
ରାଜ୍ୟ
Low Pressure Rain: ଲଘୁଚାପ ବର୍ଷାରେ ବୁଡ଼ିଲା ପୋଲ, ଚିନ୍ତାରେ ଅଞ୍ଚଳବାସୀ
ଲଘୁଚାପ ଜନିତ ଲଗାଣ ବର୍ଷାରେ ବୁଡ଼ିଲା ପୋଲ। ମୟୂରଭଞ୍ଜ ଜିଲ୍ଲା ଉଦଳାର କଇଁସାରୀ ଜାମୁଘାଟ ଅସ୍ଥାୟୀ ପୋଲ ଉପରେ ୩ ଫୁଟର ପାଣି ପ୍ରବାହିତ । ଏଥିଯୋଗୁ ଯାତାୟାତ ଠପ ହୋଇପଡ଼ିଛି । ଉଦଳା ଓ ବାଲେଶ୍ୱର ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ । ଫଳରେ ଲୋକମାନେ ନାହିଁ ନଥିବା ହଇରାଣ ହେଉଛନ୍ତି । ଅଧିକ ବର୍ଷା ହେଲେ ପୋଲଟି ସମ୍ପୂର୍ଣ୍ଣ ବୁଡ଼ିଯିବା ଆଶଙ୍କା ରହିଛି । ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଅସ୍ଥାୟୀ ପୋଲଟି ଉପରେ ପାଣି ବଢ଼ିବା ଫଳରେ ପାର ହେବା ବିପଦପୂର୍ଣ୍ଣ ହୋଇପଡ଼ିଛି। ବର୍ଷା ପରିମାଣ ଆହୁରି ବଢ଼ିଲେ ପୋଲଟି ସମ୍ପୂର୍ଣ୍ଣ ଭାବେ ପାଣିରେ ବୁଡ଼ିଯିବାର ଆଶଙ୍କା ରହିଛି। ଏପରି ସ୍ଥିତିରେ ପ୍ରଶାସନ ପକ୍ଷରୁ ଲୋକଙ୍କୁ ସତର୍କ ରହିବା ସହ ପୋଲ ଉପରେ ଯାତାୟାତ ନକରିବାକୁ କୁହାଯାଇଛି । ଲଗାଣ ବର୍ଷା ଯୋଗୁଁ ଅଞ୍ଚଳବାସୀଙ୍କ ଦୁର୍ଦ୍ଦଶା ବଢ଼ିଥିବା ବେଳେ ଯୋଗାଯୋଗ ବ୍ୟବସ୍ଥା ସ୍ୱାଭାବିକ କରିବା ପାଇଁ ସ୍ଥାୟୀ ପଦକ୍ଷେପ ନେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।