଏବଂ ଆଇନଗତ ପ୍ରକ୍ରିୟା ଅନୁସରଣ କରିବା ଉଚିତ ଏବଂ ଗମ୍ଭୀର ପରିଣାମ ଆଣିପାରୁଥିବା କାର୍ଯ୍ୟକଳାପରୁ ଦୂରେଇ ରହିବା ଆବଶ୍ୟକ ।

ଏହାରି ମଧ୍ୟରେ ପ୍ରଫେସର ମନୀନ୍ଦ୍ର ଅଗ୍ରୱାଲଙ୍କ ମତ ଦେଇଥିଲେ ଯେ, ବି.ଟେକ୍ ସାଇବର ସୁରକ୍ଷା ପ୍ରବେଶ ପ୍ରକ୍ରିୟାରେ ପ୍ରତିଭା ପ୍ରଦର୍ଶନ କରିବା ପାଇଁ ଏକ ହ୍ୟାକାଥନ୍ ସାମିଲ ଥିଲା । କିନ୍ତୁ ଛାତ୍ର ଜଣକ ନିଜର ଦକ୍ଷତା ପ୍ରମାଣ କରିବାରେ ବିଫଳ ହୋଇଥିଲେ । ପରେ ସେ ୱେବସାଇଟ୍ ହ୍ୟାକ୍ କରି ନିଜର ଦକ୍ଷତା ପ୍ରମାଣ କରିବାକୁ ଚେଷ୍ଟା କରିଥିଲେ । ଏହା ବ୍ୟତୀତ ଏକ FIR ଦାୟର କରିବା ପାଇଁ ଏକ ପରାମର୍ଶ ଦିଆଯାଇଥିଲା । କିନ୍ତୁ ସଂସ୍ଥା ପ୍ରଥମେ ଛାତ୍ରଙ୍କ ଦାବି ଏବଂ ଦକ୍ଷତା ଯାଞ୍ଚ କରିବାକୁ ନିଷ୍ପତ୍ତି ନେଇଥିଲା ।

ଅନ୍ୟପଟେ ନିର୍ଦ୍ଦେଶକ ପ୍ରଫେସର ମନୀନ୍ଦ୍ର ଅଗ୍ରୱାଲ କହିଛନ୍ତି ଯେ, ଏବେ ପ୍ରବେଶ ପ୍ରକ୍ରିୟା ଶେଷ ହୋଇଯାଇଛି । ତେଣୁ ଛାତ୍ରଙ୍କୁ C3iHub ରେ ଇଣ୍ଟର୍ନସିପ୍ ପାଇଁ ବିଚାର କରାଯାଉଛି ଏବଂ ସେ ଆସନ୍ତା ବର୍ଷ ପ୍ରବେଶ ପାଇଁ ଆବେଦନ କରିପାରିବେ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଅନ୍ୟ ବିଶେଷଜ୍ଞମାନେ C3iHub ରେ ଇଣ୍ଟର୍ନସିପ୍ କିମ୍ବା ଚାକିରି ପାଇଁ ସେମାନଙ୍କର ସିଭି ସେୟାର କରିପାରିବେ ।

Leave a Reply

Your email address will not be published. Required fields are marked *

Back to top button