
ମା ହେବାକୁ ଚାହୁଁନଥିଲେ ଆକାଂକ୍ଷା, ସାମ୍ନାକୁ ଆସିଲା ଛାଡ଼ପତ୍ରର ଅସଲ କାରଣ
ଅଲଗା ହେଲେ ଟିଭି ଅଭିନେତ୍ରୀ ଆକାଂକ୍ଷା ଚମୋଲା ଏବଂ ଗୌରବ ଖାନ୍ନା । ଦୁହିଁଙ୍କର ଛାଡ଼ପତ୍ର ନେଇ ମାମଲା ଚାଲିଛି । ଦୁହେଁ ଗତ ବର୍ଷେ ହେଲାଣି ଅଲଗା ରହୁଛନ୍ତି । ଶୁଣିବାକୁ ମିଳୁଛି ଯେ, ଗୌରବ ପିଲା ଚାହୁଁଥିବା ବେଳେ ଆକାଂକ୍ଷା ପିଲା ଚାହୁଁନଥିଲେ । ବାହାଘର ୧୦ ବର୍ଷ ହେବା ପରେ ମଧ୍ୟ କୌଣସି ପିଲାଛୁଆ ନଥିବାରୁ ଗୌରବ ଏବଂ ଆକାଂକ୍ଷା ଏଭଳି ନିଷ୍ପତ୍ତି ନେଇଛନ୍ତି ।
ଅଭିନେତ୍ରୀ ଆକାଂକ୍ଷା ଶୋ ଲକ୍ଅପରେ ନଜର ଆସିଛନ୍ତି । ଶୋକୁ ଆସି ନିଜ ଛାଡପତ୍ର ମାମଲାକୁ ନେଇ ଖୁଲାସା କରିଛନ୍ତି । ଶୋରେ କହିଛନ୍ତି କି, ତାଙ୍କର ଏବଂ ଗୌରବଙ୍କର ଛାଡପତ୍ର ଚାଲିଛି । ଗତ ବର୍ଷେ ହେଲାଣି ଦୁହେଁ ଅଲଗା ରହୁଛନ୍ତି । ଶୋରେ ଆକାଂକ୍ଷା ଛାଡପତ୍ରର କାରଣ କହିଛନ୍ତି ।
ଅଭିନେତ୍ରୀଙ୍କ କହିବା ଅନୁଯାୟୀ, ମୁଁ କେବେ ବି ମା ହେବାକୁ ଚାହୁଁନଥିଲି, କିନ୍ତୁ ମା ହେବାର ଅନୁଭବ ନେବାକୁ ଇଚ୍ଛା ଥିଲା । କିନ୍ତୁ ପରେ ଅନୁଭବ କଲି କି ମା’ ହେବା ମୋ ପାଇଁ ଠିକ୍ ନୁହେଁ ଗୌରବ ମଧ୍ୟ ମୋ ସହିତ ଏକମତ ଥିଲେ । କିନ୍ତୁ ସମୟ ସହିତ ତାଙ୍କ ମନ ପରିବର୍ତ୍ତନ ହୋଇଥିଲା । ଗୌରବ ପିଲା ଚାହୁଁଥିବା ବେଳେ ମୋର ଇଚ୍ଛା ନଥିଲା । ଏକଥା ଗୌରବ ଭଲଭାବେ ଜାଣିଥିଲେ । ମୁଁ ବି ଗୌରବଙ୍କୁ ମନା କରିଦେଇଥିଲି । ଆମ ଦୁହିଁଙ୍କ ଇଚ୍ଛାରେ ହିଁ ମୁଁ ଗୌରବଙ୍କୁ ମୋତେ ଛାଡିବା ପାଇଁ କହିଥିଲି ।
ଆକାଂକ୍ଷା ଏବଂ ଗୌରବଙ୍କ ବିବାହ ୨୦୧୬ରେ ହୋଇଥିଲା । ବିଗବସ୍ ୧୯ରେ ଦୁହିଁଙ୍କ ଯୋଡିକୁ ଦେଖି ଫ୍ୟାନ୍ସ ବେଶ୍ ଖୁସି ହୋଇଥିଲେ ।